ବୈଷୟିକ ସହାୟତା ଦେବ ଏନ୍‌ଆଇଓଟି

ଛତ୍ରପୁର/ଗଞ୍ଜାମ,୨ା୮(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ ଖାଇବାରେ ଲାଗିଛି। ସମୁଦ୍ର ଜଳପତନ ବୃଦ୍ଧି ହେଉଥିବାରୁ ଉଚ୍ଚ ଜୁଆର ମାଡି ଆସୁଛି। ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁ ସମୁଦ୍ର କୂଳରେ ଥିଲା। ସମୁଦ୍ର କୂଳ ଲଂଘିବାରୁ ଏକାଧିକ ଗାଁ ଏବେ ବିପଦରେ ରହିଛି। ପୋଡମପେଟାରେ ବହୁତ ଘର ସମୁଦ୍ରରେ ଲୀନ ହୋଇଯାଇଥିବା ବେଳେ ଏବେ ଆଉ ମାତ୍ର ୭ଟି ଘର ରହିଛି। ଆଗାମୀ ଦିନରେ ଏଭଳି ଅନେକ ଗାଁ ସମୁଦ୍ରରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସୋମବାର ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ପୋଡ଼ମପେଟାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ରମାଗତ ଉପକୂଳ ଅବକ୍ଷୟ ପାଇଁ ଗ୍ଲୋବାଲ ର୍ୱାମିଂକୁ ପରିବେଶବିତ୍‌ ଦାୟୀ କରିଛନ୍ତି। ତେଣୁ ରାଜ୍ୟ ସରକାର ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି, ପ୍ରଭାବୀ, ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତ କରିବାକୁ ଚେନ୍ନାଇସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ ଟେକ୍ନୋଲୋଜି (ଏନ୍‌ଆଇଓଟି) ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତିି ନେଇଛନ୍ତି। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଅଧୀନ ଉକ୍ତ ଉଚ୍ଚ ବୈଷୟିକ ସଂସ୍ଥା ରାଜିନାମା ସ୍ବାକ୍ଷର ଲାଗି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି। ଶୀଘ୍ର ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହେବ ଏବଂ ଏହାପରେ ଏନ୍‌ଆଇଓଟି ପକ୍ଷରୁ ବୈଷୟିକ ସହାୟତା ମିଳିବ ବୋଲି ସୂଚନା ଦିଆଯାଇଛି। ସମୁଦ୍ର କୂଳ ଲଂଘୁଥିବା ଏବଂ ଜନବସତି ପ୍ରତି ବିପଦ ଥିବାରୁ ଏକ ଆଦର୍ଶ କଲୋନୀ କରାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି ବୋଲି ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୋମବାର କହିଛନ୍ତି। ପୂର୍ବରୁ ଓଡିଆରପି ଗୃହ ନିର୍ମାଣ କରାଯାଇ ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଲୋକଙ୍କୁ ଦିଆଯାଇଛି। ଏପରିକି ପୋଡମପେଟା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରି ନୂଆ ପୋଡମପେଟାରେ ଗୃହ ଯୋଗାଇ ଦିଆଯାଇଛି। ପୁଣି ଏବେ ନୂଆ ସ୍ଥାନ ଦେଖି କିପରି ଅଧିକ ଲୋକଙ୍କୁ ଓଡିଆରପି ଗୃହ ଯୋଗାଇ ଦିଆଯିବ ସେହି ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week
Why Dharitri