କ୍ଷତିପୂରଣ ମିଳିନି, ଶ୍ରେୟ ନେବାକୁ ଚାଲିଛି ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨:  ଆଗକୁ ସାଧାରଣ ନିର୍ବାଚନ ଆସୁଛି। କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ ପାଇଁ ପ୍ରୟାସ ଚାଲିଛି। ଜିଲାର ଆର୍ଥିକ ବୃଦ୍ଧି ପାଇଁ କୃଷି, ଶିଳ୍ପ ପ୍ରତି ଧ୍ୟାନ ଦେବା ସହ କ୍ଷେତକୁ ଜଳ ପରିଚାଳନା, ସବୁ ପଞ୍ଚାୟତକୁ ରାସ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ପରି ମୌଳିକ ସମସ୍ୟା ଉତ୍କଟ ହୋଇଛି। ତେବେ ଏହାର ସମାଧାନ ଅପେକ୍ଷା କେନ୍ଦ୍ରପଡ଼ା ଜିଲାରେ ଯାତ୍ରୀବାହୀ ରେଳ ଗଡିବା ଏବେ ପ୍ରସଙ୍ଗ ହୋଇଛି। ରେଳ ପାଇଁ ଜମି ହରାଇଥିବା ଲୋକଙ୍କୁ ଅଦ୍ୟାବଧି କ୍ଷତିପୂରଣ ମିଳିନାହିଁ। ରେଳପଥ ପାଇଁ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ତୃଣମୂଳ ସ୍ତରର ଏହି ସମସ୍ୟା ରାଜନେତା ଅଣଦେଖା କରି ଯାତ୍ରୀବାହୀ ରେଳ ଚଳାଚଳର ଦଳୀୟ ଶ୍ରେୟ ପାଇଁ ଉଦ୍ୟମ ହେଉଛି। ଅପରପକ୍ଷେ ଯାତ୍ରୀବାହୀ ରେଳ ଚଳାଇବା ସ୍ବପ୍ନ ଦେଖାଇ ଗତ ୩ଟି ସାଧାରଣ ନିର୍ବାଚନରେ ଏମ୍‌ପି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଶ୍ରୁତି ପାଣି ଫୋଟକା ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

ଏ ସମ୍ପର୍କରେ ଗଣେଶ ଚନ୍ଦ୍ର ସାମଲ, ନୀହାର ରଞ୍ଜନ ପ୍ରଧାନ, ଶିବାଶିଷ ମହାନ୍ତି, ପ୍ରତାପ କୁମାର ମହାନ୍ତି କହିଛନ୍ତି ଯେ, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୧୯୯୮ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଫାଟକ ବିହୀନ ଏହି ରେଳପଥ ନିର୍ମାଣ ପାଇଁ ସମ୍ପ୍ରତି ରେଳ ବିକାଶ ନିଗମ ଲିମିଟେଡ ୨୯ ପ୍ରତିଶତ, ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ ୨୭ ପ୍ରତିଶତ, ରାଜ୍ୟ ସରକାର ୧୯ ପ୍ରତିଶତ, ଓଡିଶା ମାଇନିଂ କର୍ପୋରେଶନ ଲିମିଟେଡ ଓ ପାରାଦୀପ ପୋର୍ଟ ଟ୍ରଷ୍ଟ ୧୭.୬୧ ପ୍ରତିଶତ, ବିଭିନ୍ନ ଖଣି ଓ ଇସ୍ପାତ କମ୍ପାନୀ ଅଂଶୀଦାର ଅଛନ୍ତି। ପୂର୍ବରୁ ଏହି ସ୍ପେଶାଲ ପର୍ପୋଜ ଭେହିକଲ (ଏସ୍‌ପିଭି)ରେ ଥିବା ପୋସ୍କୋ ଓହରି ଯାଇଛି। ପାରାଦୀପ ପୋର୍ଟ ସହ ବିଭିନ୍ନ ଖଣି ଅଞ୍ଚଳକୁ ଯୋଡି ପଣ୍ୟ ପରିବହନ ପାଇଁ ଏହି ରେଳପଥ ନିର୍ମାଣ ହୋଇଥିଲା। କେନ୍ଦ୍ରାପଡା ଜିଲାର ୩୯ କିଲୋମିଟର ରେଳପଥ ପାଇଁ ଡେରାବିଶ, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୪୭ଟି ଗ୍ରାମର ମୋଟ ୮୨୭.୬୨୦ ଏକର ଜମି ଅଧିଗ୍ରହଣ ହୋଇଛି। ସେହିପରି ରେଳପଥ ମଧ୍ୟରେ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ଜମି ଅଧିଗ୍ରହଣ ସମୟରେ ମୋଟ ୧୮୬୦ଟି କ୍ଷତିପୂରଣ ମାମଲା ଆଗକୁ ଆସିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୮୪୬ ମାମଲା ଥିଲା। ଏଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ୩୭୩ଟିରୁ ୩୩୫ଟି ମାମଲା ଶେଷ ହୋଇଥିବା ବେଳେ ୩୮ ମାମଲା କୋର୍ଟରେ ଅଛି। ବଳକା ୪୭୩ ମାମଲା ମଧ୍ୟରୁ ୪୧୬ ମାମଲାରେ ରେଳ କର୍ତ୍ତୃପକ୍ଷଙ୍କ ତୃଣମୂଳସ୍ତରର ଉଦ୍ୟମ ଜାରି ରହଛି। ଜମି ବାବଦ କ୍ଷତିପୂରଣ ପାଇଁ ନ ଥିବା ଲୋକଙ୍କ ସ୍ବର ଏହି ରାଜନେତାମାନେ କେବେ ଉଠାଇନାହାନ୍ତି। ସେହିପରି ଫାଟକ ବିହୀନ ରେଳପଥ ପାଇଁ ଭୂମିସ୍ତରଠାରୁ ୧୫ ଫୁଟ ଉଚ୍ଚ ନିର୍ମାଣ ହୋଇଛି। ମାତ୍ର ନିୟମିତ ସାଇଫନ ନ ଥିବାରୁ ଚାଷୀଙ୍କ ଜଳ ନିଷ୍କାସନ ଓ ସେଚନ ଏକ ସମସ୍ୟା ହୋଇଛି। ରେଳପଥ କାରଣରୁ ଏହି ଜିଲାରେ ହେବାକୁ ଥିବା ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହୋଇପାରିଲା ନାହିଁ। କେନ୍ଦ୍ର ସରକାରଙ୍କ ଅନୁଦାନ, ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସବୁ ଦଳୀୟ ନେତାଙ୍କ ଊଣା ଅଧିକ ଉଦ୍ୟମ ଅଛି। ଏହି ରେଳପଥ ପ୍ରାରମ୍ଭିକ ସମୟରେ ପଣ୍ୟ ପରିବହନ ପାଇଁ ନିର୍ମାଣ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ରେଳ ଚଳାଚଳ ହେବ ବୋଲି ସଂସଦରେ ଆଲୋଚନା ହୋଇଛି। ଏପରିକି ଗତ ଅକ୍ଟୋବର ୩ରେ ଉତ୍କଳମଣି ଯୁବକ ସଂଘ ଆବାହକ ଗୌତମ ବେହରାଙ୍କୁ ପାରାଦୀପରୁ କେନ୍ଦୁଝର ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ୍‌ ଚାଲିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଡେପୁଟି ଚିଫ୍‌ ଅପରେସନ୍ସ ମ୍ୟାନେଜର ଡିଆର ପାଉଲ ଚିଠି (ନଂ. ୯୫/୨୨)ରେ ଦର୍ଶାଇଛନ୍ତି। ଏହାସତ୍ତ୍ୱେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ରାଜନେତା ଶ୍ରେୟ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। ଅପରପକ୍ଷରେ ଜିଲାରେ ଥିବା ବହୁ ମୌଳିକ ସମସ୍ୟା ସମାଧାନ ପାଇଁ ଦଳୀୟ ନେତା ଆଗଭର ହେଉନାହାନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ଫଳପ୍ରଦ ନ ହେବାରୁ ଜିଲାରେ କର୍ମନିଯୁକ୍ତି ଓ ଆର୍ଥିକ ବିକାଶ ସମସ୍ୟା ହୋଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବ୍ଲକ୍‌ସ୍ତରୀୟ ମତ୍ସ୍ୟ, ପ୍ରାଣିସମ୍ପଦ ମେଳା

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ମଙ୍ଗଳବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଉପନିର୍ଦ୍ଦେଶକ ଡା. କୋଟନି ପାର୍ଥସାରଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri