Posted inଫୁରସତ

ସିଂହାସନ ତିଆରି କଲେନି କାରିଗର

ଜୋହାନ୍ସବର୍ଗ :ଦକ୍ଷିଣ ଆଫ୍ରିକାର ଜୁଲୁ ରାଜାଙ୍କ ରାଜାଭିଷେକ ସରିଥିଲେ ହେଁ ସେ ଏବେ ସିଂହାସନ ଅପେକ୍ଷାରେ। ପୂର୍ବପୁରୁଷଙ୍କ ରୀତିନୀତି ଅନୁସାରେ ଜୁଲୁରାଜା ବ୍ୟବହାର କରୁଥିବା ସିଂହାସନ ଭାରତୀୟ ବଂଶୋଦ୍ଭବ ରାଜୀବ ସିଂଙ୍କ ଦ୍ୱାରା ତିଆରି କରାଯାଏ। ସ୍ବତନ୍ତ୍ର ତାମ୍ବୋତି କାଠରେ ରାଜାଙ୍କ ସିଂହାସନ ନିର୍ମାଣ କରାଯାଉଥିବାବେଳେ ପୂର୍ବ ଅର୍ଡରର ପେମେଣ୍ଟ ନ ମିଳିବା କାରଣରୁ ସିଂହାସନ ତିଆରି ହୋଇ ନ ଥିବା କହିଛନ୍ତି ରାଜୀବ ସିଂ। ତମ୍ବୋତି କାଠରେ ଆସବାବପତ୍ର ତିଆରି କରିବାରେ ରାଜୀବଙ୍କ ପରିବାର ଖୁବ୍‌ ନିପୁଣ। ତାଙ୍କ ପୂର୍ବଜମାନେ ଏହି କାମ କରିଆସୁଥିବାବେଳେ ଜୁଲୁ ରାଜାଙ୍କ ଆବଶ୍ୟକୀୟ କାଠ ସାମଗ୍ରୀ ରାଜୀବଙ୍କ ନିକଟରୁ ଯାଇଥାଏ। ସାଉଥ୍‌ ଆଫ୍ରିକା ସରକାର ଶନିବାର ୪୮ ବର୍ଷୀୟ ମିସୁଜୁଲୁଙ୍କୁ ଜୁଲୁ ରାଜା ଭାବେ ଘୋଷଣା କରିଥିଲେ। ୧୯୭୧ ମସିହା ପରେ ସରକାର ପ୍ରଥମ ଥର ପାଇଁ ମିସୁଜୁଲୁଙ୍କୁ ସେଠାକାର ମହାରାଜା କରିଛନ୍ତି।
ରାଜୀବଙ୍କ କହିବାନୁସାରେ, ମିସୁଜୁଲୁଙ୍କ ବାପା ଗୁଡଓ୍ବିଲ୍‌ ଓ୍ବେଲିଥିନି ସାତବର୍ଷ ପୂର୍ବେ ନେଇଥିବା ଫର୍ନିଚର ବାବଦକୁ ୪,୫୩,୭୧୦ ଟଙ୍କା ବାକି ରହିଛି। ବକେୟା ଟଙ୍କା କଥା ରାଜ ପରିବାର ପ୍ରତିନିଧିଙ୍କୁ କହିବା ପରେ ମଧ୍ୟ ସେମାନେ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ରାଜୀବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଦୁଇଟି ସିଂହାସନ, ରାଜକୀୟ ବାଡ଼ି, ଓ୍ବେଲିଥିନିଙ୍କ ୭ ସ୍ତ୍ରୀଙ୍କ ପାଇଁ ୭ ସିଂହାସନ, ୧୦ଟି ଟେବୁଲ ଓ ୩ଟି ଚା’ ପ୍ଲେଟ୍‌ ନେଇଥିବାବେଳେ ତା’ ଟଙ୍କା ବାକି ରହିଛି। ଜୁଲୁ ରାଜାଙ୍କଠାରୁ ବକେୟା ଅର୍ଥ ଆଦାୟ ପାଇଁ କୁବେର ଇଡେଭ ସିଂ ଅଭିଯୋଗ କରିଥିବା ରାଜୀବ କହିଛନ୍ତି।
ଜୁଲୁ ରାଜପରିବାର ବ୍ୟତୀତ ବ୍ରିଟେନ୍‌ର ପୂର୍ବତନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ସିଂ ପରିବାର ତରଫରୁ ଏକ ଜୁଏଲେରି ବକ୍ସ ଉପହାର ସ୍ବରୂପ ଦିଆଯାଇଥିଲା। ସାଉଥ୍‌ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍‌ ମାଣ୍ଡେଲାଙ୍କ ସମେତ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ଏବଂ ଜର୍ଜ ବୁସ୍‌ଙ୍କୁ କମଧ୍ୟ ତାମ୍ବୋତି କାଠରେ ତିଆରି ଜିନିଷ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri