ଜମି ହରାଇଥିବା ଲୋକଙ୍କୁ ମିଳିଲା ନାହିଁ କ୍ଷତିପୂରଣ: ପକାଇଲେ ତାଲା

କୁଆଁରମୁଣ୍ଡା,୭।୧୦(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଉଷ୍ରାଠାରେ ଶଙ୍ଖ ନଦୀରୁ ଜଳ ଉଠାଯାଇ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳଯୋଗାଇବା ଲକ୍ଷ୍ୟ ନେଇ ବୃହତ୍ତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରୁ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇଛି। ଏପରିକି ଗତ ୬ମାସ ହେଲା ଏହି ପ୍ରକଳ୍ପ ଜରିଆରେ କୁଆଁରମୁଣ୍ଡା ବ୍ଲକର ଅନ୍ଧାରୀ, ଜଲଙ୍ଗବିରା, କାଦୋବାହାଲ ଇତ୍ୟାଦି ପଞ୍ଚାୟତକୁ ଜଳଯୋଗାଣ କାର୍ଯ୍ୟ ଚାଲୁଛି। ହେଲେ ଦୀର୍ଘ ସାଢେ ୩ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ଜମି ହରାଇଥିବା ପରିବାରବର୍ଗଙ୍କୁ ଅଦ୍ୟାବଧି କ୍ଷତିପୂରଣ ଓ ଚାକିରି ନ ମିଳିବାରୁ ସେମାନେ ଗୁରୁବାର ଏହି ପ୍ରକଳ୍ପର ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି। ଖବରପାଇ ସ୍ଥାନୀୟ ସରପଞ୍ଚ, କୁଆଁରମୁଣ୍ଡା ଜିଲାପରିଷଦ ସଭ୍ୟଙ୍କ ସମେତ ଉଷ୍ରା ଅଞ୍ଚଳର କେତେକ ବୁଦ୍ଧିଜୀବୀ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସୂଚନାଅନୁଯାୟୀ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ସମୟରେ ସରକାରୀ ଜମି ଅଭାବ ଥିବାରୁ ସ୍ଥାନୀୟ ବାସିନ୍ଦା ମାଖା କିଷାନଙ୍କ ସହ ପ୍ରଶାସନ ଆଲୋଚନା କରି ତାଙ୍କର ୪୬ ଡିସିମିଲ ଜମି ଯୋଗାଇଦେବାକୁ ଅନୁରୋଧ କରିଥିଲେ। ପ୍ରତିବଦଳରେ ଜମିମାଲିକ ମାଖାଙ୍କୁ ଜମିର ମୂଲ୍ୟ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରକଳ୍ପର ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ଦୀର୍ଘ ସାଢେ ୩ବର୍ଷ ଅତିକ୍ରାନ୍ତ ହୋଇଥିବାବେଳେ ଜମିମାଲିକ ଏ ନେଇ ଜିଲା ପ୍ରଶାସନ ନିକଟରେ ଗୁହାରି କରିବା ପରେ ଶେଷରେ ନିରାଶ ହୋଇଯାଇଥିଲେ। ଦ୍ୱିତୀୟତଃ, ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଉଷ୍ରା, ଉଷ୍ରା କଲୋନୀ,ତେତ୍ରାବାହାଲ, ରାଇବେର୍ଣ୍ଣା, ଖେରାପୋଷ ଭଳି ପ୍ରକଳ୍ପ ପାରିପାର୍ଶ୍ୱକ ଅଞ୍ଚଳକୁ ଜଳଯୋଗାଣ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏବେ ପାଣିରେ ଗାର ସଦୃଶ ଲୋକେ ଅନୁଭବ କରୁଛନ୍ତି। ଫଳରେ ପ୍ରଶାସନିକ ପ୍ରତାରଣାର ଶିକାର ହୋଇ ବହୁ ଦିନର ପୁଞ୍ଜିଭୂତ ଅସନ୍ତୋଷ ଶେଷରେ ଉଗ୍ରରୂପ ଧାରଣ କରି ମୁଖ୍ୟ ଫାଟକରେ ତାଲା ପକାଇବା ପାଇଁ ବାଧ୍ୟ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ନେଇ ମେଗା ଜଳଯୋଗାଣ ପ୍ରକଳ୍ପ ଜିଲା ଅଧୀକ୍ଷଣ ଯନ୍ତ୍ରୀ ବିଛନ୍ଦ ପାଣିଗ୍ରାହୀଙ୍କୁ ପଚରାଯିବାରେ ସେ କହିଲେ ଯେ, ଜମି ହରାଇଥିବା ପରିବାରଙ୍କ ଦାବି ବାସ୍ତବରେ ଯଥାର୍ଥ। ତାଙ୍କର କ୍ଷତିପୂରଣ ଅର୍ଥରାଶି ପ୍ରଦାନ କେବେ ମିଳିବ ତାହା ନିଶ୍ଚିତ ହୋଇପାରୁ ନାହିଁ। ମାତ୍ର ଆସନ୍ତା ୧ ମାସ ମଧ୍ୟରେ ଏହା ମିଳିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri