ଚାକିରି ନାହିଁ

ଭାରତରେ ବେକାରି ହାର ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ଅର୍ଥନୀତି ମନିଟରିଂ ସେଣ୍ଟର (ସିଏମ୍‌ଆଇଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ ଦର୍ଶାଇଛି ଯେ, ଡିସେମ୍ବର ୨୦୨୧ରେ ବେକାରି ସ୍ତର ୭.୯ %କୁ ବୃଦ୍ଧି ପାଇଛି, ଯାହା ଗତ ୪ ମାସ ମଧ୍ୟରେ ସର୍ବାଧିକ। ବେକାରି ହାର ଡିସେମ୍ବର ପୂର୍ବ ମାସରେ ସହରାଞ୍ଚଳରେ ୮.୨%ରୁ ୯.୩%କୁ ବୃଦ୍ଧି ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୬.୪% ରୁ ୭.୩%କୁ ଛୁଇଁଛି। ଦେଖିବାକୁ ଗଲେ ବେକାରି ସଂଖ୍ୟା ବୃଦ୍ଧିରେ କୋଭିଡ୍‌-୧୯ ମହାମାରୀ ଏକମାତ୍ର କାରଣ ନୁହେଁ, ବରଂ ଏହା ପଛରେ ଆଉ କେତେକ ଅର୍ଥନୈତିକ ଝଟକାକୁ ଦାୟୀ କରାଯାଇପାରେ । ମାର୍ଚ୍ଚ ୨୦୨୦ରେ ଦେଶରେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ଲକ୍‌ଡାଉନ ଲାଗୁ କରାଯାଇ ଘରେ ରହିବାକୁ କୁହାଗଲା। ଲକ୍‌ଡାଉନ ମାଡ଼ରେ ଦେଶରେ ଶ୍ରମଶକ୍ତି ପ୍ରଭାବିତ ହେବା ସହ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ଲୋକେ ରୋଜଗାର ହରାଇ ଗାଁକୁ ଫେରି ଆସିଲେ। ଯେତିକି ଲୋକ ଫେରି ଆସିଲେ ସେମାନେ ପୁନର୍ବାର ନିଯୁକ୍ତି ଖୋଜିଲେ, କାମ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚାକିରି ଆଉ ମିଳୁନାହିଁ। ଲକ୍‌ଡାଉନରେ ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକ ପ୍ରଭାବିତ ହେବାପୂର୍ବରୁ ୮ ନଭେମ୍ବର ୨୦୧୬ରେ ବିନା ବିଚାର ବିମର୍ଶରେ ଘୋଷଣା କରାଯାଇଥିବା ବିମୁଦ୍ରୀକରଣର ଧକ୍କାରେ ଦେଶର ଅନେକ ବ୍ୟବସାୟ ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା କିମ୍ବା ଲୋପ ପାଇଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ, ବିମୁଦ୍ରୀକରଣ ଏବଂ ତା’ପଛକୁ କୋଭିଡ୍‌ଜନିତ ଲକ୍‌ଡାଉନରେ ନିଯୁକ୍ତି ସୃଷ୍ଟି କରୁଥିବା ବ୍ୟବସାୟ ଏବଂ ଶିଳ୍ପ କ୍ଷତି ସହିଥିତ୍ବାବେଳେ କେତେକ ହାତଗଣତି ଶିଳ୍ପପତିଙ୍କୁ ଅତ୍ୟଧିତ୍କ ଧନୀ କରିଛି। ଏହି ଅତ୍ୟଧିକ ଧନୀମାନେ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ କୌଣସି ଇଚ୍ଛା ପ୍ରକାଶ କରିଥିତ୍ବାର ଦେଖିବାକୁ ମିଳିନାହିଁ।
କେନ୍ଦ୍ର ଏବଂ ପ୍ରାୟ ସମସ୍ତ ରାଜ୍ୟ ସରକାର ବିରାଟକାୟ ବ୍ୟୟ ଅଟକଳ ଘୋଷଣା କରି ବିଭିନ୍ନ ଗୋଷ୍ଠୀଙ୍କୁ ସାହାଯ୍ୟ କରିବେ ବୋଲି କହିଲେ। ବାସ୍ତବ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ କୌଣସି ସିଧାସଳଖ ସାହାଯ୍ୟ ପହଞ୍ଚି ନ ଥିତ୍ବାରୁ ଆଜି ପର୍ଯ୍ୟନ୍ତ ଚାହିଦା ଅନୁଯାୟୀ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ଏଠାରେ କେବଳ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ଭାରତର ବୃହତ୍‌ ବ୍ୟବସାୟୀ ଏବଂ ଶିଳ୍ପପତିମାନେ ସଦାସର୍ବଦା ଜାତୀୟ ସମ୍ପତ୍ତିକୁ ଘରୋଇ କରାଇନେବା ପାଇଁ ଲାଗିପଡ଼ିଥାଆନ୍ତି। ଏହା ବ୍ୟତୀତ ଭାରତର ଯୁବ ନାଗରିକ ନିଜକୁ ନିଯୁକ୍ତି ଉପଯୋଗୀ କରିବା ପାଇଁ କୌଣସି କୌଶଳ ଜ୍ଞାନ ବୃଦ୍ଧି କରିବାରେ ଚେଷ୍ଟା କରୁନାହାନ୍ତି। ବୃହତ୍‌କାୟ ଜନସଂଖ୍ୟା ଥିବା ସତ୍ତ୍ୱେ ଏହି ଦେଶର ଉତ୍ପାଦକୁ ବିଶ୍ୱ ବଜାରରେ ପସନ୍ଦ କରାଯାଏ ନାହିଁ। ଭାରତକୁ ଏକ ‘ବିଶାଳ ବଜାର’ ଭାବେ ଦେଖୁଥିବା ବିଶ୍ୱ ଏହାକୁ ଏକ ଉତ୍ପାଦନକାରୀ ଜାତି ଭାବେ ଗ୍ରହଣ କରେ ନାହିଁ। ଏଭଳି ପରିସ୍ଥିତି ଭାରତରେ ଦାରିଦ୍ର୍ୟ ବୃଦ୍ଧି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri