ମୃତା କାଠଯୋଡିରେ ନିର୍ମାଣ ଚାଲିଛି ସ୍ଥାୟୀ ଘର: ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ

ରଘୁନାଥପୁର,୯ା୬(ଡି.ଏନ.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତଅଁରା ଓ ରେଢୁଆ ମଧ୍ୟ ଭାଗରେ ବହିଯାଇଥିବା ମୃତା କାଠଯୋଡି ଶଯ୍ୟାର ମୁଣ୍ଡାଳଠାରେ ସ୍ଥାୟୀ ପକ୍କା ଘର ଜଣେ ବ୍ୟକ୍ତି ନିର୍ମାଣ କରୁଛନ୍ତି। ତହସିଲଦାରଙ୍କୁ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନଦୀ ଶଯ୍ୟାରେ ଗୃହ ନିର୍ମାଣ ଦ୍ୱାରା ବର୍ଷାଦିନେ ଜଳ ନିଷ୍କାସନରେ ସମସ୍ୟା ଉପୁଜି ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହେବ। ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜଗତ୍‌ସିଂହପୁର ଜିଲା କୃଷକ ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ମେ ୨୧ ତାରିଖରେ ତହସିଲଦାର ରୁପାଲିକା ଦାଶଙ୍କୁ ଅଭିଯୋଗ କରାଯାଇଥିଲା। ତହସିଲଦାର ଦାଶ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଉକ୍ତ ସ୍ଥିତିବାନ ଜମିର କିସମ ଘରବାରି ନ ଥିବା ଏବଂ ମୃତା ନଦୀ ଶଯ୍ୟାରେ ସ୍ଥାୟୀ ପକ୍କା ଗୃହ ନିର୍ମାଣ ହେଉଥିବା ସତ୍ୟ ବୋଲି ପ୍ରକାଶ କରିଥିଲେ। ସଙ୍ଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ଓ ସମ୍ପାଦକ ବାବାଜୀ ଚରଣ ଜେନା ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତଦନ୍ତ ହେବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ସୂଚନାଯୋଗ୍ୟ, ଉକ୍ତ ନଦୀଟି ତରିକୁନ୍ଦ ପଞ୍ଚାୟତ ନୂଆଦାଠାରୁ ବାହାରି ୧୪ କିମି ଅତିକ୍ରମ କରି ନାଲିବାରଠାରେ ହଂସୁଆ ସଫେଇରେ ମିଶିଛି। କାଳକ୍ରମେ ଉକ୍ତ ନଦୀଟିରେ ବର୍ଷା ୪ ମାସକୁ ଛାଡି ବର୍ଷ ସାରା ଜଳ ପ୍ରବାହ ନ ହେବାରୁ ଏହାର ଉଭୟ ପାର୍ଶ୍ୱରେ ଥିବା ଲୋକ ନଦୀ ଶଯ୍ୟାରେ ଚାଷ କାର୍ଯ୍ୟ କଲେ। ଦଖଲ ମୁତାବକ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଚାଷ କରିବାକୁ ପଟ୍ଟା ପ୍ରଦାନ କରାଯାଇଥିଲା। ଡ୍ରେନେଜ ବିଭାଗ ପକ୍ଷରୁ ବର୍ଷାଦିନେ ଜଳ ନିଷ୍କାସନ ପାଇଁ ମୃତା କାଠଯୋଡିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ, ଏହାର ଶଯ୍ୟାରେ ଘର ନିର୍ମାଣ ପାଇଁ କିପରି ଅନୁମତି ପ୍ରଦାନ କରାଗଲା, ଏହା ତଦନ୍ତ ହେବା ଜରୁରୀ ହୋଇପଡିଛି। ଉକ୍ତ ଘର ନିର୍ମାଣ ପଛରେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି। ଧୀରେ ଧୀରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ଏହାଛଡା ସ୍ଥାନୀୟ ଜନସାଧାରଣ ଏ ସମ୍ପର୍କରେ ରାଜସ୍ବ ସଚିବଙ୍କୁ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri