କଟକ ଅଫିସ,୯।୧୦: ରାଜ୍ୟରେ ଏବେ ନକଲି ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଠକେଇ ଚାଲିଛି। ବିଶେଷକରି କିଛି ଲାଭଖୋର ମନୋବୃତ୍ତିର ବ୍ୟବସାୟୀ ଓଜନ ଓ ମାପରେ ଲୋକଙ୍କୁ ଠକି ଚାଲିଛନ୍ତି। ଓଜନ ଓ ମାପ ବିଭାଗର ନିୟମିତ ଚଢ଼ାଉ ହେଉ ନ ଥିବାରୁ ଅସାଧୁ ବ୍ୟବସାୟୀଙ୍କ ଉପରେ ଲଗାମ ଲଗାଯାଇପାରୁ ନାହିଁ। ଫଳରେ ଅସାଧୁ ବ୍ୟବସାୟୀଙ୍କ ଠକାମି ପ୍ରବୃତ୍ତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକ ଜିଲାରେ ଏଭଳି ଠକେଇ ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ମାଛ, ମାଂସ ଠାରୁ ଆରମ୍ଭ କରି ଡାଲି, ଚାଉଳ, ସୁନାରୁପାର ଓଜନରେ ଠକେଇର ଶିକାର ହେଉଛନ୍ତି। ଏପରିକି ସହରର ବହୁ ପେଟ୍ରୋଲ ପମ୍ପରେ ମଧ୍ୟ ମାପ କମ୍ କରି ଠକୁ ଥିବାର ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ଆବଶ୍ୟକତା ଠାରୁ କମ୍ ଅଧିକାରୀ ଓ କର୍ମଚାରୀ ଥିବାରୁ ନିୟମିତ ଚଢ଼ାଉ କରିବା ସମ୍ଭବ ହୋଇ ପାରୁ ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, କଟକ ମାପ ଓ ଓଜନ ବିଭାଗରେ କଟକ ସହର, ଜଗତପୁର, ଆଠଗଡ଼ ଓ ବାଙ୍କୀକୁ ମିଶାଇ ମୋଟ ୭ଟି ଇନ୍ସପେକ୍ଟର ପଦବୀ ରହିଛି। ହେଲେ ବର୍ତ୍ତମାନ ୭ଜଣରୁ ମାତ୍ର ୪ଜଣ ଇନ୍ସପେକ୍ଟର ରହିଛନ୍ତି। ଏପରି କି ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଏବେ ତିନି ମାସ ପାଇଁ ଛୁଟିରେ ରହିଛନ୍ତି। କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ମଧ୍ୟ ଖାଲି ପଡ଼ିଛି। ଜଗତ୍ସିଂହପୁର ଜିଲାର ଡେପୁଟି କଣ୍ଟ୍ରୋଲର କଟକ ଜିଲା ଦାୟିତ୍ୱରେ ରହିଛନ୍ତି। ବିଭାଗ ଏବେ ତିନି ଜଣ ଇନ୍ସପେକ୍ଟରଙ୍କୁ ନେଇ କାମ ଚଳାଉଥିବାରୁ ଅସାଧୁ ଲାଭଖୋର ବ୍ୟବସାୟୀ ଲୋକଙ୍କୁ ନିୟମିତ ଠକି ଚାଲିଛନ୍ତି ା ତେବେ ଏହାକୁ ନେଇ ଡେପୁଟି କଣ୍ଟ୍ରୋଲର ହରିଶଙ୍କର ପଟ୍ଟନାୟକ କହିଛନ୍ତି, ଆମର ଆବଶ୍ୟକତା ଠାରୁ କମ୍ କର୍ମଚାରୀ ରହିଛନ୍ତି ା କଟକ ଓଜନ ଓ ମାପ ବିଭାଗର ମୁଖ୍ୟ ଡେପୁଟି କଣ୍ଟ୍ରୋଲର ପଦ ଏଇ ମାସରେ ପୂରଣ କରାଯିବ। ଅନ୍ୟ ପଦବୀଗୁଡ଼ିକ ମଧ୍ୟ ଶୀଘ୍ର ପୂରଣ କରିବାକୁ ଚେଷ୍ଟା ଜାରି ରହିଛି। କରୋନା କାରଣରୁ ଗତ ଫେବୃୟାରୀରେ ଶେଷଥର ପାଇଁ ଚଢ଼ାଉ କରାଯାଇଥିଲା। ସ୍ଥାନୀୟ ଚାନ୍ଦିନୀଚୌକ ନିବାସୀ ସୁଧୀର ପଟ୍ଟନାୟକ କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ ଜାଣିନୁ ଓଜନ ଓ ମାପରେ ଠକେଇ ହେଲେ କାହାକୁ ଅଭିଯୋଗ କରାଯିବ ା ତେବେ ଗତ ଦିନରେ କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥ୍ତ୍ଲା। ସେହିପରି ଯଦି ଓଜନ ଓ ମାପ ବିଭାଗ ପକ୍ଷରୁ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଆନ୍ତା, ତେବେ ଗ୍ରାହକ ଉପକୃତ ହୁଅନ୍ତେ।
ଭୁବନେଶ୍ବର ପାଇଁ ନୂଆ ଟିମ୍ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
Archives


