ପାଠପଢ଼ା ପାଇଁ ଡିବିରି ଆଲୁଅ ଭରସା

ମହାକାଳପଡ଼ା,୨୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ରାମଚଣ୍ଡୀ ପଡା ୧ ନଂ. ଓ୍ବାର୍ଡର ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରକୁ ମିଳୁନି ବିଦ୍ୟୁତ୍‌ ସେବା। ଫଳରେ ପିଲାମାନେ ପାଠ ପଢିବାକୁ ଡିବିରି ଆଲୁଅକୁ ଭରସା କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ସଂଖ୍ୟାଲଘୁ ପରିବାର ସଦସ୍ୟ ବର୍ଷ ବର୍ଷ ଧରି ନେହୁରା ହେଉଛନ୍ତି। ଖାଦ୍ୟ, ବାସଗୃହ, ପାନୀୟ ଜଳ, ବିଦ୍ୟୁତ୍‌, ଉଜ୍ୱଳା ଗ୍ୟାସ ଯୋଜନା ଆଦି ଅତ୍ୟାବଶ୍ୟକ ମୌଳିକ ସୁବିଧାରୁ ସଂଖ୍ୟାଲଘୁ ପରିବାର ବଞ୍ଚତ୍ତ। ଆମେ ସଂଖ୍ୟାଲଘୁ ପରିବାର ବୋଲି ମୌଳିକ ସୁବିଧା ମିଳୁପାରୁନାହିଁ  ବୋଲି ଗୁଲୁଜାନ ବିବି କହିଛନ୍ତି। ବାସଗୃହ କରିବାକୁ ଇଞ୍ଚେ ନିଜସ୍ବ ଜମି ନାହିଁ । କେବଳ ସରକାରୀ ଜମିରେ ନୁଆଁଣିଆ ଚାଳଘରେ ଛୋଟ ପିଲାଙ୍କୁ ନେଇ ମୁଣ୍ଡ ଗୁଞ୍ଜିଛୁ। ଝଡ଼ବାତ୍ୟାରେ ଜୀବନ ଦୁର୍ବିଷହ ହୋଇପଡେ। ପିଲାଙ୍କୁ ପାଠ ପଢାଇବାକୁ ପାଖରେ ପଇସାଟିଏ ନାହିଁ । ପର ଘରେ ମଜୁରି ଲାଗି ଅତିକଷ୍ଟରେ ପିଲାଙ୍କ ମୁହଁରେ ଦାନା ମୁଠାଏ ଦେଇଥାଏ। ନିର୍ବାଚନ ବେଳେ ରାଜନେତାମାନେ ମଧୁର କଥା କହି ଭୋଟ ହାତେଇଥାନ୍ତି। ନିର୍ବାଚନ ପରେ ସମସ୍ତେ ସବୁ କିଛି ଭୁଲିଯାଆନ୍ତି। ସନ୍ଧ୍ୟା ହେଲେ ପିଲାମାନେ ଘରେ ବିଦ୍ୟୁତ୍‌ ନ ଥିବାରୁ ଡିବିରି ଆଲୁଅରେ ପାଠ ପଢିଥାନ୍ତି। କେବେ କିରୋସିନ ସରିଗଲେ ସଞ୍ଜବତୀ ହିଁ ସାହା ଭରସା। ସରକାର ଶିକ୍ଷା ପାଇଁ ବହୁ ଯୋଜନା କରୁଛନ୍ତି। ଏହା ଆମ ନିକଟରେ କେବେ ପହଞ୍ଚତ୍ବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ନୁରୁଜାନ ଖାତୁନ, ପଞ୍ଚମ ଶ୍ରେଣୀ ଛାତ୍ର ଶେଖ ରାଜନ, ଚତୁର୍ଥ ଶ୍ରେଣୀ ଛାତ୍ର ଶେଖ ସଲିମ କହିଛନ୍ତି, ଆମ ସାଙ୍ଗ ବିଦ୍ୟୁତ୍‌ ଆଲୁଅରେ ପଢୁଛନ୍ତି। ଆମେ ଅଧିକ ସମୟ ପଢିବାକୁ ଇଚ୍ଛାଥିଲେ ମଧ୍ୟ ଡିବିରି ଆଲୁଅରେ ପାଠ ପଢିଲେ ଆଖି, ନାକ ଆଦି ଉପରେ ପ୍ରଭାବ ପଢୁଛି। ଏହି ପରିବାରକୁ ମୌଳିକ ସେବା ଯୋଗାଇ ଦେବାକୁ ପଡାର ପବିତ୍ର ବେହେରା, ପଇଡ ଭକ୍ତା, ସୁଦାମ ନାୟକ, ସୁବଳ ଭକ୍ତା, ସପନ ଭକ୍ତା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri