ନିର୍ବାଚନ ଲୋଡ଼ାନାହିଁ, ସ୍ବାମୀଙ୍କୁ ଫେରାଇଦିଅ

ଢେଙ୍କାନାଳ ଅଫିସ୍‌, ୧୮ା୨: ‘ମୋର ଭୋଟ ଦରକାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ, ମୋର ଭୁଲ ହୋଇଛି। ମୁଁ ହାତ ଯୋଡ଼ି ନେହୁରା ହେଉଛି। ମୋ ସ୍ବାମୀଙ୍କୁ ସୁରକ୍ଷିତ ଭାବେ ଫେରାଇଦିଅ’। ମତଦାନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ଅପହରଣକାରୀଙ୍କ ଉଦ୍ଦେଶ୍ୟରେ କୋହଭରା କଣ୍ଠରେ ଏଭଳି ନିବେଦନ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ ସାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥତ୍ନୀ ଭାରତୀ ରଥ। ଗତ ବୁଧବାର ରାତି ୧୦ଟାରୁ ସ୍ବାମୀ ଦୀପକ କୁମାର ଦାଶଙ୍କ କୌଣସି ସନ୍ଧାନ ମିଳୁନାହିଁ। ଫୋନ୍‌ ମଧ୍ୟ ସୁଇଚ୍‌ ଅଫ୍‌ ରହିଛି। ତାଙ୍କୁ ଅପହରଣ କରାଯାଇଥିବା ଭାରତୀ କହିଛନ୍ତି। ଅନ୍ୟପଟେ ଢୋଲପଶି-ସାଙ୍କୁଲେଇ ରାସ୍ତାରୁ ଦୀପକ ବ୍ୟବହାର କରୁଥିବା ସ୍କୁଟି ମିଳିଛି, ଯେଉଁଥିରେ ରକ୍ତଛିଟା ଲାଗିଛି। ଏହାକୁ ନେଇ ପରିବାର ସଦସ୍ୟ ଆଶାଆଶଙ୍କା ଭିତରେ ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକୁ ନେଇ ଚର୍ଚ୍ଚାରେ ରହିଥିବା ଢେଙ୍କାନାଳରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଗତ ବୁଧବାର ସାରାଦିନ ଦୀପକ ଏବଂ ଭାରତୀ ସମର୍ଥକଙ୍କ ସହିତ ମିଶି ପଞ୍ଚାୟତରେ ପ୍ରଚାର କରିଥିଲେ। ରାତି ପ୍ରାୟ ୮ଟାରେ ଭାରତୀଙ୍କୁ ଘର ସମ୍ମୁଖରେ ଛାଡ଼ି ସେ ସ୍କୁଟିରେ ବେବର୍ତ୍ତାକାଟେଣୀ ଅଭିମୁଖେ ବାହାରି ଯାଇଥିଲେ। ୯ଟାରେ ଖାଇବା ପାଇଁ ଭାରତୀ ତାଙ୍କୁ ଫୋନ କରିଥିଲେ ହେଁ ଯୋଗାଯୋଗ ହୋଇପାରି ନ ଥିଲା। ରାତି ୧୦ଟାରେ ପୁଣିଥରେ ଫୋନ କରିବାରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ଏହା ପରେ ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ପିସିଆର୍‌ ଭ୍ୟାନକୁ ସୂଚନା ଦେଇଥିଲେ। ବିଳମ୍ବିତ ରାତିରେ ରାସ୍ତାରେ ପଡ଼ିଥିବା ତାଙ୍କ ସ୍କୁଟିକୁ ପୋଲିସ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୧୧/୨୨ରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ପୋଲିସ ଦୀପକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖିଥିବା ସଦର ଥାନାଧିକାରୀ ଅଭିନବ ଡାଳୁଆ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର କେଇଘଣ୍ଟା ବାକିଥିବାବେଳେ ମତଦାନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରଖି ବିରୋଧୀମାନେ ଏଭଳି ଅପହରଣ କାଣ୍ଡ ଘଟାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri