ବିବାହ କରିବେ ହଂସିକା

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଅଭିନେତ୍ରୀ ହଂସିକା ମୋଟଓ୍ବାନୀ ଡିସେମ୍ବର ୬ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇ ବିଜ୍‌ନେସ୍‌ମ୍ୟାନ୍‌ ସୋହେଲ ଖଟୁରିଆଙ୍କ ସହ ହଂସିକାଙ୍କ ବାହାଘର ହେବ। ହଂସିକା ଆରେଞ୍ଜ ମ୍ୟାରେଜ୍‌ କରୁଥିବା କେତେକ ଖବର ପ୍ରକାଶ ପାଇଥିବାବେଳେତାଙ୍କର କେତେଜଣ ଖାସ୍‌ ବନ୍ଧୁ ଏହା ଲଭ୍‌ ମ୍ୟାରେଜ୍‌ ବୋଲି କହୁଛନ୍ତି। ରାଜସ୍ଥାନ ଜୟପୁରରେ ତାଙ୍କ ଡେଷ୍ଟିନେଶନ୍‌ ଓ୍ବେଡିଂ ଅନୁଷ୍ଟିତ ହେବା ନେଇ ଖବର ପ୍ରକାଶ ପାଇଛି । ଏହି ୩୦ ବର୍ଷୀୟା ଅଭିନେତ୍ରୀଙ୍କର ମ୍ୟାରେଜ୍‌ ସେରେମୋନି ଡିସେମ୍ବର ୨ରୁ ଆରମ୍ଭ ହେବ। ବିବାହ କାର୍ଯ୍ୟରେ ପରିବାର ଓ କେତେଜଣ ଖାସ୍‌ ବନ୍ଧୁ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ପ୍ରକାର ଡ୍ରେସ୍‌କୋର୍ଟର ବ୍ୟବସ୍ଥା କରାଯାଇଥିବାବେଳେ ଜୟପୁର ରାଜପ୍ରସାଦରେ ବିବାହ ସମାରୋହର ଆୟୋଜନ କରାଯାଇଛି। ଶେଷଥର ପାଇଁ ଫିଲ୍ମ ‘ମହା’ରେ ହଂସିକାଙ୍କୁ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

କକରୋଚ୍ ଜନତା ପାର୍ଟି ଆନ୍ଦୋଳନ ଉପରେ ହେବ ଫିଲ୍ମ: ୨୦୨୭ରେ ହେବ ରିଲିଜ୍‌, ଜାଣନ୍ତୁ କିଏ କରିବେ ଅଭିନୟ?

ଦିଲ୍ଲୀର ଜନ୍ତର-ମନ୍ତରରେ ‘କକରୋଚ୍ ଜନତା ପାର୍ଟି’ (CJP) ର ଆନ୍ଦୋଳନ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଦେଶସାରାର ଯୁବକମାନେ ଏହି ଆନ୍ଦୋଳନର ଅଂଶବିଶେଷ ହୋଇଥିଲେ ଏବଂ…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri