Posted inଜାତୀୟ

ଜାତି କୋଟା ୬୫%କୁ ବଢ଼ାଇବା ପାଇଁ ନୀତୀଶଙ୍କ ପ୍ରସ୍ତାବ

ପାଟନା,୮ା୧୧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବଢ଼ାଇବା ପାଇଁ ମଙ୍ଗଳବାର ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି। ଏହା ବାଦ୍‌ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିବ। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବାକୁ ଥିବାବେଳେ ଓବିସି ଏବଂ ଅତ୍ୟନ୍ତ ପଛୁଆ ବର୍ଗ(ଇବିସି)ଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ, ଯାହା ବର୍ତ୍ତମାନ ୩୦ ପ୍ରତିଶତ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି। ଆବଶ୍ୟକ ବିଚାରବିମର୍ଶ ପରେ ସଂରକ୍ଷଣ ବୃଦ୍ଧିକୁ ଜରୁରୀ ଭାବେ କାର୍ଯ୍ୟକାରୀ କରାଯିବ। ଚଳିତ ଅଧିବେଶନରେ ଏହି ପରିବର୍ତ୍ତନ ଆଣିବା ଆମର ଉଦ୍ଦେଶ୍ୟ ବୋଲି ନୀତୀଶ କହିଛନ୍ତି।
ବିହାରର ବହୁ ପ୍ରତୀକ୍ଷିତ ଜାତି ଜନଗଣନା ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରେ ବିତର୍କରେ ଭାଗନେଇ ନୀତୀଶ ଉପରୋକ୍ତ ପ୍ରସ୍ତାବ ରଖିଛନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ବିହାରରେ ୩୪.୧ ପ୍ରତିଶତ ପରିବାର ଗରିବ। ସେମାନଙ୍କ ମାସିକ ଆୟ ୬,୦୦୦ ଟଙ୍କାରୁ କମ୍‌। ରୋଜଗାର କିମ୍ବା ଶିକ୍ଷା ପାଇଁ ୫୦ ଲକ୍ଷରୁ ଅଧିକ ବିହାରୀ ରାଜ୍ୟ ବାହାରେ ରହୁଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧାରୀ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଥିଲେ। ପଛୁଆ ବର୍ଗ, ଦଳିତ ଓ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟ ଯଥେଷ୍ଟ ବଢ଼ିଥିବାବେଳେ ଉଚ୍ଚଜାତିରେ ମଧ୍ୟ ଏହା ବୃଦ୍ଧି ପାଇଥିବା ରିପୋର୍ଟରେ ସ୍ବୀକାର କରାଯାଇଛି। ଉଚ୍ଚଜାତିରେ ଦାରିଦ୍ର୍ୟ ହାର ୨୫% ରହିଛି। ରିପୋର୍ଟ ଅନୁଯାୟୀ ବିହାରରେ ପ୍ରାୟ ୨.୯୭ କୋଟି ପରିବାର ରହୁଥିବାବେଳେ ସେଥିରୁ ୯୪ ଲକ୍ଷରୁ ଊର୍ଦ୍ଧ୍ୱ (୩୪.୧%) ପରିବାର ଗରିବ। ୪୬ ଲକ୍ଷ ଅନ୍ୟ ରାଜ୍ୟରେ କାମ କରି ଗୁଜୁରାଣ ମେଣ୍ଟାଉଥିବାବେଳେ ୨.୧୭ ଲକ୍ଷ ବିଦେଶରେ ରହି ରୋଜଗାର କରୁଛନ୍ତି। ରାଜ୍ୟର ମାତ୍ର ୯ ପ୍ରତିଶତ ପରିବାରର ମାସିକ ଆୟ ୫୦,୦୦୦ରୁ ଅଧିକ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri