Posted inଜାତୀୟ

ସୁଶୀଲ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୮ ।୮: ବିହାରରେ ଜେଡିୟୁ ଭାରତୀୟ ଜନତା ପାର୍ଟି(ଭାଜପା) ଠାରୁ ଅଲଗା ହୋଇ ସରକାର ଗଠନ କରିବା ପରେ ଏବେ ରାଜ୍ୟ ସଭା ଏମପି ସୁଶୀଲ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି । ନୀତୀଶ କୁମର ଭାଜପା ନେତା ସୁଶୀଲ ମୋଦିଙ୍କ ସେହି କଥାର ଜବାବ ଦେଇଛନ୍ତି ଯେଉଁଥିରେ ନୀତୀଶଙ୍କ ଉପରେ ସରକାର ଭାଙ୍ଗିବାରେ ଭବିଷ୍ୟବାଣୀ କରାଯାଇଥିଲା । ନୀତୀଶ କହିଛନ୍ତି ଏବେ ବିଚରା ସୁଶୀଲ ମୋଦି ଯଦି କିଛି କହୁଛନ୍ତି ତେବେ ତାଙ୍କୁ ପ୍ରତିଦିନ କିଛି ନା କିଛି କହିବା ଦରକାର । କାରଣ କେନ୍ଦ୍ର ସରକାରଙ୍କୁ ଖୁସି ରଖିବା ବି ଦରକାର । ଯେତେବେଳେ ଜେଡିୟୁ ଭାଜପା ସହ ମିଶି ସରକାର ଗଠନ କରିଥିଲା ସେତେବେଳେ ତାଙ୍କୁ କୌଣସି ପଦ ଦିଆଯାଇ ନ ଥିଲା ଯାହା ତାଙ୍କୁ କଷ୍ଟ ଦେଉଥିଲା ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି , ସୁଶୀଲ ମୋଦି ଯଦି କିଛି କହୁଛନ୍ତି ତେବେ ତାଙ୍କୁ କୁହନ୍ତୁ ସରକାର ଭାଙ୍ଗି ଦିଅନ୍ତୁ, ତାହେଲେ ତାଙ୍କୁ କୌଣସି ସ୍ଥାନ ମିଳିଯାଇପାରେ । ତାଙ୍କୁ କୁହନ୍ତୁ ସେ ସବୁଦିନ କୁହନ୍ତୁ, ତା’ହେଲେ କେନ୍ଦ୍ର ସରକାର ଖୁସି ହୋଇଯିବେ । ସୂଚନାଯୋଗ୍ୟ, ନିକଟରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଥିଲେ, ଅବଧ ଚୌଧୁରୀ ବିହାର ବିଧାନସଭାର ସ୍ପିକର ହେବା ପରେ ଜେଡିୟୁର ଓଲଟା ଗଣତି ଆରମ୍ଭ ହୋଇଯାଇଛି । ରାଜ୍ୟ ସଭା ଏମପି ସୁଶୀଲ ମୋଦି କହିଥିଲେ, ଏବେ ଲାଲୁ ପ୍ରସାଦ ଯାଦବ ଯେତେବେଳେ ଚାହିଁବେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇଯିବେ । ଭାଜପା ନେତା ସୁଶୀଲ ମୋଦି ଶୁକ୍ରବାର ଏକ ଟୁଇଟ ବି କରିଥିଲେ । ସେଥିରେ ସେ ଲେଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବି ଆଜାଦଙ୍କ ସହ ଜମ୍ମୁ-କଶ୍ମୀରର ଆଉ କେତେଜଣ ନେତା ପ୍ରମାଣ କରି ଦେଇଛନ୍ତି, କଂଗ୍ରେସ ଦଳ ଏକ ବୁଡି ଯାଉଥିବା ବୁଢା ଜାହାଜ । ନୀତୀଶ କୁମାର ଗୋଟିଏ ଗୋଡ ବୁଡିଯାଉଥିବା ଜାହାଜ ଉପରେ ରଖିଛନ୍ତି ଆଉ ଦ୍ୱିତୀୟ ଗୋଡଟି ଏମିତି ଜାଗାରେ ରଖିଛନ୍ତି ଯାହା ତାଙ୍କ ଛୋଟିଆ ଡଙ୍ଗାଟିକୁ ଯେ କୌଣସି ମୁହୂର୍ତ୍ତରେ ବୁଡାଇ ଦେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri