ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଅନେକ ପରିବାର ରିଲିଫ ଚାଉଳ, ଟଙ୍କା ପାଇ ନ ଥିବା ଅଭିଯୋଗ କରୁଥିବା ବେଳେ ବାସଗୃହ ଭାଙ୍ଗି ଯାଇଥିବା ବହୁ ପରିବାରକୁ ଏ ଯାଏ ପାଲ ଖଣ୍ଡେ ମିଳିନି। ଗତ ବନ୍ୟାରେ ରତ୍ନଗିରି ପଞ୍ଚାୟତ ଅଧୀନ ପାଟଣା ଗ୍ରାମର ବହୁ ଲୋକଙ୍କ ଘର ଭାଙ୍ଗିଥିଲା। ପଲିଥିନ ନ ମିଳିବାରୁ ତଦନ୍ତ କରାଯାଇ ବିପନ୍ନଙ୍କୁ ସହାୟତା ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଏ ନେଇ ଗ୍ରାମବାସୀ ବରୀ ତହସିଲ ଆଗରେ ଧାରଣା ଦେବା ପରେ ବିପନ୍ନଙ୍କ ତାଲିକା ପ୍ରସ୍ତୁତ କରାଯାଇ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତଦନ୍ତ ସରିବାକୁ ଇତିମଧ୍ୟରେ ମାସେ ପୁରିଥିଲେ ବି ସେହି ବିପନ୍ନ ପରିବାର ଖୋଲା ଆକାଶ ତଳେ ପଡ଼ିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙକ୍‌ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ପଲିଥିନ ଯୋଗାଇ ଦିଆ ନ ଗଲେ ପୁଣି ତହସିଲ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ପଟଣା ଗ୍ରାମର ରତ୍ନାକର ପାତ୍ର, କାଳନ୍ଦୀ ସେଠୀ, ରଞ୍ଜିତ ଜେନା, ପୀତାମ୍ବର ନନ୍ଦ, ଦୁଃଶାସନ ବାରିକ, ଚନ୍ଦ୍ରମଣି ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ହଜାର ଲାଞ୍ଚ ନେଇ ଏସଏଆର୍‌ସିଏସ୍‌ ଗିରଫ

ସୋନପୁର,୧୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଏସ୍‌ଏଆର୍‌ସିଏସ୍‌ (ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ) ସୋନପୁର ମଣ୍ଡଳ ଆଶିଷ କୁମାର ରାଉତ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଗିରଫ...

ମାଟ୍ରିକ ପରୀକ୍ଷା: ମିଳିଲା ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୭।୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା...

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ...

କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅଧ୍ୟାପକଙ୍କ ପରଲୋକ, କରୋନା ଟିକା ନେଇ ହୋଇଥିଲେ ଅସୁସ୍ଥ

ପଦ୍ମପୁର,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜଆଡ଼ିଆ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପକ ଚକ୍ରଧର ମୁଦୁଲିଙ୍କ ପରଲୋକ ଘଟିଛି। ଗତ ୧୦ ଦିନ ତଳେ...

ପାରାଦୀପରେ ପର୍ଯ୍ୟଟକଙ୍କ ଭିଡ଼

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୨ ବର୍ଷର ଶେଷ ବୁଧବାର ପାରାଦୀପ ଦୁଇଟି ଘଟଣା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। ପାରାଦୀପରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।...

ମଣ୍ଡଳ କାରାଗାରରେ ହେବ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ

ବ୍ରହ୍ମପୁର ଅଫିସ ,୨୬ା୭ – ମଣ୍ଡଳ କାରାଗାରରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଆରମ୍ଭ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସେଠାରେ ୫୦ ଶଯ୍ୟାର ବ୍ୟବସ୍ଥା କରାଯାଇଥିବା...

ରଜ ପାଇଁ ବଟେଶ୍ୱର ବେଳାଭୂମିରେ ପ୍ରବଳ ଭିଡ଼

ଗଞ୍ଜାମ,୧୫।୬(ଡି.ଏନ.ଏ.)ଗଞ୍ଜାମ ଜିଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି...

୩୪ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା ଏମ୍ସ

ଖୋର୍ଦ୍ଧା ଅଫିସ,୨ା୪ : କୋଭିଡ-୧୯(କରୋନା ଭାଇରସ) ସଂକ୍ରମଣ ମୁକାବିଲା ଲାଗି ଦେଶରେ ଲକଡାଉନ ଜାରି ରହିଛି। ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ...

Advertisement
Archives

Model This Week