୯୦ ପ୍ରତିଶତ ଫେରିଲେଣି ଚୁଲିକୁ

ପରିକ୍ଷିତ ସାହୁ
ବଇଣ୍ଡା,୪ା୯ – ମାଟି ଚୁଲି ଧୂଆଁ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗରିବ ପରିବାରର ମହିଳା। ଶ୍ୱାସଜନିତ ରୋଗରେ ପଡ଼ିବେନି ଏହି ମା’ମାନେ। ଉକ୍ତ ଉଦ୍ଦେଶ୍ୟରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବିନା ମୂଲ୍ୟରେ ଏପରି ମହିଳାମାନଙ୍କୁ ଯୋଗାଇ ଦେଇଥିଲେ ରନ୍ଧନ ଗ୍ୟାସ୍‌ ସଂଯୋଗ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୨୫ ହଜାର ଗରିବ ପରିବାରର ମହିଳା ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତା ସାଜିଥିଲେ। ଧୂଆଁମୁକ୍ତ ରୋଷେଇକୁ ନେଇ ଖୁସି ହେଉଥିଲେ। ହେଲେ ବର୍ଷ କେଇଟା ନ ଯାଉଣୁ ପୁଣି ଧୂଆଁଯୁକ୍ତ ଜୀବନକୁ ଆଦରି ନେଇଛନ୍ତି ଉପଖଣ୍ଡର ବହୁ ମହିଳା। ରନ୍ଧନ ଗ୍ୟାସ୍‌ର ଅହେତୁକ ଦର ବୃଦ୍ଧି ଏଠାକାର ପ୍ରାୟ ୯୦ ପ୍ରତିଶତ ଉଜ୍ଜ୍ୱଳା ଉପଭୋକ୍ତାଙ୍କୁ ମାଟି ଚୁଲି ପାଖକୁ ଫେରାଇ ନେଇଛି।
ଆଠମଲ୍ଲିକ ଉପଖଣ୍ଡରେ ଥିବା ୪ ବିତରକ ସଂସ୍ଥା ଗ୍ରାହକଙ୍କୁ ରନ୍ଧନ ଗ୍ୟାସ୍‌ ସେବା ଯୋଗାଇ ଦେଉଛନ୍ତି। ସେମାନେ ଆଠମଲ୍ଲିକ ବ୍ଲକର ୨୪ଟି ପଞ୍ଚାୟତ, ଆଠମଲ୍ଲିକ ଏନ୍‌ଏସି ଓ କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ଗ୍ୟାସ୍‌ ସଂଯୋଗ ନେଇଥିବା ମୋଟ୍‌ ୩୯ ହଜାର ୬୭୭ ଜଣଙ୍କ ଘରେ ସିଲିଣ୍ଡର ପହଞ୍ଚାଉଛନ୍ତି। ଏମାନଙ୍କ ମଧ୍ୟରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସଂଖ୍ୟା ହେଲା ୨୫ ହଜାର ୩୬୧। କେବଳ ଆଠମଲ୍ଲିକ ଅଞ୍ଚଳରେ ୧୨ ହଜାର ୫୫୩ ଜଣ ରନ୍ଧନ ଗ୍ୟାସ୍‌ ଗ୍ରାହକ ଥିବାବେଳେ ସେଥିମଧ୍ୟରୁ ୬ ହଜାର ୩୫୪ ହେଉଛନ୍ତି ଉଜ୍ଜ୍ୱଳା ଯୋଜନା ହିତାଧିକାରୀ। ସେହିପରି ଠାକୁରଗଡ ଅଞ୍ଚଳ ପାଇଁ ନିଯୁକ୍ତ ବିତରକଙ୍କ ନିକଟରୁ ୩ ହଜାର ୪୫୪ ଜଣ ଗ୍ୟାସ୍‌ ସଂଯୋଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଉଜ୍ଜ୍ୱଳା ଯୋଜନାରେ ୨ ହଜାର ୫୨୦ ଜଣ ଉପକୃତ ହୋଇଛନ୍ତି। କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଥିବା ବିତରକଙ୍କ ନିକଟରେ ୧୦ ହଜାର ୧୩୯ ଜଣ ଗ୍ରାହକ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ୭ ହଜାର ୨୫୧ ଜଣ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ। ଏଥିସହ କିଶୋରନଗର ଅଞ୍ଚଳରେ ୧୩ ହଜାର ୫୫୧ ଜଣ ଗ୍ୟାସ୍‌ ଗ୍ରାହକ ଥିବାବେଳେ ସେଥିମଧ୍ୟରୁ ୯ ହଜାର ୨୩୬ ଜଣ ଉଜ୍ଜ୍ୱଳା ଯୋଜନାରେ ବିନା ମୂଲ୍ୟରେ ସଂଯୋଗ ପାଇପାରିଛନ୍ତି। କିନ୍ତୁ ପ୍ରତିମାସରେ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟୁଥିବାରୁ ସାଧାରଣ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ଖର୍ଚ୍ଚ କାଟ୍‌ କରି ସେମାନେ ସିଲିଣ୍ଡର କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ଉଜ୍ଜ୍ୱଳା ହିତାଧିକାରୀ ସାଜିଥିବା ଗରିବ ପରିବାରର ମହିଳାମାନେ ଏହି ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ ସକ୍ଷମ ହେଉନାହାନ୍ତି। ଫଳରେ ଗ୍ୟାସ୍‌ ସିଲିଣ୍ଡର କିଣିବାଠାରୁ ସେମାନେ ଦୂରେଇବାରେ ଲାଗିଛନ୍ତି। ୨୦୨୧ ଜୁନରେ ଗ୍ୟାସ ସିଲିଣ୍ଡର ଦର ୮୫୩ ଟଙ୍କା ଥିଲା। ଜୁଲାଇ ମାସରେ ଏହା ୮୭୮.୫୦ ଟଙ୍କାକୁ ବୃଦ୍ଧି ପାଇଲା। ସେହିପରି ଅଗଷ୍ଟ ମାସରେ ଦର ୯୦୩.୫୦ ଟଙ୍କା ଥିବାବେଳେ ସେପ୍ଟେମ୍ବର ଆରମ୍ଭରୁ ପୁଣି ୨୫ ଟଙ୍କା ବଢି ୯୨୮.୫୦ ଟଙ୍କାରେ ପହଞ୍ଚିଛି। ୩ ମାସ ମଧ୍ୟରେ ସିଲିଣ୍ଡର ପିଛା ୭୫ ଟଙ୍କା ବଢ଼ାଯାଇଥିବାରୁ ଉପଖଣ୍ଡର ଉଜ୍ଜ୍ୱଳା ଉପଭୋକ୍ତାଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଏବେ ଗ୍ୟାସ୍‌ କିଣିବାରେ ସକ୍ଷମ ହେଉଛନ୍ତି। ଫଳରେ ଆଠମଲ୍ଲିକରେ ଏହି ସରକାରୀ ଯୋଜନାର ଦୀପ ଲିଭି ଲିଭି ଆସୁଥିବା ସାଧାରଣରେ ଆଲୋଚନା ହେଉଛି।
ଥରକେ ୧୦୦୦ ଟଙ୍କା ଦେବା ଅସମ୍ଭବ
ରନ୍ଧନ ଗ୍ୟାସ୍‌ ଦର ପୂର୍ବାପେକ୍ଷା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗୋଟିଏ ସିଲିଣ୍ଡର କିଣିବାକୁ ହେଲେ ପାଖାପାଖି ହଜାରେ ଟଙ୍କା ଆବଶ୍ୟକ ପଡୁଛି। ଗରିବ ଖଟିଖିଆ ମଣିଷଙ୍କ ପାଖେ ଜାଳେଣି ବାବଦରେ ଥରକେ ଏତେ ଟଙ୍କା ଦେବା ଅସମ୍ଭବ।
-କୁମଦିନୀ ଗଡତିଆ, ପାଇକସାହି
ଚୁଲି ଉପରେ ନିର୍ଭରଶୀଳତା ବଢ଼ୁଛି
ଗ୍ୟାସ୍‌ ମୂଲ୍ୟ ଯେପରି ଭାବେ ପ୍ରତି ମାସରେ ବଢ଼ୁଛି, ସେଥିରେ ସିଲିଣ୍ଡର କିଣି ବ୍ୟବହାର କରିବା ସାଧାରଣ ଗ୍ରାହକଙ୍କ ପକ୍ଷେ କାଠିକର ପାଠ ହେଲାଣି। ଗରିବ ଶ୍ରେଣୀର ଲୋକଙ୍କ କଥା ନ କହିବା ଭଲ। ତେଣୁ ଚୁଲି ଉପରେ ପୁଣି ନିର୍ଭରଶୀଳତା ବଢ଼ୁଛି।
-ସରୋଜିନୀ ସାହୁ, ନାକିଚି
ତୁରନ୍ତ ଦର ନିୟନ୍ତ୍ରଣ କରାଯାଉ
ଗରିବ ଶ୍ରେଣୀର ମହିଳାମାନେ ନିରାପଦରେ ରୋଷେଇ କରିବେ ବୋଲି କେନ୍ଦ୍ର ସରକାର ବିନା ମୂଲ୍ୟରେ ଗ୍ୟାସ୍‌ ସଂଯୋଗ ଦେଇଥିଲେ। କିନ୍ତୁ ଏବେ ଚଢ଼ା ଦରରେ ସିଲିଣ୍ଡର କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ସରକାର ଦର ନିୟନ୍ତ୍ରଣ କରନ୍ତୁ।
-ସବିତା ସାହୁ, କେନ୍ଦୁନାଳି
ଦିନକୁ ଥରେ ରୋଷେଇ
ଜାଳେଣି ଗ୍ୟାସ୍‌ ଯେପରି ମହଙ୍ଗା ହେଲାଣି ରୋଷେଇ ନ କମାଇଲେ ଖର୍ଚ୍ଚ ବହୁତ ବଢ଼ିଯିବ। ତେଣୁ ଗ୍ରାମଞ୍ଚଳର ଅଧିକାଂଶ ସାଧାରଣ ପରିବାରର ମହିଳା ଦିନକୁ ଥରେ ରୋଷେଇ କରୁଛନ୍ତି। ଅନ୍ୟ ସମୟରେ ଚୁଲି ଭରସା।
-ସୁଷମା ପ୍ରଧାନ, ଠେଲକନାଳି
ସିଲିଣ୍ଡର ବିକ୍ରି ହ୍ରାସ ପାଉଛି
ଗ୍ୟାସ୍‌ ଦରରେ ନିୟମିତ ବୃଦ୍ଧି ଘଟୁଥିବାରୁ ବ୍ୟବସାୟ ଦିନକୁ ଦିନ ହ୍ରାସ ପାଉଛି। ନୂଆ ଗ୍ରାହକ ଆଉ ପ୍ରାୟତଃ ହେଉନାହାନ୍ତି। ଯେଉଁମାନେ ପୂର୍ବରୁ ଗ୍ୟାସ୍‌ ବ୍ୟବହାର କରୁଥିଲେ, ସେମାନେ ମଧ୍ୟ ସିଲିଣ୍ଡର କିଣିବା କମାଇ ଦେଲେଣି।
-ମହେନ୍ଦ୍ର ପ୍ରଧାନ, ଗ୍ୟାସ୍‌ ବିତରକ


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri