ସରକାରୀ ଅଙ୍କୁଶ ନାହିଁ: ଗଢ଼ିଉଠୁଛି କୋଚିଂ ସେଣ୍ଟର

ପଟ୍ଟାମୁଣ୍ଡାଇ, ୯ା୪ (କଳ୍ପତରୁ ନାୟକ):ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବେସରକାରୀ ଟ୍ୟୁସନ୍‌ ଓ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟୁସନ୍‌, ଶତାଧିକ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି। ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ସୁଶାନ୍ତ କୁମାର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ୧୦ରୁ ଅଧିକ କୋଚିଂ ସେଣ୍ଟର, ଟ୍ୟୁଟୋରିଆ ଚାଲିଛି। ଏଗୁଡ଼ିକରେ ଅଧିକାଂଶ ସରକାରୀ ଶିକ୍ଷକ ଓ ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି। ବଡ଼ କଥା ହେଲା କେତେକ ସେଣ୍ଟର ମାଲିକ ମଧ୍ୟ ନିଜେ ସରକାରୀ ଶିକ୍ଷକ ଅଛନ୍ତି। ବିଦ୍ୟାଳୟ ସମୟ ପୂର୍ବରୁ ଏବଂ ପରେ ଏହି ସରକାରୀ ଶିକ୍ଷକମାନେ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲରେ ଶିକ୍ଷାଦାନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏଭଳି କେବଳ ପଟ୍ଟାମୁଣ୍ଡାଇରେ ନୁହେଁ, ସାରା ଜିଲାରେ ଦେଖିବାକୁ ମିଳୁଛି। ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଅଧିକ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜାଣିଶୁଣି କମ୍‌ ମାର୍କ ଦିଆଯାଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି। ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଲିଥିବା ଘରୋଇ କୋଚିଂ ସେଣ୍ଟରଗୁଡ଼ିକରେ କଲେଜ ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ କରିବାକୁ ବାଧ୍ୟ କରାଯାଉଥିବା ବହୁବାର ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ରହିଥିବା ଘରୋଇ କୋଚିଂ ସେଣ୍ଟର ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ବେଆଇନ ଭାବେ ବିନା ପଞ୍ଜୀକୃତରେ ଆର୍ଥତ୍କ କାରବାର ହେଉଥିବା ବେଳେ ସେସବୁରେ ଅଙ୍କୁଶ ଲାଗୁନାହିଁ। ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ଚାଲୁଥିବା ବେଳେ ସେସବୁରେ ନିୟମିତ ଶିକ୍ଷା ବିଭାଗ ପକ୍ଷରୁ ଚଢାଉ ହେଉ ନ ଥିବାରୁ କଲେଜରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ଉପରେ ଚାପ ବଢୁଛି ବୋଲି ଆଲୋଚନା ହେଉଛି। ଏପରିକି ଯୁକ୍ତ ୨ କଳା ଏବଂ ବିଜ୍ଞାନ ବିଭାଗ ଛାତ୍ରୀଛାତ୍ରମାନଙ୍କଠାରୁ ମାସିକ ଏକରୁ ଦେଢ଼ ହଜାର ଟଙ୍କା ଯାଏ ଟ୍ୟୁସନ୍‌ ଫି’ ସଂଗ୍ରହ କରାଯାଉଛି। ୨ ବର୍ଷରେ ଅଭିଭାବକମାନେ ଅନ୍ୟ ଖର୍ଚ୍ଚ ସମେତ ୩୦ରୁ ୫୦ ହଜାର ଟଙ୍କା ଯାଏ ଫି’ ବାବଦକୁ ପୈଠ କରିଥାନ୍ତି। ସେହିପରି ଆବଶ୍ୟକ ସରଞ୍ଜାମ ଏବଂ ଭିତ୍ତିଭୂମି ନ ଥାଇ ବିପଜ୍ଜନକ ସ୍ଥିତିରେ ଏହି ବେଆଇନ କୋଚିଂ ସେଣ୍ଟରଗୁଡିକ ଜନବସତି ମଧ୍ୟରେ ଚାଲିଛି। ସରକାରୀ ଶିକ୍ଷକ, ଅଧ୍ୟାପକମାନଙ୍କ ନିୟୋଜିତ ପ୍ରସଙ୍ଗକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଅଛନ୍ତି। କିନ୍ତୁ ଶିକ୍ଷାଦାନ ପ୍ରତି ଆନ୍ତରିକତା ରହୁନି। ନୂଆକୌଶଳରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହେବା ତ ଦୂରର କଥା ପିଲାମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ରହୁନାହାନ୍ତି। ଯେଉଁ କାରଣରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନ ନେବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ମାଟ୍ରିକ ପାସ୍‌ କଲେ ଡାକ୍ତରୀ, ଇଞ୍ଜିନିୟରିଂ ଆଦିରେ ନାମ ଲେଖାଇବା ପାଇଁ ୧୫% ସଂରକ୍ଷଣ ରହିଛି। ତଥାପି ସରକାରୀ ଅପେକ୍ଷା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଚାହିଦା ବଢୁଛି। ଅପରପକ୍ଷେ ସରକାରୀ ଶିକ୍ଷକମାନେ ପିଲାମାନଙ୍କୁ ଟ୍ୟୁସନ୍‌, କୋଚିଂ ସେଣ୍ଟର, ଟ୍ୟୁଟୋରିଆଲମୁହଁା କରାଇ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ଏପରି କି ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ହେଲେ ଏହାର ଆବଶ୍ୟକତା ରହିଛି ବୋଲି କହି ସେମାନେ ପିଲାମାନଙ୍କୁ ପ୍ରଭାବିତ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, କୌଣସି ସରକାରୀ ଶିକ୍ଷୟିତ୍ରୀଶିକ୍ଷକ ଓ ଅଧ୍ୟାପିକାଅଧ୍ୟାପକ ବେସରକାରୀ ଅନୁଷ୍ଠାନ ସହ ଜଡିତ ରହିପାରିବେ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନର ସମୟ ପରେ ଏପରି କି ଛୁଟି ଦିନରେ ମଧ୍ୟ ଟ୍ୟୁସନ୍‌ କିମ୍ବା ଟ୍ୟୁଟୋରିଆଲ କ୍ଲାସ୍‌ କରିପାରିବେ ନାହିଁ। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ଉଲ୍ଲଂଘନ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଥଙ୍କୁ ପଚାରିବାରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଯଦି ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେହି ସରକାରୀ ଶିକ୍ଷକ, ଅଧ୍ୟାପକ କୋଚିଂ ସେଣ୍ଟର ଚଳାଉଥିବେ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri