କେନାଲ ଉପରେ ହେଉନି ପୋଲ: ବାଜିରେ ଲାଗୁଛି ଜୀବନ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି। କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ରାଜନେତା, ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ସ୍ଥାନୀୟ ଗ୍ରାମବାସୀ ଗୁହାରୀ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଖରା ସମୟରେ କେନାଲ ଉପରେ ସ୍ଥାନୀୟ ଗ୍ରାମବାସୀ ଏକ କାଠପୋଲ ନିର୍ମାଣ କରିଥିଲେ। ହେଲେ ଏବେ ବର୍ଷା ସମୟରେ କେନାଲରେ ଅଧିକ ପାଣି ଆସୁଥିବାରୁ ତାହା ଭାଙ୍ଗି ଯାଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବକ୍ସିତୁଲସୀପାଲି ପଞ୍ଚାୟତ ରଣୁପର ଗ୍ରାମରେ। ଏହି ଗ୍ରାମକୁ ଲାଗିକି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଯାଇଛି। ଏହି କେନାଲ ଅନେକ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ପଟରେ ରଣପୁରର ଯୋଜନାପଡା ରହିଥିବାବେଳେ ଅନ୍ୟପଟେ ଝାଙ୍କରପଡା ରହିଛି। ଯୋଜନାପଡାରେ ପ୍ରାୟ ୫ଶହ ଲୋକ ବାସ କରୁଥିବାବେଳେ କେନାଲ ଆରପଟରେ ସେମାନଙ୍କ ୨ଶହରୁ ଊର୍ଦ୍ଧ୍ୱ ଏକର ଚାଷ ଜମି ରହିଛି। ସେହିପରି କେନାଲ ଆରପଟରେ ଥିବା ଝାଙ୍କରପଡାରେ ୨୫ଟି ଆଦିବାସୀ ପରିବାର ରହୁଥିବାବେଳେ ସେମାନେ ମଧ୍ୟ ପଡାକୁ ମୁଖ୍ୟ କେନାଲ ଡେଇଁ ବିଭିନ୍ନ କାମ ପାଇଁ ଆସିଥାନ୍ତି। ଯୋଜନାପଡାବାସୀଙ୍କୁ ଚାଷ ପାଇଁ ମୁଖ୍ୟ କେନାଲ ଡେଇଁ ଯିବାକୁ ପଡିଥାଏ। ଖରାଦିନ ପଡାବାସୀଙ୍କୁ କୌଣସି ସମସ୍ୟା ହେଉ ନ ଥିବାବେଳେ ବର୍ଷା ଋତୁରେ ବିପଦସଙ୍କୁଳ ଭାବେ କେନାଲ ପାର ହୋଇ ଚାଷ ଜମିକୁ ଯାଇଥାନ୍ତି ପଡାବାସୀ। ଝାଙ୍କର ପଡାବାସୀ କୌଣସି ରୋଗୀ ହେଉ କିମ୍ବା ଗର୍ଭବତୀ କି ପ୍ରସୂତୀଙ୍କୁ ଖଟିଆରେ ବୋହି କେନାଲ ପାର କରି ମୁଖ୍ୟ ରାସ୍ତାକୁ ଆଣିଥାନ୍ତି। ଏଠାକାର ଗରିବ ଲୋକମାନେ ସ୍ଥାନୀୟ ଘନା ଜଙ୍ଗଲ ଉପରେ ମଧ୍ୟ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ବର୍ଷା ସମୟରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷକରି ଏଠାରେ ପଢୁଥିବା ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ତ୍ତମାନ କେତେକ ଲୋକ ବିପଦସଙ୍କୁଳ ଭାବେ କେନାଲ ପାଣିରେ ପାର ହୋଇ ଅନ୍ୟ ପଟକୁ ଯାଉଥିବାବେଳେ ଆଉ କିଛି ଲୋକ କେନାଲ ଉପରେ କରାଯାଇଥିବା ସିଡ଼ି (ଡ୍ରେନେଜ ପାଇଁ ବ୍ୟବହୃତ ହେଉଥିବା) ତଳେ ପାର ହୋଇ ଆରପଟକୁ ଯାଉଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେଠାରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri