Posted inରାଜ୍ୟ

ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେଲା ‘ନିମନ୍ତ୍ରଣ’

ଭୁବନେଶ୍ୱର, ୪।୯ (ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଟିଡିସିକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ‘ନିମନ୍ତ୍ରଣ’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ପ୍ରୋତ୍ସାହନ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ଉପରେ ଆସ୍ଥା ପ୍ରକଟ କରି ନିଗମ ତା’ର ପ୍ରତିବଦ୍ଧତା ପ୍ରଦର୍ଶନ କରି ଭାରତ ପର୍ଯ୍ୟଟନରେ ଏହାର ମାନକୁ ଉଚ୍ଚା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ଶହୀଦନଗରସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରେ ଖୋଲିଥିବା ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟର ପରିଚାଳନା ଦାୟିତ୍ୱ ଓଟିଡିସି ତୁଲାଇବ। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରି ବ୍ୟଞ୍ଜନ-ପର୍ଯ୍ୟଟନର ପ୍ରୋତ୍ସାହନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହା ହେଉଛି ଓଟିଡିସି ରେଷ୍ଟୁରାଣ୍ଟ ଶୃଙ୍ଖଳର ପ୍ରଥମ ଆଉଟ୍‌ଲେଟ୍‌। ଆଗାମୀ ଦିନରେ ପୁରୀ ବ୍ଲୁଫ୍ଲାଗ୍‌ ବେଳାଭୂମି ଓ ୧୭୦୦ ଶତାବ୍ଦୀର ଐତିହ୍ୟ ସମ୍ବଲପୁରର ରାନୀ ବଖ୍ରୀ ପ୍ୟାଲେସ୍‌ଠାରେ ଏହାର ଦୁଇଟି ଆଉଟ୍‌ଲେଟ୍‌ ଖୋଲାଯିବ। କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଲେ, ସ୍ଥାନୀୟ ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ସ୍ଥାନ ବା ଅଞ୍ଚଳ ସମ୍ବନ୍ଧରେ ଧାରଣା ଜନ୍ମାଇବାକୁ୍‌ ବାଧ୍ୟକରେ। ଓଡ଼ିଶା ପର୍ଯ୍ୟଟନର ଅଭିନବ ଉଦ୍ୟମ ‘ନିମନ୍ତ୍ରଣ’ ମାଧ୍ୟମରେ ରାଜ୍ୟର ବ୍ୟଞ୍ଜନ ପର୍ଯ୍ୟଟନର ବିକାଶ ଘଟିବା ସହ ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ବିବିଧତାକୁ ଜାଣିବାକୁ ସୁଯୋଗ ସୃଷ୍ଟି ହୋଇପାରିବ। ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କହିଲେ, ଗ୍ରାହକଙ୍କୁ ଓଡ଼ିଆ ପାରମ୍ପରିକ ଭୋଜନ ଯୋଗାଇବା ସକାଶେ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଆ ପ୍ରାକ୍‌ ଭୋଜନ ଖାଦ୍ୟ, ମୁଖ୍ୟ ଭୋଜନ, ପାନୀୟ, ମିଷ୍ଟାନ୍ନ ପ୍ରଭୃତି ରହିଥିବା ଯୋଗୁ ଏହା ଭ୍ରମଣକାରୀଙ୍କ ମଧ୍ୟରେ ଖାଇବା ସଉକ ସୃଷ୍ଟି କରିବ ବୋଲି ସେ ମତ ରଖିଥିଲେ। କୋଭିଡ୍‌ ମହାମାରୀ ପରବର୍ତ୍ତୀ ପର୍ଯ୍ୟଟନ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଏହି ରେଷ୍ଟୁରାଣ୍ଟ ପ୍ରକଳ୍ପ ହାତକୁ ନିଆଯାଇଛି। କଟକ ମହାନଦୀଠାରେ ଥିବା ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌, ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯିବା ଭଳି ଅନେକ ପଦକ୍ଷେପ ନିଆଯାଇଛି ବୋଲି ଓଟିଡିସ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌. ଯାଦବ ଏବଂ ଅନ୍ୟ ବିଭାଗୀୟ ଅଧିତ୍କାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଓଟିଡିସିର ସ୍ଥାପନା ଦିବସକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ସେଠାରେ ଏକ କୁଇଣ୍ଟାଲ ଓଜନର ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା। ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ‘ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri