Posted inଫୁରସତ

ସିଂହାସନ ତିଆରି କଲେନି କାରିଗର

ଜୋହାନ୍ସବର୍ଗ :ଦକ୍ଷିଣ ଆଫ୍ରିକାର ଜୁଲୁ ରାଜାଙ୍କ ରାଜାଭିଷେକ ସରିଥିଲେ ହେଁ ସେ ଏବେ ସିଂହାସନ ଅପେକ୍ଷାରେ। ପୂର୍ବପୁରୁଷଙ୍କ ରୀତିନୀତି ଅନୁସାରେ ଜୁଲୁରାଜା ବ୍ୟବହାର କରୁଥିବା ସିଂହାସନ ଭାରତୀୟ ବଂଶୋଦ୍ଭବ ରାଜୀବ ସିଂଙ୍କ ଦ୍ୱାରା ତିଆରି କରାଯାଏ। ସ୍ବତନ୍ତ୍ର ତାମ୍ବୋତି କାଠରେ ରାଜାଙ୍କ ସିଂହାସନ ନିର୍ମାଣ କରାଯାଉଥିବାବେଳେ ପୂର୍ବ ଅର୍ଡରର ପେମେଣ୍ଟ ନ ମିଳିବା କାରଣରୁ ସିଂହାସନ ତିଆରି ହୋଇ ନ ଥିବା କହିଛନ୍ତି ରାଜୀବ ସିଂ। ତମ୍ବୋତି କାଠରେ ଆସବାବପତ୍ର ତିଆରି କରିବାରେ ରାଜୀବଙ୍କ ପରିବାର ଖୁବ୍‌ ନିପୁଣ। ତାଙ୍କ ପୂର୍ବଜମାନେ ଏହି କାମ କରିଆସୁଥିବାବେଳେ ଜୁଲୁ ରାଜାଙ୍କ ଆବଶ୍ୟକୀୟ କାଠ ସାମଗ୍ରୀ ରାଜୀବଙ୍କ ନିକଟରୁ ଯାଇଥାଏ। ସାଉଥ୍‌ ଆଫ୍ରିକା ସରକାର ଶନିବାର ୪୮ ବର୍ଷୀୟ ମିସୁଜୁଲୁଙ୍କୁ ଜୁଲୁ ରାଜା ଭାବେ ଘୋଷଣା କରିଥିଲେ। ୧୯୭୧ ମସିହା ପରେ ସରକାର ପ୍ରଥମ ଥର ପାଇଁ ମିସୁଜୁଲୁଙ୍କୁ ସେଠାକାର ମହାରାଜା କରିଛନ୍ତି।
ରାଜୀବଙ୍କ କହିବାନୁସାରେ, ମିସୁଜୁଲୁଙ୍କ ବାପା ଗୁଡଓ୍ବିଲ୍‌ ଓ୍ବେଲିଥିନି ସାତବର୍ଷ ପୂର୍ବେ ନେଇଥିବା ଫର୍ନିଚର ବାବଦକୁ ୪,୫୩,୭୧୦ ଟଙ୍କା ବାକି ରହିଛି। ବକେୟା ଟଙ୍କା କଥା ରାଜ ପରିବାର ପ୍ରତିନିଧିଙ୍କୁ କହିବା ପରେ ମଧ୍ୟ ସେମାନେ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ରାଜୀବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଦୁଇଟି ସିଂହାସନ, ରାଜକୀୟ ବାଡ଼ି, ଓ୍ବେଲିଥିନିଙ୍କ ୭ ସ୍ତ୍ରୀଙ୍କ ପାଇଁ ୭ ସିଂହାସନ, ୧୦ଟି ଟେବୁଲ ଓ ୩ଟି ଚା’ ପ୍ଲେଟ୍‌ ନେଇଥିବାବେଳେ ତା’ ଟଙ୍କା ବାକି ରହିଛି। ଜୁଲୁ ରାଜାଙ୍କଠାରୁ ବକେୟା ଅର୍ଥ ଆଦାୟ ପାଇଁ କୁବେର ଇଡେଭ ସିଂ ଅଭିଯୋଗ କରିଥିବା ରାଜୀବ କହିଛନ୍ତି।
ଜୁଲୁ ରାଜପରିବାର ବ୍ୟତୀତ ବ୍ରିଟେନ୍‌ର ପୂର୍ବତନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ସିଂ ପରିବାର ତରଫରୁ ଏକ ଜୁଏଲେରି ବକ୍ସ ଉପହାର ସ୍ବରୂପ ଦିଆଯାଇଥିଲା। ସାଉଥ୍‌ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍‌ ମାଣ୍ଡେଲାଙ୍କ ସମେତ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରିଗାନ ଏବଂ ଜର୍ଜ ବୁସ୍‌ଙ୍କୁ କମଧ୍ୟ ତାମ୍ବୋତି କାଠରେ ତିଆରି ଜିନିଷ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri