Posted inଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି ଅଭିଷେକ ଶର୍ମା; ଖରାପ ଖବର ଦେଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୧୩।୨: ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଅସୁସ୍ଥତା କାରଣରୁ ଆଗାମୀ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡ଼ିପାରନ୍ତି ବୋଲି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଙ୍କେତ ଦେଇଛନ୍ତି। ଫଳରେ ରବିବାର କଲୋମ୍ବୋରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।

ପେଟରେ ସଂକ୍ରମଣ ଯୋଗୁଁ ଅଭିଷେକଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର କହିଥିଲେ, “ଅଭିଷେକ ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି। ସେ ବୋଧହୁଏ ଆଉ ଏକ କିମ୍ବା ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ।” ସୂଚନାଯୋଗ୍ୟ ଯେ, ଗୁରୁବାର ନାମିବିଆ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା।

ନାମିବିଆ ବିପକ୍ଷ ମ୍ୟାଚ୍‌ରେ ଓପନିଂ କରି ସଞ୍ଜୁ ସାମସନ ୮ଟି ବଲ୍‌ରେ ୨୨ ରନ୍‌ର ଏକ ଦ୍ରୁତ ଇନିଂସ ଖେଳିଥିଲେ, ଯେଉଁଥିରେ ଦୁଇଟି ଚିତ୍ତାକର୍ଷକ ଛକା ସାମିଲ ଥିଲା। ଯଦି ଅଭିଷେକ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସୁଦ୍ଧା ସୁସ୍ଥ ନ ହୁଅନ୍ତି, ତେବେ ସଞ୍ଜୁଙ୍କୁ ପୁଣି ଥରେ ଓପନିଂ କରିବାର ସୁଯୋଗ ମିଳିପାରେ। ପୂର୍ବତନ ଇଂଲଣ୍ଡ ଓପନର ନିକ ନାଇଟ୍‌ଙ୍କ ଅନୁସାରେ, ଏହା ସଞ୍ଜୁଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ।

ଭାରତୀୟ ଦଳ ଶୁକ୍ରବାର ଶ୍ରୀଲଙ୍କାର କଲୋମ୍ବୋ ଅଭିମୁଖେ ଯାତ୍ରା କରିବ। ଆର. ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଥିବା ଏହି ବଡ଼ ମ୍ୟାଚ୍ ପାଇଁ ଭାରତ ପାଖରେ ପ୍ରସ୍ତୁତି ପାଇଁ ମାତ୍ର ଗୋଟିଏ ଦିନ ସମୟ ରହିବ। ଅନ୍ୟପଟେ, ପାକିସ୍ତାନ ଦଳ ପୂର୍ବରୁ କଲୋମ୍ବୋରେ ଦୁଇଟି ମ୍ୟାଚ୍ ଖେଳି ବିଜୟୀ ହୋଇସାରିଥିବାରୁ ସେଠାକାର ପରିବେଶ ସହ ଭଲ ଭାବେ ଅଭ୍ୟସ୍ତ ଅଛି।

ପୂର୍ବତନ ୱିକେଟ୍ କିପର ପାର୍ଥିବ ପଟେଲ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ତାଙ୍କ ଅନୁସାରେ, ଭାରତ ୱାଶିଂଟନ୍ ସୁନ୍ଦରଙ୍କୁ ଓପନିଂ କରାଇ ଜଣେ ଅଧିକ ସ୍ପିନରଙ୍କୁ ଦଳରେ ସାମିଲ କରିପାରେ, ଯାହା ଶ୍ରୀଲଙ୍କା ପିଚ୍‌ରେ ଫଳପ୍ରଦ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?