Posted inଜାତୀୟ

ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି । ନୀତୀଶ କୁମର ଭାଜପା ନେତା ସୁଶୀଲ ମୋଦିଙ୍କ ସେହି କଥାର ଜବାବ ଦେଇଛନ୍ତି ଯେଉଁଥିରେ ନୀତୀଶଙ୍କ ଉପରେ ସରକାର ଭାଙ୍ଗିବାରେ ଭବିଷ୍ୟବାଣୀ କରାଯାଇଥିଲା । ନୀତୀଶ କହିଛନ୍ତି ଏବେ ବିଚରା ସୁଶୀଲ ମୋଦି ଯଦି କିଛି କହୁଛନ୍ତି ତେବେ ତାଙ୍କୁ ପ୍ରତିଦିନ କିଛି ନା କିଛି କହିବା ଦରକାର । କାରଣ କେନ୍ଦ୍ର ସରକାରଙ୍କୁ ଖୁସି ରଖିବା ବି ଦରକାର । ଯେତେବେଳେ ଜେଡିୟୁ ଭାଜପା ସହ ମିଶି ସରକାର ଗଠନ କରିଥିଲା ସେତେବେଳେ ତାଙ୍କୁ କୌଣସି ପଦ ଦିଆଯାଇ ନ ଥିଲା ଯାହା ତାଙ୍କୁ କଷ୍ଟ ଦେଉଥିଲା ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି , ସୁଶୀଲ ମୋଦି ଯଦି କିଛି କହୁଛନ୍ତି ତେବେ ତାଙ୍କୁ କୁହନ୍ତୁ ସରକାର ଭାଙ୍ଗି ଦିଅନ୍ତୁ, ତାହେଲେ ତାଙ୍କୁ କୌଣସି ସ୍ଥାନ ମିଳିଯାଇପାରେ । ତାଙ୍କୁ କୁହନ୍ତୁ ସେ ସବୁଦିନ କୁହନ୍ତୁ, ତା’ହେଲେ କେନ୍ଦ୍ର ସରକାର ଖୁସି ହୋଇଯିବେ । ସୂଚନାଯୋଗ୍ୟ, ନିକଟରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଥିଲେ, ଅବଧ ଚୌଧୁରୀ ବିହାର ବିଧାନସଭାର ସ୍ପିକର ହେବା ପରେ ଜେଡିୟୁର ଓଲଟା ଗଣତି ଆରମ୍ଭ ହୋଇଯାଇଛି । ରାଜ୍ୟ ସଭା ଏମପି ସୁଶୀଲ ମୋଦି କହିଥିଲେ, ଏବେ ଲାଲୁ ପ୍ରସାଦ ଯାଦବ ଯେତେବେଳେ ଚାହିଁବେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇଯିବେ । ଭାଜପା ନେତା ସୁଶୀଲ ମୋଦି ଶୁକ୍ରବାର ଏକ ଟୁଇଟ ବି କରିଥିଲେ । ସେଥିରେ ସେ ଲେଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ଜମ୍ମୁ-କଶ୍ମୀରର ଆଉ କେତେଜଣ ନେତା ପ୍ରମାଣ କରି ଦେଇଛନ୍ତି, କଂଗ୍ରେସ ଦଳ ଏକ ବୁଡି ଯାଉଥିବା ବୁଢା ଜାହାଜ । ନୀତୀଶ କୁମାର ଗୋଟିଏ ଗୋଡ ବୁଡିଯାଉଥିବା ଜାହାଜ ଉପରେ ରଖିଛନ୍ତି ଆଉ ଦ୍ୱିତୀୟ ଗୋଡଟି ଏମିତି ଜାଗାରେ ରଖିଛନ୍ତି ଯାହା ତାଙ୍କ ଛୋଟିଆ ଡଙ୍ଗାଟିକୁ ଯେ କୌଣସି ମୁହୂର୍ତ୍ତରେ ବୁଡାଇ ଦେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri