Posted inଜାତୀୟ

ଦାବି ସହ ସାଲିସ ନାହିଁ

ନୂଆଦିଲ୍ଲୀ,୭ା୧୨: କେନ୍ଦ୍ର ସରକାର ଯେତେ ଭୁଆଁ ବୁଲାଇଲେ ବି ଦାବି ସହ ସାଲିସ କରାଯିବ ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଆନ୍ଦୋଳନରତ କୃଷକ। ଆସନ୍ତା ୯ ତାରିଖରେ କୃଷକ-କେନ୍ଦ୍ର ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଥିବାବେଳେ ସରକାର ଏହି ଆଇନରେ ସଂଶୋଧନ ଆଣିବାକୁ ସଙ୍କେତ ଦେଇଛନ୍ତି। ତେବେ ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକମାନେ ଅଡ଼ିବସିଛନ୍ତି। ଇତିମଧ୍ୟରେ ଚାଷୀଙ୍କ ପକ୍ଷରୁ ୮ରେ ହେବାକୁ ଥିବା ଭାରତ ବନ୍ଦକୁ ୧୦ ବିରୋଧୀ ଦଳର ସମର୍ଥନ ମିଳିଛି। ୯ରେ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ନେତୃତ୍ୱରେ ବିରୋଧୀ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିବେ।
କୃଷକ ଆନ୍ଦୋଳନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ରବିବାର ଡିଏମ୍‌କେ ଏବଂ ଏହାର ୯ ସହଯୋଗୀ ଦଳ ଏମ୍‌ଡିଏମ୍‌କେ, ସିପିଆଇ, ସିପିଏମ୍‌, ସିଭିକେ, ଆଇୟୁଏମ୍‌ଏଲ୍‌, କଂଗ୍ରେସ, ଏମ୍‌ଏମ୍‌କେ, ଆଇଜେକେ ଏବଂ କେଏନ୍‌ଏମ୍‌ଏନ୍‌କେ ଭାରତ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛନ୍ତି। ତାମିଲନାଡୁରେ କୃଷକ, ବ୍ୟବସାୟୀ, ଟ୍ରେଡ୍‌ ୟୁନିୟନ, ସରକାରୀ କର୍ମଚାରୀ ଓ ଅନ୍ୟ ସଙ୍ଗଠନଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ ବୋଲି ୧୦ ଦଳ ପକ୍ଷରୁ ଏକ ମିଳିତ ବିବୃତିରେ ଆହ୍ବାନ ଦିଆଯାଇଛି। କମଲ ହାସନଙ୍କ ଏମ୍‌ଏନ୍‌ଏମ୍‌ ମଧ୍ୟ କୃଷକ ଆନ୍ଦୋଳନ ସପକ୍ଷରେ ଦିଲ୍ଲୀକୁ ଏକ ପ୍ରତିନିଧି ଦଳ ପଠାଇଛି। ସେହିପରି ଭାଜପା ଶାସିତ କର୍ନାଟକର ଚାଷୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ଯାଉଛନ୍ତି। ମହାରାଷ୍ଟ୍ରରୁ ନେଇ ଗୁଜରାଟ ପର୍ଯ୍ୟନ୍ତ ଛାତ୍ର ସଙ୍ଗଠନ ଓ ଟ୍ରେଡର୍ସ ୟୁନିୟନ୍‌ ଏହାକୁ ସମର୍ଥନ ଦେଇଛନ୍ତି।
ଭାରତୀୟ କିଷାନ ୟୁନିୟନ୍‌ ଲୋକ ଶକ୍ତି ନୋଏଡାସ୍ଥିତ ରାଷ୍ଟ୍ରୀୟ ଦଳିତ ପ୍ରେରଣା ସ୍ଥଳରୁ ଦିଲ୍ଲୀ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିଛି। ସେପଟେ ୬ ମାସ ପାଇଁ ଖାଦ୍ୟ, ବସ୍ତ୍ର ଓ ଅନ୍ୟ ଜରୁରୀ ସାମଗ୍ରୀ ଧରି ଦିଲ୍ଲୀ ସମେତ ଜାତୀୟ ରାଜଧାନୀର ସୀମା ସଂଲଗ୍ନ ରାସ୍ତାଗୁଡ଼ିକରେ ଡେରା ପକାଇଥିବା ଲକ୍ଷ ଲକ୍ଷ ଚାଷୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କୃଷକ ନେତା ଜଗନମୋହନ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ୮ରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଖଚକ ବନ୍ଦ ରହିବ। ଏପରି କି କ୍ଷୀର ଓ ଗ୍ରସେରି ଦୋକାନ ମଧ୍ୟ ଖୋଲାଯିବ ନାହିଁ। ସ୍ବରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ କହିଛନ୍ତି, ସଂଯୁକ୍ତ କିଷାନ ମୋର୍ଚ୍ଚାରେ ସାମିଲ ସମସ୍ତ ସଙ୍ଗଠନ ଗୋଟିଏ ଦାବି ଦୋହରାଉଛନ୍ତି। ତାହା ହେଲା କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ। ଏହି ଆନ୍ଦୋଳନକୁ ବଦନାମ କରା ନ ଯାଉ। ଚାଷୀ ନେତା ବଳଦେବ ସିଂ ନିହାଲଗଡ଼ଙ୍କ ମତରେ ଏହି ବିକ୍ଷୋଭ କେବଳ ପଞ୍ଜାବର ନୁହେଁ। ଏଥିରେ ସାରା ଦେଶର ଚାଷୀ ଯୋଗଦେଇଛନ୍ତି। ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ସବୁକିଛି ବନ୍ଦ ରହିବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ଆମ୍ବୁଲାନ୍ସ ସେବା ଓ ବରଯାତ୍ରୀ ପ୍ରସେଶନ ଗାଡ଼ିକୁ ଛାଡ଼ିଦିଆଯିବ।
ଅନ୍ୟପକ୍ଷେ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ସଂକ୍ରାନ୍ତରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକର ବରିଷ୍ଠ ନେତାମାନେ ଭାରତ ବନ୍ଦର ପରଦିନ ଅର୍ଥାତ୍‌ ୯ରେ ରାଷ୍ଟ୍ରପତିଙ୍କୁ ଭେଟିବେ। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ସିପିଆଇଏମ୍‌ ପଲିଟିବ୍ୟୁରୋ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ଡିଏମ୍‌କେ ଏମ୍‌ପି ଟିଆର୍‌ ବାଲୁ, ଆର୍‌ଜେଡିର ମନୋଜ ଝା ପ୍ରମୁଖ ଏନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri