କାର୍ଯ୍ୟ ନୁହେଁ କେବଳ କଥା

୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ୍‌ ଚାମ୍ପିୟନ ହୋଇ କ୍ରିକେଟପ୍ରେମୀ ଓ ଦେଶବାସୀଙ୍କ ଆଶା ପୂରଣ କରିଛି। ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସେମାନଙ୍କ ଉତ୍କଣ୍ଠା ବଢ଼ିଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରେ କଲିକତାରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଇପିଏଲ୍‌କୁ ଏକ ଚିଠି ଜାରିକରି ଖେଳ ହେଉଥିବା ଷ୍ଟାଡିୟମ ପରିସର ଓ ଜାତୀୟ ଟେଲିଭିଜନ ପ୍ରସାରଣ ବେଳେ ସମସ୍ତ ପ୍ରକାର ମାଦକଦ୍ରବ୍ୟର ବିଜ୍ଞାପନକୁ ବାରଣ କରିଛି। ଆଇପିଏଲ୍‌ ଚେୟାରମ୍ୟାନ୍‌ ଅରୁଣ ଧୁମଲଙ୍କୁ ଦିଆଯାଇଥିବା ଚିଠିରେ ସ୍ବାସ୍ଥ୍ୟସେବାର ମହାନିର୍ଦ୍ଦେଶକ ଅତୁଲ ଗୋଏଲ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ତମାଖୁ ଓ ମଦ ସେବନ ଅଣ ସଂକ୍ରମିତ ରୋଗ ଯଥା ହୃଦ୍‌ରୋଗ, କର୍କଟ, ଫୁସ୍‌ଫୁସ୍‌ ରୋଗ, ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଛି ଏବଂ ବର୍ଷକୁ ଭାରତରେ ହେଉଥିବା ମୋଟ ମୃତ୍ୟୁ ମଧ୍ୟରୁ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଏହିସବୁ ରୋଗ ଯୋଗୁ ହେଉଛି। ତମାଖୁ ସେବନଜନିତ ମୃତ୍ୟୁରେ ବିଶ୍ୱରେ ଭାରତର ସ୍ଥାନ ଦ୍ୱିତୀୟ ଓ ଏହା ଯୋଗୁ ବର୍ଷକୁ ପାଖାପାଖି ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଗୋଏଲ କହିଛନ୍ତି, ଯୁବପିଢ଼ିଙ୍କ ପାଇଁ କ୍ରିକେଟ ଖେଳାଳିମାନେ ରୋଲ୍‌ ମଡେଲ। ଏଣୁ ଖେଳାଳିମାନେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପାଇଁ ଯୁବପିଢ଼ିକୁ ଉତ୍ସାହିତ କରିପାରିବେ। ସାର୍ବଜନୀନ ସ୍ବାସ୍ଥ୍ୟ ଓ ଏ ସମ୍ପର୍କିତ ସରକାରଙ୍କ କାର୍ଯ୍ୟକ୍ରମକୁ ସହଯୋଗ କରିବାରେ ଦେଶର ସବୁ ବଡ଼ କ୍ରୀଡ଼ା ପ୍ଲାଟ୍‌ଫର୍ମ ଭାବେ ଆଇପିଏଲ୍‌ର ଏକ ସାମାଜିକ ଓ ନୈତିକ ଦାୟିତ୍ୱ ରହିଛି ବୋଲି ଗୋଏଲ ଦର୍ଶାଇଛନ୍ତି। ଗୋଏଲଙ୍କ ପତ୍ର ନିଶ୍ଚିତ ଭାବରେ ଉଚ୍ଚକୋଟୀର। ତାଙ୍କର ମହତ ଚିନ୍ତାଧାରା ପଛରେ ସରକାରଙ୍କର ଅନ୍ୟ ଅଙ୍ଗଗୁଡ଼ିକର କେତେ ଆନ୍ତରିକ ସମର୍ଥନ ରହିଛି ସେ ସମ୍ପର୍କରେ ଦେଶବାସୀ ବହୁ ବର୍ଷ ଧରି ଦେଖିଆସୁଛନ୍ତି। ନଦୀକୁ ଶୁଖାଇବାକୁ ହେଲେ ଝରଣାକୁ ବନ୍ଦ କରିବାକୁ ହୋଇଥାଏ। ଗୋଏଲ ମାଦକଦ୍ରବ୍ୟ ବିଜ୍ଞାପନ ବନ୍ଦ କରିବାକୁ ଲେଖିଥିବା ପତ୍ର ଅନ୍ୟ ଏକ ବିଷୟକୁ ମନେପକାଏ। ବିଭିନ୍ନ ସମୟରେ ପ୍ରାୟ ଭାରତର ସବୁ ରାଜ୍ୟ ସରକାର ଏବଂ ଅନେକ ଥର କେନ୍ଦ୍ର ସରକାର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ବନ୍ଦ କରିବାକୁ ଘେଷଣା କରିଆସୁଛନ୍ତି। ଅନ୍ୟପଟେ ସବୁ ରାଜ୍ୟକୁ ବିଭିନ୍ନ ମନ୍ତ୍ରୀ ଯାଇ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ନିର୍ମାଣକାରୀ ଶିଳ୍ପକୁ ଉଦ୍‌ଘାଟନ କରୁଛନ୍ତି। ଅର୍ଥାତ୍‌ ସେଭଳି ବ୍ୟବସାୟକୁ ଜମି, ଋଣ, ବିଦ୍ୟୁତ୍‌ ଓ ଜଳ ଯୋଗାଣ ସରକାରୀ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି। ତେଣୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ବନ୍ଦହୋଇପାରୁ ନାହିଁ କିମ୍ବା ପ୍ରଦୂଷଣ ହ୍ରାସ ପାଉନାହିଁ। କାର୍ଯ୍ୟ ନୁହେଁ କେବଳ କଥା। ତେବେ ଗୁଟ୍‌ଖା ହେଉ କିମ୍ବା ଅନ୍ୟ ସବୁ ମାଦକଦ୍ରବ୍ୟ ବିଜ୍ଞାପନ ଆଇପିଏଲ୍‌ ସମୟରେ ରୋକାଗଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହାର ମୂଳ ସମସ୍ୟା ଯେଉଁଠି ରହିଛି ତାହା ଉପରେ ଗୁରୁତ୍ୱ ଦେବାର ସମୟ ଏବେ ଉପନୀତ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଭାରତରେ ୨୫ କୋଟିରୁ ଊର୍ଦ୍ଧ୍ୱ ଲୋକ ତମାଖୁ ସେବନ କରନ୍ତି, ଯାହା ବିଶ୍ୱର ସବୁଠୁ ଅଧିକ। ଏମାନଙ୍କ ମଧ୍ୟରୁ କେବଳ ୧୦-୧୪ ବର୍ଷ ବୟସ ମଧ୍ୟରେ ୨ କୋଟି ପିଲା ତମାଖୁ କବଳିତ ବୋଲି ଭାରତ ସରକାରଙ୍କ ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ ରିପୋର୍ଟରୁ ଜଣାପଡ଼ିଛି। ଏହାସହ କଲେଜ ଛାତ୍ରମାନଙ୍କ ମଧ୍ୟରେ ଏବେ ଇ-ସିଗାରେଟ୍‌ ଓ ଅନ୍ୟ ମାଦକଦ୍ରବ୍ୟ ସେବନ ବୃଦ୍ଧି ପାଇଚାଲିଛି। ସ୍କୁଲ, କଲେଜ, ଦେବାଳୟ କିମ୍ବା ଅନ୍ୟ ସାର୍ବଜନୀନ ସ୍ଥାନରେ ମଦ, ଗୁଟ୍‌ଖା କିମ୍ବା ସିଗାରେଟ୍‌ର ବଡ଼ ବଡ଼ ଲୁକ୍କାୟିତ ବିଜ୍ଞାପନ ଦେଖିବାକୁ ମିଳୁଛି। ଯଥା ବିଭିନ୍ନ ମଦ ବାହାରେ ସୋଡ଼ା ବୋତଲ ଦର୍ଶାଯିବାର କୌତୂହଳ ବିଜ୍ଞାପନ ସମସ୍ତେ ବୁଝିଲା ଭଳି ଦେଖିବାକୁ ମିଳୁଛି।
ଯଦି ଓଡ଼ିଶା କଥା ଦେଖିବା ତେବେ ତମାଖୁ ସେବନ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚଥିବା ସରକାରୀ ତଥ୍ୟରୁ ଜଣାପଡ଼େ। ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ ତମାଖୁ ବିକ୍ରି ହାର ୧୦ ଗୁଣ ବୃଦ୍ଧିପାଇଛି। ଏଣୁ କେବଳ ଓଡ଼ିଶା ନୁହେଁ, ଜାତୀୟ ସ୍ତରରେ ମଧ୍ୟ ତମାଖୁ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ନିକଟ ଭବିଷ୍ୟତରେ ଏହାର ନିୟନ୍ତ୍ରଣ ସମ୍ଭବ ହେବା ଜଣାପଡ଼ୁନାହିଁ। କାରଣ ଗୋଟିଏ ପଟେ ସ୍ବାସ୍ଥ୍ୟରକ୍ଷା ଚିନ୍ତା କରାଯାଉଥିବା ସମୟରେ ଅନ୍ୟପଟେ ତମାଖୁଜାତ ସାମଗ୍ରୀ କିମ୍ବା ମଦରୁ ବିପୁଳ ରାଜସ୍ବ ମିଳୁଛି। ରାଜସ୍ବ ପାଇବାର ନିଶା ଯୋଗୁ ମାଦକଦ୍ରବ୍ୟ ନିୟନ୍ତ୍ରଣ ସମ୍ଭବ ହୋଇପାରୁନାହିଁ। ଏହା ବ୍ୟତୀତ ବିଦେଶରୁ ସମୁଦ୍ରପଥ ଦେଇ ଗୁଜରାଟର କେତୋଟି ବଛା ଘରୋଇ ବନ୍ଦରକୁ ଅନେକ ଦାମିକା ମାଦକଦ୍ରବ୍ୟ ଆସୁଛି। ଆଖିଦୃଶିଆ ଭାବେ ଅଳ୍ପ କିଛି ପରିମାଣ ଧରାପକାଇ ଜନସାଧାରଣଙ୍କୁ ବାଉଳା କରାଯାଉଛି। କିନ୍ତୁ ଭାରତର ଅନେକ ବୃହତ୍‌ ବ୍ୟବସାୟୀ ଏବଂ ତଥାକଥିତ ଶିଳ୍ପପତି ମାଦକଦ୍ରବ୍ୟ ବ୍ୟବସାୟରୁ ବିପୁଳ ଅର୍ଥ ଉପାର୍ଜନ କରି ରାଜନୀତିରେ ଖର୍ଚ୍ଚ କରୁଥିବାରୁ ସେମାନଙ୍କ ଉପରେ କୌଣସି ଅଙ୍କୁଶ ଲଗାଯାଇ ପାରୁନାହିଁ। ଆଇପିଏଲ୍‌ରେ ତମାଖୁ ଓ ଅନ୍ୟ ମାଦକଦ୍ରବ୍ୟ ବିଜ୍ଞାପନ ବନ୍ଦ କରିବାର ନିର୍ଦ୍ଦେଶ ଦେବା କେବଳ ଆଖିଦୃଶିଆ ପଦକ୍ଷେପ ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri