Posted inଖେଳ

ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ

ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ ନେତୃତ୍ୱ ନେଇଥିବା ରାଣା ଏଥିରେ ଭଲ ପ୍ରଦର୍ଶନ କରି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ୨୯ ବର୍ଷୀୟ ରାଣା ୨୦୨୧ରେ ଶ୍ରୀଲଙ୍କା ଟୁର୍‌ ବେଳେ ଭାରତ ପାଇଁ ଗୋଟିଏ ଅନ୍ତର୍ଜାତୀୟ ଦିନିକିଆ ଏବଂ ଦୁଇଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି। ଗତ ଆଇପିଏଲ୍‌ରେ କେକେଆର ପାଇଁ ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ୧୪ଟି ମ୍ୟାଚ୍‌ ୧୪୦.୯୫ ଷ୍ଟ୍ରାଇକରେଟ୍‌ରେ ୩ ଅର୍ଦ୍ଧଶତକ ସହ ୪୧୩ ରନ ସଂଗ୍ରହ କରିଥିଲେ। ଅବଶ୍ୟ ନାଇଟ ରାଇଡର୍ସ ଦଳରେ ସେ ରିଙ୍କୁ ସିଂ (୪୭୪ ରନ)ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ। ଉଦୀୟମାନ ବ୍ୟାଟର ଅଭିଷେକ ଶର୍ମା, ଉଇକେଟକିପର ବ୍ୟାଟର ପ୍ରଭଶିମରନ ସିଂ ଏବଂ ହର୍ଷିତ ରାଣାଙ୍କୁ ମଧ୍ୟ ୧୫ଜଣିଆ ଦଳରେ ସ୍ଥାନ ମିଳିଛି। ତେବେ ଏହି ୩ଜଣ ଜୁଲାଇ ୧୩ ରୁ ୨୩ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳାଯିବାକୁଥିବା ଏମର୍ଜିଂ ଟିମ୍ସ ଏସିଆ କପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତ ଯଦି ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରେ ତେବେ ପରଦିନ ସେମାନେ ଉତ୍ତରାଞ୍ଚଳ ଦଳରେ ଯୋଗଦେଇ ପାରିବେ।
ଉତ୍ତରାଞ୍ଚଳ ଦଳ: ନୀତୀଶ ରାଣା (ଅଧିନାୟକ), ଅଭିଷେକ ଶର୍ମା, ପ୍ରଭଶିମରନ ସିଂ, ଏସ୍‌ଜି ରୋହିଲା, ଏସ୍‌. ଖଜୁରିଆ, ମନଦୀପ ସିଂ, ହିମାଂଶୁ ରାଣା, ବିଭ୍ରାନ୍ତ ଶର୍ମା, ନିଶାନ୍ତ ସିନ୍ଧୁ, ରିଷି ଧାଓ୍ବନ, ଯୁଦ୍ଧବୀର ସିଂ, ସନ୍ଦୀପ ଶର୍ମା, ହର୍ଷିତ ରାଣା, ବୈଭବ ଆରୋରା ଓ ମୟଙ୍କ ମାର୍କଣ୍ଡେ। ଷ୍ଟାଣ୍ଡବାଏ ଖେଳାଳି: ମୟଙ୍କ ଡାଗର, ମୟଙ୍କ ଯାଦବ, ଅର୍ସାଲ ଖାଁ, ଶୁଭମ ଆରୋରା, ଯୁବରାଜ ସିଂ, ମନନ ଭୋରା, ଆକ୍ୱିବ ନବି, ଶିଭଙ୍କ ବଶିଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri