ନାଗାବେଶରୁ ହୋଇଛି ନାଁ

ପୁରୀ ଅଫିସ, ୨୭।୧୧: ଦାରୁଦିଅଁଙ୍କ ନାଗାର୍ଜୁନ ବେଶ ଖୁବ୍‌ ଆକର୍ଷଣୀୟ ଓ ମନୋମୁଗ୍ଧକର। ଏହି ବେଶରେ ଠାକୁରମାନେ ଯାହା ବିଭୂଷିତ ହୁଅନ୍ତି ତାହାକୁ କାରିଗରମାନେ ନିଷ୍ଠା ଓ ଏକାଗ୍ରତାର ସହ ତିଆରି କରିଥାନ୍ତି। ସୋଲ, କନା, ଜରି, ବେତ ଓ କଇଁଥ ଅଠାରେ ହାଣ୍ଡିଆ, ଢେଣୁ, ନିଶଦାଢି, ଛୁରି, କଟାରୀ, ବାଘଛାଲ, ସିଙ୍ଗଡ଼ା, କଲିଫି, ଓଳମାଳ ଆଦି ତିଆରି କରିଥାନ୍ତି। ସେହିପରି ସ୍ବର୍ଣ୍ଣ ନିର୍ମିତ ଶ୍ରୀଭୁଜ, ଶ୍ରୀପୟର, ବାଘନଖିମାଳି, ହରିଡ଼ା ମାଳି ଏବଂ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ରଙ୍କ ହସ୍ତରେ ହଳ, ମୂଷଳ ଧାରଣ କରି ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରୁ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ବେଶରେ ସଜାଇଥାନ୍ତି। ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସାହାଯ୍ୟ କରିଥାନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ନାଗାର୍ଜୁନ ବେଶ କେବେଠାରୁ ଆରମ୍ଭ ହେଲା ଏବଂ ଏହାର ଇତିହାସ ସମ୍ପର୍କରେ କୌଣସି ତଥ୍ୟ ନାହିଁ। କିନ୍ତୁ ପୁରୀରେ ନାଗା ସମ୍ପ୍ରଦାୟର ଅଭ୍ୟୁଦୟ ପରେ ଏହା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। କାରଣ ଶ୍ରୀରାମାନନ୍ଦ ଆଚାର୍ଯ୍ୟ ପୁରୀରେ ପଦାର୍ପଣ କରିବା ପରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଆଖଡ଼ା ପ୍ରତିଷ୍ଠା କରିଥିଲେ। ଏହି ଆଖଡ଼ାରେ ତାଙ୍କ ସମ୍ପ୍ରଦାୟର ନାଗାମାନେ ରହୁଥିଲେ। ଇତିହାସରୁ ଜଣାଯାଏ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଇଥିଲେ। ସେଥିପାଇଁ ଭୋଇ ବଂଶର ଗଜପତି ସେମାନଙ୍କ ତିଳକକୁ ସମ୍ମାନ ସ୍ବରୂପ ଶ୍ରୀମନ୍ଦିର ଅଁଳାବେଢାରେ ସ୍ଥାନ ଦେଇଥିଲେ। ଏହାପରେ ଜାଗା ଆଖଡ଼ାରେ ନାଗା ଉପାସନା କରିଥିଲେ। ନାଗାମାନେ ପୁରୁଷ ହେଲେ ମଧ୍ୟ ପୁରୀରେ ସେମାନଙ୍କୁ ବନଦୁର୍ଗା ମନ୍ତ୍ରରେ ଉପାସନା କରାଯାଏ। ତେଣୁ ନାଗାମାନଙ୍କ ସ୍ମୃତିକୁ ସ୍ମାରକୀ ରୂପେ ରଖିବା ପାଇଁ ଗଜପତି ଶ୍ରୀମନ୍ଦିରରେ ନାଗା ବେଶ ପ୍ରଚଳନ କରାଇଥିଲେ। ଆରମ୍ଭରୁ ଏହା ନାଗା ବେଶ ନାମରେ ନାମିତ ଥିଲା। ଅର୍ଜୁନ ବୀରତ୍ୱର ପ୍ରତୀକ ହୋଇଥିବାରୁ ପରବର୍ତ୍ତୀ ସମୟରେ ଲୋକମୁଖରେ ନାଗା ଶବ୍ଦ ସହିତ ଅର୍ଜୁନ ଶବ୍ଦ ମିଶି ନାଗାର୍ଜୁନ ବେଶ ଭାବେ ଏହା ପ୍ରସିଦ୍ଧ ହୋଇଛି ବୋଲି ଡ. ମିଶ୍ର ପ୍ରକାଶ କରିଛନ୍ତି।
କେବେ ହୋଇଥିଲା ନାଗାର୍ଜୁନ ବେଶ
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ନାଗାର୍ଜୁନ ବେଶ ସଂକ୍ରାନ୍ତରେ ଠିକ୍‌ ଇତିହାସ କିମ୍ବା ପୁରାତନ କାଗଜାତ୍‌ ନାହିଁ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେକର୍ଡ ରୁମ୍‌ରେ ଥିବା ପୁରାତନ ନଥିରେ କେବଳ ୧୯୬୬ ମସିହାଠାରୁ ଏହି ବେଶ ସମ୍ବନ୍ଧରେ ସୂଚନା ଉଲ୍ଲେଖ ରହିଛି। ପ୍ରାୟ ୫୪ ବର୍ଷ ପୂର୍ବେ ୧୯୬୬ ମସିହା ନଭେମ୍ବର ୨୬ ତାରିଖ ମଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ କ୍ରମାଗତ ଭାବେ ୧୯୬୭ ନଭେମ୍ବର ୧୬ ମଳ ଚତୁର୍ଦ୍ଦଶୀ, ୧୯୬୮ ନଭେମ୍ବର ୩ ମଳ ତ୍ରୟୋଦଶୀ ତିଥିରେ ଏହି ବେଶ କରାଯାଇଥିଲା। ଏହାର ୨୭ ବର୍ଷ ପରେ ଅର୍ଥାତ୍‌ ୧୯୯୩ ନଭେମ୍ବର ୨୬ ତାରିଖ ମଳ ଦ୍ୱାଦଶୀ ତିଥିରେ ନାଗାର୍ଜୁନ ବେଶ କରାଯାଇଥିଲା। ପୁନର୍ବାର ୧୯୯୪ ନଭେମ୍ବର ୧୬ ତାରିଖ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନରେ ଏହି ବୀର ବେଶରେ ଦାରୁବିଗ୍ରହ ଦର୍ଶନ ଦେଇଥିଲେ।
ଦଳାଚକଟାରେ ଯାଇଥିଲା ୩ ଜୀବନ
୧୯୯୩ରେ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଏଥିରେ ଦଳାଚକଟା ଯୋଗୁ ୩ଜଣଙ୍କ ଜୀବନ ଯାଇଥିଲା। ୧୯୯୪ରେ ଉଭୟ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେହିଦିନ ଶ୍ରୀମନ୍ଦିରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନେଇ କେତେକ କଟକଣା ଜାରି କରାଯିବା ସହ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଇଥିଲା। ବେଶକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ବେଶ ପୂର୍ବଦିନ ଅର୍ଥାତ୍‌ ନଭେମ୍ବର ୧୫ ତାରିଖ ରାତି ୧୧ଟାରେ ଠାକୁରଙ୍କ ପହୁଡ଼ ନୀତି ହୋଇ ସେହି ରାତି ୨ଟାରେ ଦ୍ୱାରଫିଟା, ୨ଟା ୩୦ରେ ମଙ୍ଗଳ ଆଳତି, ୩ଟା ୫୦ରେ ଅବକାଶ ଏବଂ ୪ଟାରେ ନାଗାର୍ଜୁନ ବେଶ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ଘଟିଥିଲା। ଏହାସତ୍ତ୍ୱେ ଶାନ୍ତିଶୃଙ୍ଖଳାର ସହ ବେଶ ସମ୍ପନ୍ନ ହୋଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନର ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri