ଜନସାଧାରଣଙ୍କ ସହ ରହୁନି ସୁସମ୍ପର୍କ

ବଅଁରପାଳ,୧୯ା୨(ଡି.ଏନ.ଏ.)

ଜନସାଧାରଣଙ୍କ ପ୍ରତି ଉତ୍ତମ ବ୍ୟବହାର ହିଁ ପୋଲିସକୁ ଲୋକଙ୍କ ପୋଲିସ କରିଦେବ। ଭୟମୁକ୍ତ ହୋଇ ସେମାନେ ଥାନା ସହ ସମ୍ପର୍କ ରକ୍ଷାକରିବେ। ଏହା ଅପରାଧ ହ୍ରାସ ଦିଗରେ ସହାୟକ ହେବ ଓ ଆଇନଶୃଙ୍ଖଳା ବିଗାଡ଼ିବାକୁ ଦେବନାହିଁ। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବାରମ୍ବାର ଏ ନେଇ ଥାନାଗୁଡ଼ିକୁ ସଚେତନ କରାଯାଉଛି। ଅଞ୍ଚଳବାସୀଙ୍କ ନିକଟତର ହେବାକୁ ପରାମର୍ଶ ଦିଆଯାଉଛି। ଏ ଦିଗରେ ବିଭିନ୍ନ ଥାନା ପକ୍ଷରୁ ଗଠନ କରାଯାଇଥିବା ‘ଆମ ପୋଲିସ ସମିତି’ ବେଶ୍‌ ନିର୍ଣ୍ଣାୟକ ଭୂମିକା ନେଉଥିଲା। ହେଲେ ଆନ୍ତରିକତା ଅଭାବରୁ ଏହି ସମିତି ଅନେକ ଥାନା ଅଞ୍ଚଳରେ ପୂର୍ବପରି କାର୍ଯ୍ୟକ୍ଷମ ନାହିଁ। ଫଳରେ ଲୋକଙ୍କଠାରୁ ପୋଲିସ ଦୂରେଇ ଯାଉଥିବା ବେଳେ ଅପରାଧ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଅନୁଗୋଳ ଜିଲା ନାଲ୍‌କୋ ଥାନା ଏହାର ଏକ ଉଦାହରଣ।
୨୦୧୩ରେ ନାଲ୍‌କୋ ଥାନା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ଷମ ହୋଇଥିଲା। ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ ଉଦ୍ଦେଶ୍ୟରେ କୁଲାଡ଼, ଗିରାଙ୍ଗ, କୁରୁଡୋଲ, କାଣ୍ଡସର, କନ୍ୟାବେଡ଼ା, ବଳରାମପ୍ରସାଦ, ନାଲ୍‌କୋ ହଟିଙ୍ଗ ଆଦି ଅଞ୍ଚଳରେ ୭ଟି ବିଟ୍‌ ଗଠନ କରାଯାଇଥିଲା। ପ୍ରତି ବିଟ୍‌ରେ ସ୍ବତନ୍ତ୍ର ଭାବେ ଜଣେ ଲେଖାଏ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନଙ୍କୁ ପାଟ୍ରୋଲିଂ ପାଇଁ ୭ଟି ବାଇକ୍‌ ପ୍ରଦାନ କରାଯାଇଥିଲା। ବିଟ୍‌ ଅଧିକାରୀମାନେ ଉକ୍ତ ବାଇକ୍‌ରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରୁଥିଲେ। ବରିଷ୍ଠ ନାଗରିକମାନେ ଯେପରି ଅସୁରକ୍ଷିତ ଅନୁଭବ ନ କରିବେ ସେ ଦିଗରେ ଧ୍ୟାନ ଦେଉଥିଲେ। ଏହାଛଡ଼ା ସମିତିର ବୈଠକ ନିୟମିତ ବସୁଥିବାରୁ ପୋଲିସକୁ ଲୋକଙ୍କଠାରୁ ଭଲ ସହଯୋଗ ମିଳୁଥିଲା। ଏହାଦ୍ୱାରା ନାଲ୍‌କୋ ଥାନା ଅଞ୍ଚଳରେ ଅପରାଧ ହ୍ରାସ ପାଇବାରେ ଲାଗିଥିଲା। କିନ୍ତୁ ପାଖାପାଖି ଦେଢ଼ବର୍ଷ ହେଲା ସମିତି କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଥାନା କିମ୍ବା କୌଣସି ଗ୍ରାମରେ ବୈଠକ ଡକାଯାଉ ନାହିଁ। ଏପରି କି ଗଠନ କରାଯାଇଥିବା ବିଟ୍‌ଗୁଡ଼ିକରେ ଜଣେ ହେଲେ ଅଧିକାରୀ ନାହାନ୍ତି। ପାଟ୍ରୋଲିଂ ପାଇଁ ପ୍ରଦାନ କରାଯାଇଥିବା ୭ ବାଇକ୍‌ ମଧ୍ୟରୁ ୪ଟି ବିଟ୍‌ରେ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଡକାୟତି, ଚିନ୍‌ତାଇ ଓ ଲୁଟ୍‌ ସହ ନିଶାଦ୍ରବ୍ୟର ଅବାଧ କାରବାର ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ବିନ୍ଦୁ ବାସିନୀ ବିଶ୍ୱାଳ କହିଛନ୍ତି, ସମିତି ବୈଠକ ସମ୍ପର୍କରେ ବିଶେଷ କିଛି କହିପାରିବିନି। ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଦେଶ ଆସିଲେ କାର୍ଯ୍ୟକାରୀ ହେବ।
ସମିତିକୁ କେହି ପଚାରୁ ନାହାନ୍ତି
ଆମ ପୋଲିସ ସମିତି କାର୍ଯ୍ୟକ୍ଷମ ହେବାର ୭ ବର୍ଷ ବିତିଗଲାଣି। ପୂର୍ବରୁ ଯାହା ଯେମିତି ବୈଠକ ବସୁଥିଲା। ଏଥିରେ ସଦସ୍ୟମାନେ ସେମାନଙ୍କ ମତ ଉପସ୍ଥାପନ କରିପାରୁଥିଲେ। ପୋଲିସ ଓ ଲୋକେ ଏକାଠି ବସୁଥିବାରୁ ଆଇନଶୃଙ୍ଖଳା ଉପରେ ଏହାର ଭଲ ପ୍ରଭାବ ପଡ଼ୁଥିଲା। କିନ୍ତୁ ଦେଢ଼ବର୍ଷ ହେଲା ସମିତିକୁ କେହି ପଚାରୁନାହାନ୍ତି। ଏହା ଯେପରି ସ୍ଥାଣୁ ପାଲଟିଯାଇଛି।
-ରାଜୀବ ଜେନା, ସଦସ୍ୟ, କୁଲାଡ
ପାଟ୍ରୋଲିଂ କଥା ପାସୋରି ଦେଲେଣି
ନାଲ୍‌କୋ ଅଞ୍ଚଳବାସୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା ଦିଗରେ ଥାନା ପକ୍ଷରୁ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। ଏପରି କି ପାଟ୍ରୋଲିଂ କଥା ମଧ୍ୟ ପୋଲିସ ମନରୁ ପାସୋରି ଦେଲାଣି। ଏହି କାରଣରୁ ଏଠାରେ ଆଇନଶୃଙ୍ଖଳା ବିଗିଡ଼ି ଗଲାଣି। ଦୈନିକ ଚୋରା ଗଞ୍ଜେଇ, ମଦ, ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ଜିଲା ଏସ୍‌ପି ଏ ଦିଗରେ ତୁରନ୍ତ ଧ୍ୟାନ ଦିଅନ୍ତୁ।
-ଶ୍ରୀକାନ୍ତ ଗଡ଼ନାୟକ, ଆଇନଜୀବୀ, ଗିରାଙ୍ଗ
କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି
ଅନୁଗୋଳ ଜିଲାରେ ଆମ ପୋଲିସ ସମିତି ପ୍ରଥମେ ନାଲ୍‌କୋ ଥାନା ପକ୍ଷରୁ ଗଠନ କରାଯାଇଥିଲା। ଏହା ସେତେବେଳେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ସମିତିର ସଦସ୍ୟମାନେ ପୋଲିସକୁ ଆବଶ୍ୟକ ସହଯୋଗ କରିବାରେ ଖୁସି ପାଉଥିଲେ। ସମୟ ଗଡ଼ିବା ସହ ପୋଲିସ ଧୀରେ ଧୀରେ ଲୋକଙ୍କଠାରୁ ଦୂରେଇ ଯିବାରେ ଲାଗିଛି। କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
-ପ୍ରମୋଦ କୁମାର ସିଂହ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri