ଡ୍ରେନେଜ୍‌ ସୁବିଧା ନାହିଁ: ରାସ୍ତା ଉପରେ ପାଣିର ଲହଡ଼ି

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି ମାରୁଛି । ଏ ନେଇ ସ୍ଥାନୀୟ ଲୋକେ ପୌର ପରିଷଦରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବୋଲି ଶୁକ୍ରବାର ଏକ ପ୍ରେସ ବିବୃତିରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ ଦାବି ରଖିଛନ୍ତି।
୪ ଦିନ ପୁର୍ବରୁ ୭ଦିନ ଧରି ଲଗାଣ ବର୍ଷା ଲାଗି ରହିଥିଲା। ପୁଣି ଦୁଇଦିନ ହେବ ବର୍ଷା ଲାଗି ରହିଛି। ଫଳରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସହରବାସୀ ହନ୍ତସନ୍ତହେଉଛନ୍ତି। ପୌରପରିଷଦର ହେୟ ମନୋଭାବ କାରଣରୁ ଅସରାୟ ବର୍ଷାରେ ପଟ୍ଟାମୁଣ୍ଡାଇ ସହରର ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଯାଉଛି। ଠିକ୍‌ ଭାବେ ଥିବା ଡ୍ରେନକୁ ସଫେଇ କରାଯାଉ ନ ଥିବା କାରଣରୁ ପୌର ପରିଷଦ ଅନ୍ତର୍ଗତ ଅଧିକାଂଶ ନାଳ ଅନାବନା ଗଛରେ ଭର୍ତ୍ତି ହୋଇ ପୋତି ହୋଇଯାଇଛି। କେତେକ ସ୍ଥାନରେ ଡ୍ରେନ ଭାଙ୍ଗି ସମ୍ପୂର୍ଣ୍ଣ ଭାବେ ପରିତ୍ୟକ୍ତ ଅବସ୍ଥାକୁ ଚାଲି ଯାଇଛି। ଯଦିଓ କିଛି ନାଳ ସଫା କରାଯାଇଛି ତଥାପି, ଅଧିକାଂଶ ନାଳ ଆବର୍ଜନାରେ ପୋତି ହୋଇ ରହିଛି। ଲଘୁଚାପ ଜନିତ ବର୍ଷା ପାଣି ନାଳରେ ପ୍ରବାହିତ ନ ହୋଇ ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ କୁଢ କୁଢ ଅବର୍ଜନା ସହରର ପ୍ରମୁଖ ରାସ୍ତାଗୁଡିକ ଉପରେ ଜମା ହୋଇ ରହୁଛି। ଯାହା ପରିବେଶକୁ ଅତ୍ୟନ୍ତ ଦୁର୍ଗନ୍ଧମୟ କରିବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ପୌରବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ନାଳ ସଫେଇ କାର୍ଯ୍ୟକୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଘରୋଇ କରଣ କରାଯାଉଛି। ମାତ୍ର ଏହାର କାର୍ଯ୍ୟକାରିତା ଉପରେ ବର୍ତ୍ତମାନ ପୌରବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଘରୋଇ ଠିକା ସଂସ୍ଥାକୁ ସଫେଇ କାର୍ଯ୍ୟ ଟେକି ଦେଇ ନିଜେ ପୌର ପରିଷଦ ସ୍ଥାଣୁ ପାଲଟି ଯାଇଥିବା କୁହାଯାଉଛି। ବର୍ଷା ଯୋଗୁ ୧୧ ନଂ. ୱାର୍ଡରେ ସେଠୀସାହି କେତେକ ଘରେ ବର୍ଷା ପାଣି ପଶିଥିବା ଦେଖାଯାଇଛି। ବେଲତଳ ୧୯ ନଂ. ୱାର୍ଡ ପୁରୁଣା କୋର୍ଟ କଲୋନୀର ରାସ୍ତା ଉପରେ ପାଣି ଲହଡି ମାରୁଛି। ସେହିପରି ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ଆଗରେ ଆଣ୍ଠୁଏ ଉଚ୍ଚା ପାଣି ଭର୍ତ୍ତି ହୋଇଥିବାରୁ ଯାନବାହନ ଯାତାୟାତରେ ଅସୁବିଧା ହେଉଛି। ଏପରି କି ନିକଟରେ ଥିବା ଘରେ ପାଣି ପଶି ଥିବାରୁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଯଦି ପୌର ପ୍ରଶାସନ ଏହାର ତୁରନ୍ତ ସମାଧାନ ନ କରେ ଆଗାମୀଦିନରେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ଅନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ଡ୍ରେନକୁ ଜବରଦଖଲମାରୀ ମାଡି ଘରଦ୍ୱାର କରିଥିବାରୁ ସଫେଇ କରାଯାଇ ପାରୁନାହିଁ । ଏ ନେଇ ତହସିଲଦାରଙ୍କୁ ଲେଖି ଜଣାଇବୁ। ପ୍ରଶାସନ ପକ୍ଷରୁ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ କରାଯିବା ପରେ ସଫେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri