ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ ଯୁକ୍ତି ବାଢିବା ସହ ମୋଦିଙ୍କ କଥାକୁ ଦୋହରାଇଛନ୍ତି। ଦେଶରେ ଏନଡିଏ ସରକାର ବ୍ୟବସାୟ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଦେଶର ବିକାଶରେ ଘରୋଇକରଣର ଭୂମିକା ମହତ୍ତ୍ୱପୂର୍ଣ୍ଣ ଓ ସହାୟକ ହେବ ବୋଲି ସେ ଯୁକ୍ତି କରିଥିଲେ। ନିର୍ମଳା କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଘରୋଇକରଣ ପ୍ରସଙ୍ଗ ଉପରେ ଦେଇଥିବା ବୟାନ ଦେଶର ହିତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ଭାରତର ବ୍ୟବସାୟ ଜନସଙ୍ଘର ସଫଳ ଆଭିମୂଖ୍ୟ ଏ ପରିକି ଦେଶର ନାଗରିକଙ୍କ ଟିିକସ୍‌ରେ ରାଷ୍ଟ୍ରା ଆର୍ଥିକ ମୂଳଦୁଆ ମଜବୁତ ହେବା ଦିଗରେ ସରକାର କାମ କରୁଛନ୍ତି। ସମାଜବାଦ ଦେଶରେ ଯୁବପୀଢିଙ୍କ ଆତ୍ମର୍ନିଭରତାକୁ ଶେଷ କରି ଦେଉଛି। ଭାରତୀୟ ଯୁବପୀଢି ଓ ଉଦ୍ୟୋଗୀ ଦେଶର ଅର୍ଥନୀତିକୁ ଆଗକୁ ନେବାରେ କ୍ଷମତା ରଖିଛନ୍ତି। ପୂର୍ବରୁ ବ୍ୟବସାୟ କରିବା ପାଇଁ ଅନେକ କିଛି କଟକଣା ରହିଥିଲା, ଯାହା ବର୍ତ୍ତମାନ ସମୟରେ ଶେଷ ହୋଇଯାଇଛି। ସେହିଭଳି ପବ୍ଲିକ ଓ ପ୍ରାଇଭେଟ୍‌ ସେକ୍ଟର ମିଳିତ ଭାବେ ଆଗକୁ ଆସିଲେ ଦେଶର ଦାରିଦ୍ର୍ୟ ଦୂରେଇଯିବ ବୋଲି ସେ ମତ ରଖିଥିଲେ।
ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ ଅଭିଭାଷଣରେ କହିଥିଲେ ଯେ, ସରକାର କେବଳ ୪ ଟି ସେକ୍ଟରକୁ ନିଜ ଅଧିନରେ ରଖିବେ। ଏହାବ୍ୟତୀତ ଅନ୍ୟ ପବ୍ଲିକ ସେକ୍ଟରକୁ ଘରୋଇକରଣ କରାଯିବ। ତେବେ ଜାତୀୟ ସୁରକ୍ଷା ବହନ କରୁଥିବା ଆଣବିକ ଶକ୍ତି, ମହାକାଶ, ପ୍ରତିରକ୍ଷା, ଶକ୍ତି, ଖଣି ଆଦିକୁ ଘରୋଇକରଣରୁ ବାଦ୍‌ ଦିଆଯାଇପାରେ ବୋଲି ସୂଚନା ମିଳିଥିଲା। ଘରୋଇକରଣ ପରେ ଦେଶ ଆର୍ଥିକ ସ୍ତର ଅନେକାଂଶରେ ମଜବୁତ ହେବ ସହ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।
ଶନିବାର ଲୋକସଭାରେ ବଜେଟ୍‌୨୦୨୧-୨୨ ଉପରେ ଚାଲିଥିବା ବିତର୍କ ସମୟରେ ର୍ନିମଳା ଏଭଳି ଅଜବ ଯୁକ୍ତ ଓ ବୟାନ ଦେଇଛନ୍ତି। ଏ ନେଇ ସେ କହିଛନ୍ତି, କୃଷି ଭିତ୍ତିଭୂମି ଓ ବିକାଶ ପାଇଁ ସେସ୍‌ ଜରିଆରେ ୩୦ହଜାର କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ଅର୍ଥକୁ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯିବ, ଫଳରେ ସେମାନେ ମଣ୍ଡି ବ୍ୟବସ୍ଥା ଓ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରିପାରିବେ। ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ସ୍କିମ୍‌ ପାଇଁ ୟୁପିଏ ସରକାର ବଜେଟରେ ବିପୁଳ ବ୍ୟୟବରାଦ କରିଥିଲା କିନ୍ତୁ ଆବଣ୍ଟିତ ଅର୍ଥକୁ ବିନିଯୋଗ କରି ନଥିଲା। ଏଥିରୁ ଦୁଇଟି ଅର୍ଥ ପ୍ରକାଶ ପାଉଛି ସରକାର ସେତେବେଳେ ସ୍କିମଗୁଡିକର ଠିକ ଭାବରେ ପରିଚାଳନା କରୁ ନଥିଲେ କିମ୍ବା ପୁଞ୍ଜିପତିଙ୍କୁ ସହାୟତା ଦେଇଚାଲିଥିଲେ। ଚଳିତ ଆର୍ଥିକବର୍ଷ ପାଇଁ ଏମିଏନ୍‌ଆଇଜିଏଆରସ ନିମନ୍ତେ ବ୍ୟୟବରାଦ ୧.୧୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିରୁ ପାଖାପାଖି ୯୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି।ଏହି ସ୍କିମ୍‌ ପାଇଁ ଏହା ସର୍ବାଧିକ ବ୍ୟୟବରାଦ ଓ ବିନିଯୋଗ ବୋଲି ର୍ନିମଳା ଦର୍ଶାଇଛନ୍ତି।
ସେ କହିଛନ୍ତି, ସରକାରଙ୍କ ମିତ୍ର ହେଉଛନ୍ତି ଦେଶର ସାଧାରଣ ଜନତା ଏବଂ ଯେଉଁମାନଙ୍କ ପାଇଁ ପାଇଖାନା, ଘର ର୍ନିମାଣ, ବିଜୁଳି ଯୋଗାଣ ଆଦି ଲାଗି ବିଭିନ୍ନ ସ୍କିମ୍‌ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ବନିଧି ସ୍କିମରେ ରାସ୍ତାପାଶ୍ୱର୍‌ ଦୋକାନୀମାନଙ୍କୁ ସହଯୋଗ ଲାଗି ଲକ୍ଷ୍ୟ ରଖାଯାଇଛି। ସେମାନଙ୍କୁ ଏଥିରେ ୧୦ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri