୯୦ ପ୍ରତିଶତ ଫେରିଲେଣି ଚୁଲିକୁ

ପରିକ୍ଷିତ ସାହୁ
ବଇଣ୍ଡା,୪ା୯ – ମାଟି ଚୁଲି ଧୂଆଁ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗରିବ ପରିବାରର ମହିଳା। ଶ୍ୱାସଜନିତ ରୋଗରେ ପଡ଼ିବେନି ଏହି ମା’ମାନେ। ଉକ୍ତ ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବିନା ମୂଲ୍ୟରେ ଏପରି ମହିଳାମାନଙ୍କୁ ଯୋଗାଇ ଦେଇଥିଲେ ରନ୍ଧନ ଗ୍ୟାସ୍‌ ସଂଯୋଗ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୨୫ ହଜାର ଗରିବ ପରିବାରର ମହିଳା ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତା ସାଜିଥିଲେ। ଧୂଆଁମୁକ୍ତ ରୋଷେଇକୁ ନେଇ ଖୁସି ହେଉଥିଲେ। ହେଲେ ବର୍ଷ କେଇଟା ନ ଯାଉଣୁ ପୁଣି ଧୂଆଁଯୁକ୍ତ ଜୀବନକୁ ଆଦରି ନେଇଛନ୍ତି ଉପଖଣ୍ଡର ବହୁ ମହିଳା। ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ଏଠାକାର ପ୍ରାୟ ୯୦ ପ୍ରତିଶତ ଉଜ୍ଜ୍ୱଳା ଉପଭୋକ୍ତାଙ୍କୁ ମାଟି ଚୁଲି ପାଖକୁ ଫେରାଇ ନେଇଛି।
ଆଠମଲ୍ଲିକ ଉପଖଣ୍ଡରେ ଥିବା ୪ ବିତରକ ସଂସ୍ଥା ଗ୍ରାହକଙ୍କୁ ରନ୍ଧନ ଗ୍ୟାସ୍‌ ସେବା ଯୋଗାଇ ଦେଉଛନ୍ତି। ସେମାନେ ଆଠମଲ୍ଲିକ ବ୍ଲକର ୨୪ଟି ପଞ୍ଚାୟତ, ଆଠମଲ୍ଲିକ ଏନ୍‌ଏସି ଓ କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ଗ୍ୟାସ୍‌ ସଂଯୋଗ ନେଇଥିବା ମୋଟ୍‌ ୩୯ ହଜାର ୬୭୭ ଜଣଙ୍କ ଘରେ ସିଲିଣ୍ଡର ପହଞ୍ଚାଉଛନ୍ତି। ଏମାନଙ୍କ ମଧ୍ୟରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସଂଖ୍ୟା ହେଲା ୨୫ ହଜାର ୩୬୧। କେବଳ ଆଠମଲ୍ଲିକ ଅଞ୍ଚଳରେ ୧୨ ହଜାର ୫୫୩ ଜଣ ରନ୍ଧନ ଗ୍ୟାସ୍‌ ଗ୍ରାହକ ଥିବାବେଳେ ସେଥିମଧ୍ୟରୁ ୬ ହଜାର ୩୫୪ ହେଉଛନ୍ତି ଉଜ୍ଜ୍ୱଳା ଯୋଜନା ହିତାଧିକାରୀ। ସେହିପରି ଠାକୁରଗଡ ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ନିକଟରୁ ୩ ହଜାର ୪୫୪ ଜଣ ଗ୍ୟାସ୍‌ ସଂଯୋଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଉଜ୍ଜ୍ୱଳା ଯୋଜନାରେ ୨ ହଜାର ୫୨୦ ଜଣ ଉପକୃତ ହୋଇଛନ୍ତି। କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଥିବା ବିତରକଙ୍କ ନିକଟରେ ୧୦ ହଜାର ୧୩୯ ଜଣ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ୭ ହଜାର ୨୫୧ ଜଣ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ। ଏଥିସହ କିଶୋରନଗର ଅଞ୍ଚଳରେ ୧୩ ହଜାର ୫୫୧ ଜଣ ଗ୍ୟାସ୍‌ ଗ୍ରାହକ ଥିବାବେଳେ ସେଥିମଧ୍ୟରୁ ୯ ହଜାର ୨୩୬ ଜଣ ଉଜ୍ଜ୍ୱଳା ଯୋଜନାରେ ବିନା ମୂଲ୍ୟରେ ସଂଯୋଗ ପାଇପାରିଛନ୍ତି। କିନ୍ତୁ ପ୍ରତିମାସରେ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟୁଥିବାରୁ ସାଧାରଣ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ଖର୍ଚ୍ଚ କାଟ୍‌ କରି ସେମାନେ ସିଲିଣ୍ଡର କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ଉଜ୍ଜ୍ୱଳା ହିତାଧିକାରୀ ସାଜିଥିବା ଗରିବ ପରିବାରର ମହିଳାମାନେ ଏହି ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ ସକ୍ଷମ ହେଉନାହାନ୍ତି। ଫଳରେ ଗ୍ୟାସ୍‌ ସିଲିଣ୍ଡର କିଣିବାଠାରୁ ସେମାନେ ଦୂରେଇବାରେ ଲାଗିଛନ୍ତି। ୨୦୨୧ ଜୁନରେ ଗ୍ୟାସ ସିଲିଣ୍ଡର ଦର ୮୫୩ ଟଙ୍କା ଥିଲା। ଜୁଲାଇ ମାସରେ ଏହା ୮୭୮.୫୦ ଟଙ୍କାକୁ ବୃଦ୍ଧି ପାଇଲା। ସେହିପରି ଅଗଷ୍ଟ ମାସରେ ଦର ୯୦୩.୫୦ ଟଙ୍କା ଥିବାବେଳେ ସେପ୍ଟେମ୍ବର ଆରମ୍ଭରୁ ପୁଣି ୨୫ ଟଙ୍କା ବଢି ୯୨୮.୫୦ ଟଙ୍କାରେ ପହଞ୍ଚିଛି। ୩ ମାସ ମଧ୍ୟରେ ସିଲିଣ୍ଡର ପିଛା ୭୫ ଟଙ୍କା ବଢ଼ାଯାଇଥିବାରୁ ଉପଖଣ୍ଡର ଉଜ୍ଜ୍ୱଳା ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଏବେ ଗ୍ୟାସ୍‌ କିଣିବାରେ ସକ୍ଷମ ହେଉଛନ୍ତି। ଫଳରେ ଆଠମଲ୍ଲିକରେ ଏହି ସରକାରୀ ଯୋଜନାର ଦୀପ ଲିଭି ଲିଭି ଆସୁଥିବା ସାଧାରଣରେ ଆଲୋଚନା ହେଉଛି।
ଥରକେ ୧୦୦୦ ଟଙ୍କା ଦେବା ଅସମ୍ଭବ
ରନ୍ଧନ ଗ୍ୟାସ୍‌ ଦର ପୂର୍ବାପେକ୍ଷା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗୋଟିଏ ସିଲିଣ୍ଡର କିଣିବାକୁ ହେଲେ ପାଖାପାଖି ହଜାରେ ଟଙ୍କା ଆବଶ୍ୟକ ପଡୁଛି। ଗରିବ ଖଟିଖିଆ ମଣିଷଙ୍କ ପାଖେ ଜାଳେଣି ବାବଦରେ ଥରକେ ଏତେ ଟଙ୍କା ଦେବା ଅସମ୍ଭବ।
-କୁମଦିନୀ ଗଡତିଆ, ପାଇକସାହି
ଚୁଲି ଉପରେ ନିର୍ଭରଶୀଳତା ବଢ଼ୁଛି
ଗ୍ୟାସ୍‌ ମୂଲ୍ୟ ଯେପରି ଭାବେ ପ୍ରତି ମାସରେ ବଢ଼ୁଛି, ସେଥିରେ ସିଲିଣ୍ଡର କିଣି ବ୍ୟବହାର କରିବା ସାଧାରଣ ଗ୍ରାହକଙ୍କ ପକ୍ଷେ କାଠିକର ପାଠ ହେଲାଣି। ଗରିବ ଶ୍ରେଣୀର ଲୋକଙ୍କ କଥା ନ କହିବା ଭଲ। ତେଣୁ ଚୁଲି ଉପରେ ପୁଣି ନିର୍ଭରଶୀଳତା ବଢ଼ୁଛି।
-ସରୋଜିନୀ ସାହୁ, ନାକିଚି
ତୁରନ୍ତ ଦର ନିୟନ୍ତ୍ରଣ କରାଯାଉ
ଗରିବ ଶ୍ରେଣୀର ମହିଳାମାନେ ନିରାପଦରେ ରୋଷେଇ କରିବେ ବୋଲି କେନ୍ଦ୍ର ସରକାର ବିନା ମୂଲ୍ୟରେ ଗ୍ୟାସ୍‌ ସଂଯୋଗ ଦେଇଥିଲେ। କିନ୍ତୁ ଏବେ ଚଢ଼ା ଦରରେ ସିଲିଣ୍ଡର କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ସରକାର ଦର ନିୟନ୍ତ୍ରଣ କରନ୍ତୁ।
-ସବିତା ସାହୁ, କେନ୍ଦୁନାଳି
ଦିନକୁ ଥରେ ରୋଷେଇ
ଜାଳେଣି ଗ୍ୟାସ୍‌ ଯେପରି ମହଙ୍ଗା ହେଲାଣି ରୋଷେଇ ନ କମାଇଲେ ଖର୍ଚ୍ଚ ବହୁତ ବଢ଼ିଯିବ। ତେଣୁ ଗ୍ରାମଞ୍ଚଳର ଅଧିକାଂଶ ସାଧାରଣ ପରିବାରର ମହିଳା ଦିନକୁ ଥରେ ରୋଷେଇ କରୁଛନ୍ତି। ଅନ୍ୟ ସମୟରେ ଚୁଲି ଭରସା।
-ସୁଷମା ପ୍ରଧାନ, ଠେଲକନାଳି
ସିଲିଣ୍ଡର ବିକ୍ରି ହ୍ରାସ ପାଉଛି
ଗ୍ୟାସ୍‌ ଦରରେ ନିୟମିତ ବୃଦ୍ଧି ଘଟୁଥିବାରୁ ବ୍ୟବସାୟ ଦିନକୁ ଦିନ ହ୍ରାସ ପାଉଛି। ନୂଆ ଗ୍ରାହକ ଆଉ ପ୍ରାୟତଃ ହେଉନାହାନ୍ତି। ଯେଉଁମାନେ ପୂର୍ବରୁ ଗ୍ୟାସ୍‌ ବ୍ୟବହାର କରୁଥିଲେ, ସେମାନେ ମଧ୍ୟ ସିଲିଣ୍ଡର କିଣିବା କମାଇ ଦେଲେଣି।
-ମହେନ୍ଦ୍ର ପ୍ରଧାନ, ଗ୍ୟାସ୍‌ ବିତରକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?