ନୂଆଦିଲ୍ଲୀ, ୨୩ା୫ (ପି.ଟି.): ବିଶ୍ୱ ଆଥଲେଟିକ୍ସ ଦ୍ୱାରା ସଦ୍ୟ ପ୍ରକାଶିତ ପୁରୁଷ ଜାଭେଲିନ୍ ଥ୍ରୋ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ତାଙ୍କ କ୍ୟାରିୟରରେ ପ୍ରଥମ ଥର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଲିକାରେ ଚୋପ୍ରାଙ୍କ ପଏଣ୍ଟ ସଂଖ୍ୟା ୧୪୫୫ ପଏଣ୍ଟ ଦର୍ଶାଯାଇଛି। ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୧୪୩୩)ଙ୍କଠାରୁ ସେ ୨୨ ପଏଣ୍ଟ ଆଗରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ବିଜେତା ଚେକ୍ ରିପବ୍ଲିକର ଜାକବ ଭାଦ୍ଲେଜଜ୍ (୧୪୧୬) ତୃତୀୟ ସ୍ଥାନରେ ଅଛନ୍ତି। ୨୫ ବର୍ଷୀୟ ଚୋପ୍ରା ଗତବର୍ଷ ଅଗଷ୍ଟ ୩୦ରେ ନମ୍ବର୨କୁ ଉନ୍ନୀତ ହୋଇଥିଲେ। ଏହାପରଠାରୁ ସେ ପିଟର୍ସଙ୍କ ପଛରେ ରହି ଆସିଥିଲେ। ଗତବର୍ଷ ସେପ୍ଟେମ୍ବରରରେ ନୀରଜ ଚୋପ୍ରା ଜୁରିଚ୍ଠାରେ ଡାଇମଣ୍ଡ ଲିଗ୍ ୨୦୨୨ ଫାଇନାଲ୍ସ ଜତି ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଟ୍ରଫି ହାସଲ କରିଥିଲେ। ଚଳିତ ବର୍ଷ ମେ ୫ରେ ସିଜନ ଓପନିଂ ଦୋହା ଡାଇମଣ୍ଡ ଲିଗରେ ୮୮.୬୭ ମିଟର ଥ୍ରୋ କରି ସେ ଟାଇଟଲ ଜିତିଥିଲେ। ଆଗକୁ ସେ ନେଦରଲାଣ୍ଡ୍ସରେ ଜୁନ୍ ୪ରେ ହେବାକୁଥିବା ଏଫ୍ବିକେ ଗେମ୍ସରେ ଅଂଶଗ୍ରହଣ କରିବେ। ପରେ ସେ ଜୁନ୍ ୧୩ରେ ଫିନ୍ଲାଣ୍ଡର ତୁର୍କୁଠାରେ ପାଭୋ ନୁର୍ମି ଗେମ୍ସରେ ସେ ଭାଗ ନେବେ।
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ସେଣ୍ଟ୍ରାଲ ମୁମ୍ବାଇର ବସ୍ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ
ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍ ପୋଡ଼ି ପାଉଁଶ…
ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି
ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…
ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
ବ୍ୟାଙ୍କକ୍, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…
ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ
ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…
ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ
ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…
ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍ ଚଢ଼ାଉ କରି…
ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ
ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

