ମୃତଦେହରେ କେମିକାଲ ବ୍ୟବହାର ପ୍ରମାଣ ମିଳିନି

ନୟାଗଡ଼ ଅଫିସ,୧୭।୨:ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ୫ବର୍ଷୀୟା ଶିଶୁ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ସୋମବାର ୪୮୨ପୃଷ୍ଠାର ଚାର୍ଜଶିଟ୍‌ ସ୍ଥାନୀୟ ଚିଲ୍‌ଡ୍ରେନ କୋର୍ଟରେ ଦାଖଲ କରିଛି। ଏଥିରେ ଏସ୍‌ଆଇଟି ୭୨ଜଣଙ୍କୁ ସାକ୍ଷୀ ଭାବେ ନେଇଛି। ପରୀ ମୃତଦେହରେ କୌଣସି କେମିକାଲ ବ୍ୟବହାର ହେବାର ପ୍ରମାଣ ମିଳୁନାହିଁ। ମୃତଦେହ ଠାବ ହେବାବେଳେ ଏହା ନଷ୍ଟ ହେବା ସ୍ଥିତିକୁ ଆସିଥିଲା। ଏଭଳିସ୍ଥିତିରେ ଶରୀରରୁ କୌଣସି ଅଙ୍ଗ ଗାଏବ ହୋଇଛି କି ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନାହିଁ । ଏପରି କି ପରୀ ଫ୍ରକ୍‌ରୁ ପୁରୁଷର ସିମେନ ଦାଗ ମିଳିଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ରିପୋର୍ଟ, ଷ୍ଟେଟ ଫୋରେନ୍ସିକ ଲାବୋରେଟୋରିର ବିଶେଷଜ୍ଞଙ୍କ ରିପୋର୍ଟ ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ଏସ୍‌ଆଇଟି ଚାର୍ଜଶିଟ ଦାଖଲ କରିଥିବା ଜଣାପଡ଼ିଛି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପରୀ ବଳାକତ୍ାର ଓ ହତ୍ୟା ମାମଲାରେ ନାବାଳକ କଲେଜ ଛାତ୍ରଙ୍କ ସମ୍ପୃକ୍ତି ରହିଛି ବୋଲିି ଏସ୍‌ଆଇଟି ପ୍ରମାଣ ପାଇଥିବାନେଇ ଚାର୍ଜଶିଟରେ ଉଲ୍ଲେଖ କରିଛି। ନାବାଳକ ବାରମ୍ବାର କଥା ବଦଳାଇବା ସହ ମିଛ କହିଛନ୍ତି। ପୀଡ଼ିତାଙ୍କ ଘରକୁ ସେ ଏକାଧିକ ଥର ଯାଇଛନ୍ତି। ପରୀର ଘର ପାଖରେ ନାବାଳକଙ୍କ ଗୃହ ଥିବାରୁ ବଳାତ୍କାର ଓ ହତ୍ୟା କରିବା ସହଜ ହୋଇଛି। ନାବାଳକଙ୍କ ମାନସିକ ସ୍ଥିତିକୁ ଅଧ୍ୟୟନ କରିବା ପାଇଁ ଜଣେ ବିଶେଷଜ୍ଞ କାଉନସେଲିଂ ପାଇଁ ନିୟୋଜିତ ହୋଇଥିଲେ। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ୨୦୨୦ ଜୁଲାଇ ୧୪ରେ ବଳାକତ୍ାର ପରେ ତଣ୍ଟି ଚିପି ଶିଶୁକନ୍ୟାଙ୍କୁ ହତ୍ୟା କରିଥିବା ନାବାଳକ ସ୍ବୀକାର କରିଛନ୍ତି। ହତ୍ୟା ପୂର୍ବ ରାତିରେ ଭଉଣୀ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବାପରେ ନାବାଳକ ଏଭଳି କାଣ୍ଡ କରିବାକୁ ଉସତ୍ାହିତ ହୋଇଥିଲେ। ଅନ୍ୟପକ୍ଷେ ପରୀ ନାବାଳକଙ୍କ ଘରକୁ ଯିବାର ଜଣେ ବ୍ୟକ୍ତି ଦେଖିଥିଲେ। ଏସ୍‌ଆଇଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିଛି। ମୃତଦେହକୁ ଫିଙ୍ଗିବା ପାଇଁ ନାବାଳକ ନିଜ ଘରୁ ଅଖା ନେଇ ବାହାରକୁ ଯାଉଥିବା ଅନ୍ୟଜଣେ ଦେଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ଏସ୍‌ଆଇଟି ଚିହ୍ନଟ କରିଛି। ସିଆର୍‌ପିସି ୧୬୪ ଦଫାରେ ଏହି ଦୁଇ ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଛି।
ପ୍ରକାଶ ଯେ, ଗତ ଜୁଲାଇ ୧୪ରେ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୧୦ଦିନ ପରେ ପରୀର ମୃତଦେହ ତାଙ୍କ ଘର ପଛପାର୍ଶ୍ୱ ଏକ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଫଳରେ ଗତ ନଭେମ୍ବରରେ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ପରୀର ମା’ବାପା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାକୁ କେନ୍ଦ୍ର କରି ଭାଜପା ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri