କ୍ଷତିପୂରଣ ମିଳୁନି: ଅଧାରେ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାର ସମୁଦାୟ ୨୪୧୨ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେଉଛି। ଏହିକ୍ରମରେ କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜିଶନ (ସିଏଏଲ୍‌ଏ ବା କାଲା) ନିକଟରେ ୨୩୩୯.୭୨କୋଟି ଟଙ୍କା ଜମା ହୋଇଛି। ହେଲେ କାଲା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଯାଏ ୨୪୨.୯୫୫ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ବଣ୍ଟନ ହୋଇପାରି ନାହିଁ। ଫଳରେ ସମସ୍ତ ୨୨ଟି ପ୍ରକଳ୍ପ ଅଧାରେ ଅଟକି ରହିଛି। ଏହାବାଦ୍‌ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ନିଷ୍ପତ୍ତି ନିଆଯାଇଥିବା ୨୦ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ଏହି ମର୍ମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ସଚିବ ତଥା ଏନଏଚ୍‌ଆଇଏର ଅଧ୍ୟକ୍ଷ ଗିରିଧର ଅରମନେ ସୂଚନା ଦେବା ପରେ ତପତ୍ରତା ପ୍ରକାଶ ପାଇଛି। ଏହାପରେ ନିର୍ମାଣ ବିଭାଗର
ସ୍ବତନ୍ତ୍ର ସଚିବ ଏଚ୍‌.କେ. ପାଢ଼ୀ ଜିଲାପାଳମାନଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ପ୍ରଦାନ କରିବା ପାଇଁ କାଲା କର୍ତ୍ତୃପକ୍ଷଙ୍କୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଅରମନେଙ୍କ ବିବୃତି ଅନୁସାରେ ଯାଜପୁର ଜିଲା ଦେଇ ଯାଇଥିବା ୪ଟି ଏନ୍‌ଏଚ୍‌ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ୧୬ ନମ୍ବର ଏନ୍‌ଏଚ୍‌ର ଚଣ୍ଡିଖୋଲ-ଭଦ୍ରକ ୬ ଲାଇନ ବିଶିଷ୍ଟ ପ୍ରକଳ୍ପରେ ୭୪.୫ କିମି ଲମ୍ବ ରହିଛି। ଏଥିପାଇଁ ୧୨୩୦.୫୫ କୋଟି ଟଙ୍କା ଅଟକଳ ହୋଇଥିବାବେଳେ ଦିଲୀପ ବିଲ୍‌ଡକନ୍‌ ଠିକାସଂସ୍ଥା ନିର୍ମାଣ ଦାୟିତ୍ୱରେ ରହିଛି। ଏହି ପ୍ରକଳ୍ପ ୧୨ା୬ା୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କାର୍ଯ୍ୟରେ ମନ୍ଥରତା କାରଣରୁ ସମୟସୀମାକୁ ବୃଦ୍ଧି କରାଯାଇ ଆସନ୍ତା ୧୨ା୫ା୨୦୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟର ଅଗ୍ରଗତି(୬୧%)କୁ ଅବଲୋକନ କଲେ ଏହି ଧାର୍ଯ୍ୟ ତାରିଖ ମଧ୍ୟ ଘୁଞ୍ଚିପାରେ ବୋଲି ମନେ ହେଉଛି। ୫୩ ନମ୍ବର ଏନ୍‌ଏଚ୍‌ରେ ଡୁବୁରୀ-କାମାକ୍ଷାନଗର ୫୧.୨ କିମି ୪ ଲେନ୍‌ କାର୍ଯ୍ୟ ପାଇଁ ୭୬୧.୧୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଜିଆର୍‌ ଇନ୍‌ଫ୍ରା ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ଏହାର ସମୟସୀମା ୨୧ା୮ା୨୦୨୧ ରହିଥିଲାବେଳେ ପୁଣି ୩୧ା୩ା୨୦୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏଯାଏ ମାତ୍ର ୭୭ ପ୍ରତିଶତ କାମ ହୋଇଛି। ୫୩ ନମ୍ବର ଏନ୍‌ଏଚ୍‌ରେ ଡୁବୁରୀ-ଚଣ୍ଡିଖୋଲ ୪ଲେନ୍‌ କାର୍ଯ୍ୟ ମାତ୍ର ୨୭% ହୋଇଛି। ୩୯.୪ କିମି ଲମ୍ବ ଏହି ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୭୮୯.୨୩ କୋଟି ଟଙ୍କା ଅଟକଳ ହୋଇଛି। ଗାମନ ଇଞ୍ଜିନିୟର୍ସ ଆଣ୍ଡ କଣ୍ଟ୍ରାକ୍ଟର୍ସ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ଆସନ୍ତା ୧୦ା୮ା୨୦୨୨ ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି। ସେହିପରି ୨୦ ନମ୍ବର ଏନ୍‌ଏଚ୍‌ରେ ପାଣିକୋଇଲି-ରେମୁଳି ପ୍ରକଳ୍ପର ବାକି ୭ କି.ମି. କାମ ପାଇଁ ୧୮୩.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଆର୍‌ଏସ୍‌ଏସ୍‌ ଠିକାସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ତେବେ ଏହାର ମାତ୍ର ୮% କାମ ସରିଛି। ଉପରୋକ୍ତ ୪ ପ୍ରକଳ୍ପ ପାଇଁ ୧୨୬.୭୩୯ ହେକ୍ଟର ଜମିର କ୍ଷତିପୂରଣ ଟଙ୍କା ବାବଦକୁ ୫୭.୦୦୭ କୋଟି ଟଙ୍କା କାଲା ପାଖରେ ଜମା ହୋଇଛି। ହେଲେ ଏଯାଏ ୪.୪୭୭ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମିମାଲିକଙ୍କୁ ପ୍ରଦାନ କରାଯାଇ ପାରିନାହିଁ। ଏନେଇ ଯାଜପୁର ସହକାରୀ ଜିଲାପାଳ ତଥା କାଲା ଅଧିକାରୀ ତରଣୀସେନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାଗଜପତ୍ର ଦେଖିବା ପରେ ସେ କିଛି କହିପାରିବେ।
ଅନ୍ୟ ଏନ୍‌ଏଚ୍‌ ନିର୍ମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତିକୁ ଦେଖିଲେ, ଅନୁଗୋଳ-ସମ୍ବଲପୁର ଏନ୍‌ଏଚ୍‌ କାର୍ଯ୍ୟ ୫୩% ସରିଥିବାବେଳେ ତିଳେଇବଣି-ସମ୍ବଲପୁର ୭୨%, ବାହାରଗୋଡା-ସିଙ୍ଗରା ୯୫%, କଟକ-ଅନୁଗୋଳ ୫୦%, ରେମୁଳି-କୋଇଡା ୮୪%, କୋଇଡା-ରାଜାମୁଣ୍ଡା ୭୮%, ବୀରମିତ୍ରପୁର-ବ୍ରାହ୍ମଣୀବ୍ରିଜ ୬୦%, ସିଙ୍ଗରା-ବିଞ୍ଜାବାହାଲ ୯୧%, ପୁଇଁତୋଲା-ଟାଙ୍ଗି ୫୬%, ରାଜାମୁଣ୍ଡା-ବାରକୋଟ ୨୭%, ବ୍ରାହ୍ମଣୀ ବ୍ରିଜ-ରାଜାମୁଣ୍ଡା ୮୨%, ତାଳଚେର-କାମାକ୍ଷାନଗର ୬୨%, ଟାଙ୍ଗି-ଭୁବନେଶ୍ୱର ୪୭%, ଭଦ୍ରକ-ବାଲେଶ୍ୱର ଏନ୍‌ଏଚ୍‌ ନିର୍ମାଣ କାର୍ଯ୍ୟ ୪୦% ଶେଷ ହୋଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭାଇକୁଲାର ଅଣ୍ଡରପାସ୍‌(ଭିୟୁପି) କାର୍ଯ୍ୟ ୪୩%, ହଂସପାଳଠାରେ ଫ୍ଲାଇଓଭର ବ୍ରିଜ୍‌ ୫% ଏବଂ ବାଲେଶ୍ୱର, ବାରିପଦା ଓ ଝାରପୋଖରିଆଠାରେ ଭିୟୁପି ନିର୍ମାଣ ୮% କାମ ସରିଛି। ଏହି କାରଣରୁ ଭାରତମାଳା, ବନ୍ଦର ସଂଯୋଗୀକରଣ ଓ ଏନ୍‌ଏଚ୍‌ଡିପି ପ୍ରକଳ୍ପରେ ୨୦୨୧-୨୨ ଏବଂ ୨୦୨୨-୨୩ ବର୍ଷ ପାଇଁ ୨୦ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନାହିଁ ବୋଲି ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଅରମନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri