ଜଙ୍ଗଲ ଜମିରୁ ବେଆଇନ ମୋରମ ଉଠାଣ

କେନ୍ଦୁଝର,୧୭ା୨(ସ୍ବ.ପ୍ର.)-ଜଙ୍ଗଲ ଜମିରେ ଚାଲିଛି ବେଆଇନ ମାଟି ଉଠାଣ। ବାଂଶପାଳ ତହସିଲ ଶୁଆକାଟୀ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଉପର ସୁମଠ ଠାରେ ବେଆଇନ ଭାବେ ଜୁଆଙ୍ଗ ଲୋକ ପାଇଥିବା ଜଙ୍ଗଲ ପଟ୍ଟା ଜମିରୁ ମାଟି ଓ ମୋରମ ଉତ୍ତୋଳନ କରାଯାଇ ରାସ୍ତା ନିର୍ମାଣ କାମରେ ବ୍ୟବହାର ହେଉଥିବା ଗ୍ରାମବାସୀ ଅଭିଯୋଗ ହେଉଛି। ଜଙ୍ଗଲ ଜମି ପଟ୍ଟା ଜମି ପାଇଥିବା ଲୋକ କେବଳ ଚାଷ କରିପାରିବେ ବୋଲି ନିୟମ ଥିବା ବେଳେ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଆଦିବାସୀଙ୍କୁ ପ୍ରଲୋଭିତ କରି ମାଟି ଓ ମୋରମ ଉଠାଉଥିବା ଅଭିଯୋଗ ହେଉଛି। ଏହାଛଡା ଜଙ୍ଗଲ ଓ ପରିବେଶ କ୍ଷତିଗ୍ରସ୍ତ ହେଉଥିବାରୁ ବନ୍ୟ ପ୍ରାଣୀ, ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରୁଛନ୍ତି।
ପ୍ରକାଶ ଯେ, ଆଦିବାସୀ ଅଞ୍ଚଳରେ ରାସ୍ତାର ସୁଦୃଢ଼କରଣ ପାଇଁ ଜିଲା ଖଣିଜ ପାଣ୍ଠିରୁ ସୁମଠ ଠାରୁ ରଢୁଆଁ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଚାଲିଛି। ତେବେ ରାସ୍ତା ପାଇଁ ୪ କି.ମି. ଦୂରରୁ ମାଟି ଓ ମୋରମ ଆଣିବା ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ପାଖରୁ ଜଙ୍ଗଲ ଜମି ତଥା ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିଥିବା ପଟ୍ଟା ଜମିରୁ ବେଆଇନ ଭାବରେ ମୋରମ ଉତ୍ତୋଳନ କରି ବିଲ ଫାଙ୍କୁଥିବା ଅଭିଯୋଗ ହେଉଛି । ବର୍ଷା ଦିନେ ଏଠାରେ ପୋଖରୀ ଭଳି ପାଣି ଜମି ରହିବ। ଜଙ୍ଗଲକୁ ଲାଗି ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଜୀବଜନ୍ତୁ ଏବଂ ପାଖରେ ଥିବା ସ୍କୁଲ ପିଲାଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ଦୈନିକ ଟ୍ରିପ ଟ୍ରିପ ମାଟି ଉତ୍ତୋଳନ ଯୋଗୁ ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କ ଜମି ଚାଷ ଅନୁପଯୋଗୀ ହୋଇପଡିବ। ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ଏନେଇ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମୂରଲୀ ପ୍ରସାଦ କହିଛନ୍ତି ଯେ ୪ କି.ମି. ଦୂରରୁ ମାଟି ବ୍ୟବହାର ପାଇଁ ଏଗ୍ରିମେଣ୍ଟରେ ରହିଛି। ତେବେ ସେ ଏହାର ଯାଞ୍ଚ କରି କାମ ବନ୍ଦ କରିଦେବେ। ତେବେ ଏବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେବାବଦକୁ ଅର୍ଥ ଆଦାୟ କରିବାକୁ ଦାବି ହେଉଛି । ସେହିପରି ଭୂୟାଁ ଓ ଜୁଆଙ୍ଗ ପୀଢ ରେଞ୍ଜ୍‌ର ବନାଞ୍ଚଳ ଅଧୀକାରୀ ମାନସ ମୁର୍ମୁ କହିଛନ୍ତି, ଏନେଇ ସେ ବାଂଶପାଳ ତହସିଲଦାରଙ୍କ ସହିତ ଯାଇ ଘଟଣାର ଅନୁସନ୍ଧାନ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକଙ୍କୁ ପଚାରିବାରୁ ବେଆଇନ ହୋଇଥିଲେ ସମ୍ପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?