ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ ଯୁକ୍ତି ବାଢିବା ସହ ମୋଦିଙ୍କ କଥାକୁ ଦୋହରାଇଛନ୍ତି। ଦେଶରେ ଏନଡିଏ ସରକାର ବ୍ୟବସାୟ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଦେଶର ବିକାଶରେ ଘରୋଇକରଣର ଭୂମିକା ମହତ୍ତ୍ୱପୂର୍ଣ୍ଣ ଓ ସହାୟକ ହେବ ବୋଲି ସେ ଯୁକ୍ତି କରିଥିଲେ। ନିର୍ମଳା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଘରୋଇକରଣ ପ୍ରସଙ୍ଗ ଉପରେ ଦେଇଥିବା ବୟାନ ଦେଶର ହିତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ଭାରତର ବ୍ୟବସାୟ ଜନସଙ୍ଘର ସଫଳ ଆଭିମୂଖ୍ୟ ଏ ପରିକି ଦେଶର ନାଗରିକଙ୍କ ଟିିକସ୍‌ରେ ରାଷ୍ଟ୍ରା ଆର୍ଥିକ ମୂଳଦୁଆ ମଜବୁତ ହେବା ଦିଗରେ ସରକାର କାମ କରୁଛନ୍ତି। ସମାଜବାଦ ଦେଶରେ ଯୁବପୀଢିଙ୍କ ଆତ୍ମର୍ନିଭରତାକୁ ଶେଷ କରି ଦେଉଛି। ଭାରତୀୟ ଯୁବପୀଢି ଓ ଉଦ୍ୟୋଗୀ ଦେଶର ଅର୍ଥନୀତିକୁ ଆଗକୁ ନେବାରେ କ୍ଷମତା ରଖିଛନ୍ତି। ପୂର୍ବରୁ ବ୍ୟବସାୟ କରିବା ପାଇଁ ଅନେକ କିଛି କଟକଣା ରହିଥିଲା, ଯାହା ବର୍ତ୍ତମାନ ସମୟରେ ଶେଷ ହୋଇଯାଇଛି। ସେହିଭଳି ପବ୍ଲିକ ଓ ପ୍ରାଇଭେଟ୍‌ ସେକ୍ଟର ମିଳିତ ଭାବେ ଆଗକୁ ଆସିଲେ ଦେଶର ଦାରିଦ୍ର୍ୟ ଦୂରେଇଯିବ ବୋଲି ସେ ମତ ରଖିଥିଲେ।
ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ ଅଭିଭାଷଣରେ କହିଥିଲେ ଯେ, ସରକାର କେବଳ ୪ ଟି ସେକ୍ଟରକୁ ନିଜ ଅଧିନରେ ରଖିବେ। ଏହାବ୍ୟତୀତ ଅନ୍ୟ ପବ୍ଲିକ ସେକ୍ଟରକୁ ଘରୋଇକରଣ କରାଯିବ। ତେବେ ଜାତୀୟ ସୁରକ୍ଷା ବହନ କରୁଥିବା ଆଣବିକ ଶକ୍ତି, ମହାକାଶ, ପ୍ରତିରକ୍ଷା, ଶକ୍ତି, ଖଣି ଆଦିକୁ ଘରୋଇକରଣରୁ ବାଦ୍‌ ଦିଆଯାଇପାରେ ବୋଲି ସୂଚନା ମିଳିଥିଲା। ଘରୋଇକରଣ ପରେ ଦେଶ ଆର୍ଥିକ ସ୍ତର ଅନେକାଂଶରେ ମଜବୁତ ହେବ ସହ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।
ଶନିବାର ଲୋକସଭାରେ ବଜେଟ୍‌୨୦୨୧-୨୨ ଉପରେ ଚାଲିଥିବା ବିତର୍କ ସମୟରେ ର୍ନିମଳା ଏଭଳି ଅଜବ ଯୁକ୍ତ ଓ ବୟାନ ଦେଇଛନ୍ତି। ଏ ନେଇ ସେ କହିଛନ୍ତି, କୃଷି ଭିତ୍ତିଭୂମି ଓ ବିକାଶ ପାଇଁ ସେସ୍‌ ଜରିଆରେ ୩୦ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ଅର୍ଥକୁ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯିବ, ଫଳରେ ସେମାନେ ମଣ୍ଡି ବ୍ୟବସ୍ଥା ଓ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିପାରିବେ। ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ସ୍କିମ୍‌ ପାଇଁ ୟୁପିଏ ସରକାର ବଜେଟରେ ବିପୁଳ ବ୍ୟୟବରାଦ କରିଥିଲା କିନ୍ତୁ ଆବଣ୍ଟିତ ଅର୍ଥକୁ ବିନିଯୋଗ କରି ନଥିଲା। ଏଥିରୁ ଦୁଇଟି ଅର୍ଥ ପ୍ରକାଶ ପାଉଛି ସରକାର ସେତେବେଳେ ସ୍କିମଗୁଡିକର ଠିକ ଭାବରେ ପରିଚାଳନା କରୁ ନଥିଲେ କିମ୍ବା ପୁଞ୍ଜିପତିଙ୍କୁ ସହାୟତା ଦେଇଚାଲିଥିଲେ। ଚଳିତ ଆର୍ଥିକବର୍ଷ ପାଇଁ ଏମିଏନ୍‌ଆଇଜିଏଆରସ ନିମନ୍ତେ ବ୍ୟୟବରାଦ ୧.୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିରୁ ପାଖାପାଖି ୯୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି।ଏହି ସ୍କିମ୍‌ ପାଇଁ ଏହା ସର୍ବାଧିକ ବ୍ୟୟବରାଦ ଓ ବିନିଯୋଗ ବୋଲି ର୍ନିମଳା ଦର୍ଶାଇଛନ୍ତି।
ସେ କହିଛନ୍ତି, ସରକାରଙ୍କ ମିତ୍ର ହେଉଛନ୍ତି ଦେଶର ସାଧାରଣ ଜନତା ଏବଂ ଯେଉଁମାନଙ୍କ ପାଇଁ ପାଇଖାନା, ଘର ର୍ନିମାଣ, ବିଜୁଳି ଯୋଗାଣ ଆଦି ଲାଗି ବିଭିନ୍ନ ସ୍କିମ୍‌ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ବନିଧି ସ୍କିମରେ ରାସ୍ତାପାଶ୍ୱର୍‌ ଦୋକାନୀମାନଙ୍କୁ ସହଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ଏଥିରେ ୧୦ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri