Posted inଖେଳ

ଆଇପିଏଲ୍‌ରେ ଲଜ୍ଜାଜନକ ରେକର୍ଡ କଲେ କେକେଆର୍‌ର ଏହି କ୍ରିକେଟର; ଆସନ୍ତା ନିଲାମୀରେ କେହି…

ଦୁବାଇ,୧୬।୧୦: ଆଇପିଏଲ୍‌ ୨୦୨୧ ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୨୭ ରନ୍‌ରେ ପରାସ୍ତ ହୋଇଛି କୋଲକାତା ନାଇଟ୍‌ ରାଇଡର୍ସ। ଜିତିବା ପାଇଁ ଚେନ୍ନାଇ କୋଲକାତାକୁ ୧୯୩ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା। ହେଲେ କୋଲକାତାର ଖେଳାଳିମାନେ ୨୦ ଓଭରରେ ୧୬୫/୯ ସ୍କୋର କରିପାରିଥିଲେ। ଦଳର ଓପନର ଶୁଭମନ ଗିଲ(୫୧) ଏବଂ ଭେଙ୍କଟେଶ ଆୟାର(୫୦) ରନ୍‌ କରିଥିଲେ। ସେମାନଙ୍କୁ ଛାଡ଼ି ଅନ୍ୟ ଖେଳାଳିଙ୍କ ବ୍ୟାଟ୍‌ ଚାଲି ନ ଥିଲା। ଯୁବ ବ୍ୟାଟ୍ସମ୍ୟାନ୍‌ ନୀତିଶ ରାଣାଙ୍କଠାରୁ ବହୁତ କିଛି ଆଶା କରାଯାଇଥିଲା। ହେଲେ ସେ କୌଣସି ରନ୍‌ ନ କରି (ଗୋଲ୍ଡେନ୍‌ ଡକ୍‌) ଆଉଟ୍‌ ହୋଇଯାଇଥିଲେ। ଏହାକୁ ନେଇ ସେ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ଆଇପିଏଲ୍‌ରେ ସବୁଠାରୁ ଅଧିକ ଥର ଶୂନ ରନ୍‌ କରି ପ୍ରଥମ ବଲ୍‌ରେ ଆଉଟ୍‌ ହେବା(ଗୋଲ୍ଡେନ୍‌ ଡକ୍‌) ଖେଳାଳି ସେ ପାଲଟିଛନ୍ତି। ଗତ ସିଜନ୍‌ରୁ ଆଇପିଏଲ୍‌ ୧୪ ପର୍ଯ୍ୟନ୍ତ ସେ ୫ ଥର ଏପରି କରିଛନ୍ତି। ଗତ ୫ ମ୍ୟାଚ୍‌ରେ ବି ନୀତିଶ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି। ଏହି ଅଙ୍କ ଦେଖିଲେ ଆଇପିଏଲ୍‌ ୨୦୨୨ର ମେଗା ଅକ୍ସନରେ ନୀତିଶଙ୍କୁ କିଣିବା ଲାଗି ଦଳମାନେ ଅରାଜି ହୋଇପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି ରେକର୍ଡ କଲେ ଉମ୍‌ରାନ

ନୂଆଦିଲ୍ଲୀ,୨।୫: ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌-୨୦୨୨ ଖେଳୁଥିବା ଦ୍ରୁତ ବୋଲର ଉମ୍‌ରାନ ମଲ୍ଲିକ ରବିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ଦ୍ରୁତ ବଲ୍‌ ପିଙ୍ଗି...

ବୋଲିଂ ପାଇଁ ଦନଞ୍ଜୟଙ୍କୁ ଅନୁମତି

ଦୁବାଇ, ୯ା୧ (ପି.ଟି.)-ଶ୍ରୀଲଙ୍କା ସ୍ପିନର ଆକିଲା ଦନଞ୍ଜୟଙ୍କ ବୋଲିଂ ଆକ୍ସନରେ ସୁଧାର ଆସିଛି। ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ...

ସିରିଜ୍‌ ଜିତିବା ସତ୍ତ୍ୱେ ବଢିଲା ରୋହିତଙ୍କ ଟେନସନ୍‌

ଗୁଆହାଟି,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଭାରତ କବଜା କରିଛି। ତେବେ ଏହି ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ...

ଲିଡ୍ସ ପିଚ୍‌ ଦେଖି କୋହଲି ଆଶ୍ଚର୍ଯ୍ୟ

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ହେଡିଙ୍ଗଲେରେ ଖେଳାଯିବ। ଲର୍ଡସରେ ଜବରଦସ୍ତ ବିଜୟ ହାସଲ କରିଥିବା ଟିମ...

ବିସିସିଆଇର ସବୁଜ ସଙ୍କେତ; ଆସନ୍ତା ବର୍ଷରୁ ହୋଇପାରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୩: ପୁରୁଷ ଭଳି ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ସବୁଜ ସଙ୍କେତ ଦେଇଛି ବିସିସିଆଇ। ୨୦୨୨ ଆଇପିଏଲ୍‌ ଆରମ୍ଭ  ପୂର୍ବରୁ ଆୟୋଜିତ  ପରିଚାଳନା ପରିଷଦ ବୈଠକରେ...

ଗୁରୁକୁଳ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ...

ପୁଅ ଲଗାତର ୬ ବଲ୍‌ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍‌ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ)...

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ...

Advertisement
Archives

Model This Week