କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ ସଫଳତାର ପାହାଚ ଚଢ଼ିଥିଲେ। ଆଜି ଦୁହେଁଙ୍କୁ ବଲିଉଡ ସୁପରଷ୍ଟାର କୁହାଯାଏ। ଯଦିଓ ଅମିର ଏବଂ ସଲମାନ ପରସ୍ପରର ଭଲ ବନ୍ଧୁ, ତଥାପି ଏପରି ଏକ ସମୟ ଥିଲା ଯେତେବେଳେ ସଲମାନଙ୍କ ଆଚରଣକୁ ଅମିର ପସନ୍ଦ କରୁ ନ ଥିଲେ । ସେ ଏହା କରଣ ଜୋହରଙ୍କ ଚାଟ ଶୋ କଫି ଉଇଥ୍‌ କରଣରେ କହିଥିଲେ।
ସଲମାନ ଏବଂ ଅମିର ଅଭିନୀତ ଫିଲ୍ମ ‘ଅନ୍ଦାଜ ଅପନା ଅପନା’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମ ରେ ଉଭୟ ପରସ୍ପରକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଲେ । ଏହି ଫିଲ୍ମରେ ତାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ଭଲ ପାଉଥିଲେ। ତଥାପି, ଏହି ଯୋଡି ବାସ୍ତବ ଜୀବନରେ ପରସ୍ପରର ଭଲ ବନ୍ଧୁ ନ ଥିଲେ ।

ଅମିର କରିଥିଲେ ଯେ, ସଲମାନ ତାଙ୍କୁ ପ୍ରଥମରୁ ଭଲ ଲାଗୁ ନ ଥିଲେ। ଅନ୍ଦାଜ ଅପନା ଆପନା’ରେ ସଲମାନଙ୍କ ସହ କାମ କରିବାର ଅଭିଜ୍ଞତା ଭଲ ନଥିଲା। ସେହି ସମୟରେ, ମୁଁ ତାଙ୍କୁ ଅଭଦ୍ର ମନେ କରୁଥିଲି। ତାଙ୍କ ସହିତ କାମ କରିବା ପରେ ମୁଁ ଅନୁଭବ କଲି ଯେ ତାଙ୍କଠାରୁ ଦୂରରେ ରହିବା ଠିକ୍‌। ତେବେ ପରେ ଦୁହେଁ ବନ୍ଧୁ ହୋଇଥିଲେ। ୨୦୦୨ ରେ ଯେତେବେଳେ ଅମିର ତାଙ୍କ ପ୍ରଥମ ସ୍ତ୍ରୀ ରିନାଙ୍କଠାରୁ ଅଲଗା ହୋଇଥିଲେ ସେତେବେଳେ ଏହା ଘଟିଥିଲା। ସେହି ସମୟରେ ଅମିର ବହୁତ ମଦ୍ୟପାନ କରୁଥିଲେ ଏଭଳି ଦୁଃଖ ସମୟରେ ସଲ୍‌ମାନ ତାଙ୍କ ପାଖରେ ଛିଡ଼ା ହୋଇଥିଲେ। ଏହା ପରେ ଉଭୟ ଭଲ ବନ୍ଧୁ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri