ସପ୍ତାହେ ହେଲା ମିଳୁନି ପିଇବା ପାଣି

ଦାରିଙ୍ଗବାଡି, ୨୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଝିଞ୍ଜିରିଗୁଡା ପଞ୍ଚାୟତ କୁଟୁଲାରୀ ଗାଁରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଗତ ଏକ ସପ୍ତାହ ହେଲା ଲୋକଙ୍କ ରୋଷେଇ ଶାଳାରେ ଜଳ କଷ୍ଟ ଦେଖିବାକୁ ମିଳିଛି। ଶୌଚ ପାଇଁ ତ ଦୂରର କଥା, ମୁନ୍ଦେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ସରକାର ଘରେ ଘରେ ପିଇବା ପାଣି ପାଇଁ ପାଇପ ଯୋଗେ ଜଳ ଯୋଗାଣ କରୁଥିବା ବେଳେ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟୁଲାରୀ ଗ୍ରାମ ସମେତ ଗଡ଼ମା, ବାଘପଦା ଆଦି ଅଞ୍ଚଳରେ ଏବେ ପାଣି ପାଇଁ ଲୋକେ କାନ୍ଦୁଛନ୍ତି।
ପ୍ରକାଶ ଯେ, ଗାଁଠାରୁ ପ୍ରାୟ ୩ କିମି ଦୂର ଗ୍ଲଡିଙ୍ଗ ପାହାଡ଼ରୁ ଝରଣା ପାଣି ସ୍ବତ ପ୍ରବୃତ୍ତ ଭାବେ ବୋହିଯାଉଛି। ତାକୁ ବନ ବିଭାଗର ଓଟିଇଏଲପି (ଓଡିଶା ଜନଜାତି ସଶକ୍ତୀକରଣ ଜୀବନଜୀବିକା କାର୍ଯ୍ୟକ୍ରମ) ପକ୍ଷରୁ ପାହାଡ଼ ଉପରେ ଏକ କୁଣ୍ଡ କରାଯାଇ ଗ୍ରାମକୁ ପାଇପ ଯୋଗେ ଜଳ ଅଣାଯାଇ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ସଂଗ୍ରହ କରାଯଉଛି। ହେଲେ ଦିନକୁ ଦିନ ଜଳସ୍ତର କମିବା ସହ ଝର ଜଳର ସ୍ରୋତ କମିଯାଉଛି। ଏବେ ପ୍ରବଳ ଖରା ଯୋଗୁ ଜଳ ଆଉ ପାଇପରେ ଗାଁରେ ପହଞ୍ଚତ୍ପାରୁନି। ଫଳରେ ଲୋକେ ପିଇବା ପାଣି ନପାଇ ହଇରାଣ ହେଉଛନ୍ତି। ଗାଁରେ ଏକାଧିକ ନଳକୂପ ରହିଥିଲେ ସୁଦ୍ଧା ପ୍ରାୟ ଅଚଳ ହୋଇପଡ଼ିରହିଛି। ଯେଉଁ ନଳକୂପରୁ ପାଣି ବାହାରୁଛି ତାହା ମଧ୍ୟ ବହୁ ବିଳମ୍ବରେ ଓ ଗୋଳିଆ ବୋଲି ଗ୍ରାମବାସୀ କହିଛନ୍ତି। ତୁରନ୍ତ ଗ୍ରାମରେ ପିଇବା ପାଣି ଟ୍ୟାଙ୍କର ଯୋଗେ ଯୋଗାଇଦେବା ସହ ସ୍ଥାୟୀ ସମାଧାନ କରି ବୋରୱେଲ ଖୋଳାଯାଇ ପାଇପ ଯୋଗେ ଜଳ ଯୋଗାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କୁଟଲାରୀ ଗ୍ରାମରେ ଥିବା ସାହିକୁ ସାହି ସଂଯୋଗ ହେଉଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତା ଉପରେ ବଡ଼ ବଡ଼ ପଥରଗୁଡିକ ଯାତାୟତରେ ସମସ୍ୟା ହେଉଛି। ବିଶେଷ କରି ଦିବ୍ୟାଙ୍ଗ, ଛାତ୍ରୀଛାତ୍ର, ବୃଦ୍ଧା ବୃଦ୍ଧଙ୍କୁ ଯାତାୟତରେ ସମସ୍ୟା ହେଉଛି। ସେହିପରି ଗାଁରେ କୃଷକମାନଙ୍କ ପାଇଁ ଏକ ଦଶନ୍ଧି ଧରି କୋଲ୍ଡଷ୍ଟୋର ନିର୍ମାଣ କରାଯାଇଥିଲେ ସୁଦ୍ଧା ତାହା ତାଲା ଝୁଲୁଥିବା ଅଭିଯୋଗ ହୋଇଛି। ଗାଁରେ ବିଦ୍ୟୁତ ସମସ୍ୟା ଲାଗି ରହିଥିବା ବେଳେ ଷ୍ଟ୍ରିଟଲାଇଟ ଖଞ୍ଜା ଯାଇଥିଲେ ସୁଦ୍ଧା ପ୍ରାୟ ୫ ମାସ ହେଲା ଚାଲୁ କରାଯାଇନାହିଁ। ଫଳରେ ଅଞ୍ଚଳରେ ଅନ୍ଧାର ଯୋଗୁଁ ଅଞ୍ଚଳବାସୀ ସନ୍ଧ୍ୟା ହେଲେ ବାହାରିବାକୁ ଭୟ କରୁଛନ୍ତି। ତେଣୁ ତୁରନ୍ତ ଜଳ ଯୋଗାଣ ସହ ରାସ୍ତା ନିର୍ମାଣ, ବିଦ୍ୟୁତ ଆଲୁଅ ବ୍ୟବସ୍ଥା ଆଦି କରାଯିବାକୁ ଗାଁର ଦାଉଦ ମଲିକ, ସଲମାନ ମଲିକ ପ୍ରମୁଖ ଦାବି କରିଛନ୍ତି। ଏନେଇ ଗ୍ରାମୀଣ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋବ୍ଦ ରାଉତ କହିଛନ୍ତି ଯେ, ଝିଞ୍ଜିରୀଗୁଡା ପଞ୍ଚାୟତର ସମସ୍ତ ଗ୍ରାମକୁ ମେଗା ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି। ଗଜପତି ଜିଲା ଅଡବାରୁ ପାଣି ଅଣାଯାଉଛି।
ପାଇପ ବିଛା କାର୍ଯ୍ୟ ଚାଲିଛି। ଏବେ ଅଚଳ ଥିବା ନଳକୂପଗୁଡିକୁ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?