ଅଧ୍ୟକ୍ଷ ଶୂନ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆରସି) ଅଧ୍ୟକ୍ଷ ଶୂନ୍ୟ ହୋଇଛି। ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ବି.କେ. ପଟେଲଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୨ରେ ଶେଷ ହେବା ପରେ ଏହି ପଦବୀ ଖାଲିପଡ଼ିଛି। ଏବେ କମିଶନରେ ଜଣେମାତ୍ର ସଦସ୍ୟ ଜଷ୍ଟିସ୍‌ ରଘୁବୀର ଦାସ ରହିଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷହେବା ପରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ କାହାରିକୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇନାହିଁ। ଫଳରେ ମାନବାଧିକାର କମିଶନରେ କୌଣସି ନୂତନ ମାମଲା ଗ୍ରହଣ କରାଯାଇ ପାରୁନାହିଁ। ତୁରନ୍ତ ଅଧ୍ୟକ୍ଷ ପଦବୀ ପୂରଣ ନ ହେଲେ ମାମଲା ଶୁଣାଣି ନେଇ ସମସ୍ୟା ହେବ ବୋଲି ମାନବାଧିକାର କର୍ମୀମାନେ ଆଶଙ୍କା କରିଛନ୍ତି। ମିଳିଥିବା ସୂଚନା ମୁତାବକ ଅଧ୍ୟକ୍ଷ ଚୟନ କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ବସିବାର ଥିଲା। ତେବେ ଏହାକୁ ପରବର୍ତ୍ତୀ ସମୟକୁ ଘୁଞ୍ଚାଇ ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ମାନବାଧିକାର କମିଶନରେ ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ୨ ଜଣ ସଦସ୍ୟଙ୍କୁ ସରକାର ନିଯୁକ୍ତି ଦେଇଥାଆନ୍ତି। ସଦସ୍ୟ ଜଷ୍ଟିସ ଅସୀମ ଅମିତାଭ ଦାସଙ୍କ କାର୍ଯ୍ୟକାଳ ୨୦୨୨ ଅଗଷ୍ଟ ମାସରୁ ଶେଷ ହୋଇଛି। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିଲେ ମଧ୍ୟ ତାହାକୁ ପୂରଣ କରାଯାଇନାହିଁ। ମାନବାଧିକାର କମିଶନରେ କେବଳ ଜଣେ ସଦସ୍ୟ ରହିଛନ୍ତି।
ବୈଠକ ନେଇ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଥିଲା। ବିରୋଧୀ ଦଳରୁ ଏକମାତ୍ର ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କ କଥାର ଗୁରୁତ୍ୱ ରହୁ ନାହିଁ। ଚୟନ କମିଟି ବୈଠକରେ ଯୋଗଦେବାର ମାନେ କ’ଣ। ସରକାର ଯାହାଙ୍କୁ ଚାହିଁବେ ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଦେବେ। ଆମ ଉପସ୍ଥିତିର କୌଣସି ଗୁରୁତ୍ୱ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri