Posted inଖେଳ

ଶ୍ରେୟସଙ୍କ ଗୋଟିଏ ପୋଷ୍ଟରେ ସୋସିଆଲ ମିଡିଆରେ ହଇଚଇ: ଦିନିକିଆ ସିରିଜ ପୂର୍ବରୁ ଭାଇରାଲ ହେଲା…ପ୍ରଶଂସକ ଚକିତ!

ନୂଆଦିଲ୍ଲୀ, ୩।୧୧: ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୨ରେ ସିରିଜ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ କରିଥିଲେ। ତେବେ ତାଙ୍କର ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ଏହାର କାରଣ ହେଉଛି, ଆୟରଙ୍କ ପୋଷ୍ଟ ଇଂରାଜୀ କିମ୍ବା ହିନ୍ଦୀରେ ନଥିଲା। ସେ ମାଓରୀ ଭାଷାର ଚାରୋଟି ଶବ୍ଦକୁ ନେଇ ଏକ ବାକ୍ୟାଂଶ ବ୍ୟବହାର କରିଥିଲେ। ଯାହାର ଅର୍ଥ ଜାଣିବାକୁ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି।

ରବିବାର ସିରିଜ ଶେଷ ହେବା ପରେ ଆୟର ସୋସିଆଲ ମିଡିଆରେ ଭାରତୀୟ ଦଳର ଅଭିଯାନର କିଛି ଫଟୋ ଶେୟାର କରିଥିଲେ। ଏହାର କ୍ୟାପଶନରେ ସେ ‘କା ମାଉ ତେ ୱେହି’ ସହ ଟ୍ରଫିର ଇମୋଜି ଦେଇଥିଲେ। ଏହି ଅଜବ କ୍ୟାପସନ ଦେଖିବା ପରେ ଫ୍ୟାନ୍ସ ଏହାର ଅର୍ଥ ଖୋଜିବାରେ ଲାଗିପଡ଼ିଥିଲେ।

ପ୍ରକୃତରେ ଶ୍ରେୟସ ଆୟର ନ୍ୟୁଜିଲାଣ୍ଡର ମୂଳ ମାଓରୀ ଭାଷାର ଏକ ଲୋକପ୍ରିୟ ବାକ୍ୟାଂଶ ବ୍ୟବହାର କରିଥିଲେ। ‘କା ମାଉ ତେ ୱେହି’ ଏକ ମାଓରୀ ଅଭିବ୍ୟକ୍ତି, ଯାହା ମାଧ୍ୟମରେ କୌଣସି ଅସାଧାରଣ ପ୍ରଦର୍ଶନ ପ୍ରତି ପ୍ରଶଂସା, ଆଶ୍ଚର୍ଯ୍ୟ ଓ ଉତ୍ସାହ ପ୍ରକାଶ କରାଯାଏ। ସାଧାରଣ ଭାଷାରେ ଏହାର ଅର୍ଥ ‘ଚମତ୍କାର!’, ‘ଅତି ସୁନ୍ଦର!’ କିମ୍ବା ‘କି ଜବରଦସ୍ତ ପ୍ରଦର୍ଶନ!’ ବୋଲି କୁହାଯାଇପାରେ।

ମାଓରୀ ସଂସ୍କୃତି ଓ ପାରମ୍ପରିକ କଳା ପରମ୍ପରାରେ ଏହି ଶବ୍ଦର ବିଶେଷ ମହତ୍ତ୍ୱ ରହିଛି। ବିଶେଷକରି କାପା ହାକା ଭଳି ପ୍ରଦର୍ଶନରେ କୌଣସି ଚମତ୍କାର ପ୍ରଦର୍ଶନ ଦେଖି ମନ୍ତ୍ରମୁଗ୍ଧ ହେବା କିମ୍ବା ଗଭୀର ପ୍ରଶଂସା ପ୍ରକାଶ କରିବା ପାଇଁ ଏହା ବ୍ୟବହାର କରାଯାଏ।

ସିରିଜ ଜିତିବା ସତ୍ତ୍ୱେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତା ବୋଲି ସ୍ବୀକାର କରିଛନ୍ତି ଅଧିନାୟକ ଶ୍ରେୟସ ଆୟର। ବିଶେଷକରି ଶେଷ ଟି-୨୦ ମ୍ୟାଚ୍ରେ ଭଲ ବ୍ୟାଟିଂ ଆରମ୍ଭ କରିବା ସତ୍ତ୍ୱେ ଦଳ ଏହାର ଫାଇଦା ଉଠାଇପାରିନଥିଲା। ଫଳରେ ଭାରତ ୭ ଉଇକେଟ୍‌ରେ ପରାଜୟବରଣ କରିଥିଲା।

ମ୍ୟାଚ ପରବର୍ତ୍ତୀ ପୁରସ୍କାର ବିତରଣ ସମାରୋହରେ ଆୟର କହିଥିଲେ, “ସତ କହିବାକୁ ଗଲେ ଆମେ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତୁ। ମଧ୍ୟ ଓଭରରେ ଆମକୁ ଯେଉଁ ଭଲ ଆରମ୍ଭ ମିଳିଥିଲା ଏବଂ ମୁଁ ଓ ଈଶାନ ଯେଉଁଭଳି ଭାବେ ଇନିଂସକୁ ଆଗକୁ ବଢ଼ାଇଥିଲୁ, ତାହାକୁ ଦେଖିଲେ ଆମେ ଆହୁରି ଭଲ କରିପାରିଥାନ୍ତୁ। କିନ୍ତୁ ଏହାପରେ ଆମେ ଲଗାତାର ଉଇକେଟ୍‌ରେ ହରାଇଥିଲୁ। ଫଳରେ ନୂଆ ବ୍ୟାଟରଙ୍କ ଉପରେ ହଠାତ୍‌ ଚାପ ବଢ଼ିଯାଇଥିଲା।”

ଏହାସହ ବୋଲିଂ ଓ ଫିଲ୍ଡିଂ କ୍ଷେତ୍ରରେ ମଧ୍ୟ ଦଳକୁ ଆହୁରି ସୁଧାର ଆଣିବାକୁ ପଡ଼ିବ ବୋଲି ସେ କହିଥିଲେ। ଆୟର କହିଥିଲେ, “ମୋତେ ଲାଗୁଛି ଆମେ ବୋଲିଂ ଓ ଫିଲ୍ଡିଂରେ ଆହୁରି ଭଲ କରିପାରିଥାନ୍ତୁ। ଆମେ ଟିକେ ଧିମା ଥିଲୁ। କିନ୍ତୁ ଏହି ଗସ୍ତ ଆମ ପାଇଁ ଏକ ଭଲ ଶିକ୍ଷଣୀୟ ଅନୁଭବ ଥିଲା। ବିଦେଶ ଗସ୍ତରେ ଆସିବା, ନ୍ୟୁଜିଲାଣ୍ଡ ଭଳି ଦେଶରେ ଭିନ୍ନ ଭିନ୍ନ ପରିସ୍ଥିତି ଓ ପିଚ୍ରେ ଖେଳିବାର ସୁଯୋଗ ମିଳିବା ଆମ ପାଇଁ ଏକ ବଡ଼ ଶିକ୍ଷା। ଏହା ଆମକୁ ଅନେକ କିଛି ଶିଖିବାର ସୁଯୋଗ ଦେଇଛି।”

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆକୁ ଫେରିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡ଼ିବ ‘ଅଗ୍ନୀ ପରୀକ୍ଷା’, ଅଧିନାୟକ ଶୁବମନ ଗିଲ କହିଲେ…

ନୂଆଦିଲ୍ଲୀ,୩।୧୧: ୨୦୨୭ ଦିନିକିଆ ବିଶ୍ୱକପ ପାଖେଇ ଆସୁଥିବା ବେଳେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ…

କିଏ ଖେଳିବେ, କିଏ ପଡ଼ିବେ ବାଦ୍‌? ନ୍ୟୁଜିଲାଣ୍ଡ ବିପକ୍ଷରେ ଏମିତି ହେବ ଭାରତର ପ୍ଲେଇଂ ୧୧! ଗିଲ୍‌ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁଭମନ…

ଭାରତୀୟ ପତାକା ଥିବା ଜାହାଜ ଉପରେ ଆକ୍ରମଣ; ଜଣେ ବ୍ୟକ୍ତି ନିହତ; ଜାହାଜରେ ଥିଲେ ୧୪ କର୍ମଚାରୀ

ମସକଟ,୩।୧୧: ସୋମବାର ଓମାନ ଉପକୂଳ ନିକଟରେ ଭାରତୀୟ ପତାକା ବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଏକ ଅଜ୍ଞାତ ଆକାଶୀୟ ବସ୍ତୁ ଦ୍ୱାରା ଆକ୍ରମଣ କରାଯାଇଥିଲା।…

ପ୍ରଶାସନର ବିଚିତ୍ର ନୀତି! ଅଟୋ ଚାଳକଙ୍କୁ ହେଲମେଟ ଫାଇନ୍‌

ଗଞ୍ଜାମ, ୩।୧୧ (ବିଦ୍ୟାଧର ସାହୁ) ପ୍ରଶାସନର ବିଚିତ୍ର ନୀତିକୁ ନେଇ ଏବେ ଚର୍ଚ୍ଚା। ବାଇକ ଚାଳକଙ୍କ ବଦଳରେ ଜଣେ ଅଟୋ ଚାଳକଙ୍କ ମୋବାଇଲକୁ ଆସିଛି ହେଲମେଟ ନ…

ଦୀପାବଳି ପୂର୍ବରୁ ବଜାରରେ ମିଳିବନି ୧୦, ୨୦, ୫୦ ଟଙ୍କିଆ ନୋଟ୍‌? ଆରବିଆଇ କ’ଣ ସୂଚନା ଦେଲା ପଢନ୍ତୁ…

ନୂଆଦିଲ୍ଲୀ, ୩।୧୧: ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏକ ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ବ୍ୟବସାୟୀମାନେ ଏହି ଖବରକୁ ନେଇ…

ତିନୋଟି ଇନିଂସର ନିରାଶାର ରାଗକୁ ନେଇ ଏମିତି କଲେ ଏହି କ୍ରିକେଟର, ଶତକ ହାସଲ କରି ଫର୍ମକୁ ଫେରିଲେ…

ନୂଆଦିଲ୍ଲୀ,୩।୧୧: ଭାରତୀୟ ଓପନିଂ ବ୍ୟାଟର ଯଶସ୍ବୀ ଜୈସୱାଲ ‘ନ୍ୟୁଜିଲ୍ୟାଣ୍ଡ ଏ’ (New Zealand A) ବିପକ୍ଷରେ ବ୍ୟାଟିଂ କରିବା ସମୟରେ ଭଲ ପ୍ରଦର୍ଶନ କରିବା ପାଇଁ ସଂଘର୍ଷ…

ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ଚର୍ଚ୍ଚା: ଥାନାରେ ଅଭିଯୋଗ କଲା ବିଜେଡି

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଖୋଜ ସମ୍ପର୍କିତ ପୋଷ୍ଟର ଲାଗିବାକୁ ନେଇ ରାଜନୈତିକ…

ଟିମ ଇଣ୍ଡିଆରେ ସୁଯୋଗ ନମିଳିବାରୁ ଭାବପ୍ରବଣ ହେଲେ ସରଫରାଜ! ଯନ୍ତ୍ରଣା ବଖାଣି କହିଲେ ଏମିତି…ଶୁଣିଲେ ଆଖିରୁ ଲୁହ ଆସିଯିବ

ନୂଆଦିଲ୍ଲୀ, ୩।୧୧: ରଣଜୀ ଟ୍ରଫିରେ ମୁମ୍ବାଇର ବ୍ୟାଟର ସରଫରାଜ ଖାନଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଚମତ୍କାର ରହିଛି। ଘରୋଇ କ୍ରିକେଟରେ ସେ ଲଗାତାର ରନ କରି ଚାଲିଛନ୍ତି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?