ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପସ୍ତାବ: ଓ୍ବାର୍ଡ ସଭ୍ୟଙ୍କୁ କରିନେଲେ ଅପହରଣ

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା):ପଞ୍ଚାୟତ ନିର୍ବାଚନକୁ ପ୍ରାୟ ଦେଢ଼ବର୍ଷ ବାକି ରହିଥିବାବେଳେ ଯାଜପୁର ଜିଲାରେ ସରପଞ୍ଚମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯିବା ରାଜନୀତି ଜୋର ଧରିଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକ ରଣପୁର ଏବଂ ଦଶରଥପୁର ବ୍ଲକ ବିରୁହାଁ ସରପଞ୍ଚଙ୍କ ବିରୋଧରେ ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇସାରିଛି। ସେଥିମଧ୍ୟରୁ ରଣପୁର ପଞ୍ଚାୟତର ୩ ନମ୍ବର ଓ୍ବାର୍ଡ ସଭ୍ୟ ଧନେଶ୍ୱର ସେଠୀଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ପୁଷ୍ପଲତା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଏହିସବୁ ଅନାସ୍ଥା ନାଟକରେ କେତେଜଣ ପ୍ରଭାବଶାଳୀ ନେତାଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି।
ବିଞ୍ଝାରପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଓ୍ବାର୍ଡ ସଭ୍ୟ ଧନେଶ୍ୱର ଉପଜିଲାପାଳଙ୍କ ନିକଟରେ ରଣପୁର ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ଏଥିପାଇଁ ଉପଜିଲାପାଳ ଆସନ୍ତା ୮ା୧୦ା୨୦୨୫ରେ ଅନାସ୍ଥା ଭୋଟ କରିବାକୁ ଧାର୍ଯ୍ୟ କରିଛନ୍ତି। ଏହାପରେ ଗ୍ରାମାଞ୍ଚଳ ନେତାଙ୍କ ମଧ୍ୟରେ ଘୋଡ଼ା ବେପାର ଆରମ୍ଭ ହୋଇଛି। ପୁଷ୍ପଲତାଙ୍କ ଅଭିଯୋଗ ଅନୁସାରେ ରଣପୁର ଗ୍ରାମର ଧନେଶ୍ୱର ବୁଧବାର ସକାଳ ୮ଟାରେ ସାଇକେଲ ଯୋଗେ ବିଞ୍ଝାରପୁର ହାଟକୁ ସଉଦା କରିବାକୁ ଯାଇଥିଲେ। ସେ ହାଟରୁ ସଉଦା ସାରି ଫେରୁଥିବାବେଳେ ସରପଞ୍ଚଙ୍କ ସମର୍ଥକମାନେ ତାଙ୍କୁ ଜୋରଜବରଦସ୍ତ ସ୍କୁଟିରେ ବସାଇ ନେଇଯାଇଥିଲେ। ଏହି ସମୟରେ ଧନେଶ୍ୱରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ପାଟିରେ କପଡା ପୂରାଇ କାରରେ ବସାଇ କୁଆଡେ ଅପହରଣ କରି ନେଇଛନ୍ତି। ରଣପୁର ଗ୍ରାମର କେତେଜଣ ଲୋକ ଏହା ଦେଖି ପୁଷ୍ପଲତାଙ୍କୁ ଖବର ଦେଇଥିଲେ। ତେଣୁ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଞ୍ଝାରପୁର ଥାନାରେ ଏନେଇ କେସ୍‌ ନଂ. ୪୫୬/୨୦୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।
ଅନ୍ୟପକ୍ଷରେ ଜିଲାର ଦଶରଥପୁର ବ୍ଲକ ବିରୁହଁା ପଞ୍ଚାୟତ ସରପଞ୍ଚ ସୁବାସ ଦେବତାଙ୍କ ବିରୋଧରେ ପୂର୍ବତନ ଉପାଧ୍ୟକ୍ଷ ବିଷ୍ଣୁଚରଣ ମହାପାତ୍ରଙ୍କ ନେତୃତ୍ୱରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଉପଜିଲାପାଳ ଅନାସ୍ଥା ଭୋଟ ପାଇଁ କୌଣସି ତାରିଖ ଧାର୍ଯ୍ୟ କରି ନାହାନ୍ତି। ତଥାପି ସରପଞ୍ଚଙ୍କ ବିରୋଧରେ ୯ ଜଣ ଓ୍ବାର୍ଡ ସଭ୍ୟ ଅଜ୍ଞାତବାସରେ ଥିବା ଚର୍ଚ୍ଚା ହେଉଛି। ଏହାସହ ଜିଲାର ଆଉ କେତେକ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଯୋଜନା ଚାଲିଛି ବୋଲି ସୂଚନା ମିଳିଛି।
ଗ୍ରାମାଞ୍ଚଳର ବିକାଶରେ ପଞ୍ଚାୟତର ଅଧିକ ଭୂମିକା ରହିଛି। ଏଥିପାଇଁ ୧୯୯୬ରେ ରାଜ୍ୟରେ ପଞ୍ଚାୟତ ଅଧିନିୟମ ପ୍ରବର୍ତ୍ତିତ କରାଯାଇଥିଲା। ଏହାର ୩ ଦଶନ୍ଧି ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ବ୍ୟବସ୍ଥାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଜିଲାର ଗ୍ରାମାଞ୍ଚଳରେ ପାନୀୟ ସମସ୍ୟାକୁ ଅବଲୋକନ କଲେ ଜିଲା ପରିଷଦର କ୍ଷମତା ବହୁ ପରିମାଣରେ ସଙ୍କୁଚିତ ହୋଇଯାଇଥିବା ମନେ ହେଉଛି। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ଦିଗରେ ଜିଲା ପରିଷଦର ପ୍ରମୁଖ ଭୂମିକା ରହିଛି ବୋଲି ସଭା ସମିତିରେ କୁହାଯାଉଛି। କିନ୍ତୁ ସେଗୁଡ଼ିକ କେବଳ ପରିଷଦ ବୈଠକର ଆଲୋଚନାରେ ସୀମିତ ରହୁଛି। ଏ ଦିଗରେ ରାଜ୍ୟ ସରକାର କିମ୍ବା ନିର୍ବାଚନ ଅଧିକାରୀ କେହି କେବେ ସମୀକ୍ଷା କରି ଏହାର ନିରାକରଣ ପନ୍ଥା ବାହାର କରୁନାହାନ୍ତି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?