ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ ନେଇ ଉଭୟ ଉତ୍ସାହ ଏବଂ ଆଶଙ୍କା ଦେଖାଦେଇଥିବା ବେଳେ ପ୍ରଶାସନ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ (Ranger) ତ୍ରିନାଥ ସେଠୀଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାର ନୀଳଗିରି ଚାଷ ଉପରେ କୌଣସି ସିଧାସଳଖ କଟକଣା ଜାରି କରିନାହାଁନ୍ତି । ଚାଷୀମାନେ ନିଜର ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏହି ଚାଷ କରିପାରିବେ, ମାତ୍ର ଏହାକୁ ମୁଖ୍ୟ ଚାଷ ଜମିରେ ନୁହେଁ ବରଂ ଅନାବାଦୀ କିମ୍ବା ବାଡ଼ କଡ଼ରେ ଲଗାଇବାକୁ ପରାମର୍ଶ ଦିଆଯାଇଛି।

ଚଳିତ ବର୍ଷ କଳାହାଣ୍ଡି ଜିଲାପାଳ ମଧ୍ୟ ପ୍ରତି ନର୍ସରିରେ ୧୦% ନୀଳଗିରି ଚାରା ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଦ୍ୱାରା ଲୋକେ ନିଜର ଘରୋଇ ଉପକରଣ ଓ ଆବଶ୍ୟକତା ପାଇଁ ଏହାର ବ୍ୟବହାର କରିପାରିବେ। ତେବେ ଏହା ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । Environment Department of India (IG) ପକ୍ଷରୁ ପୂର୍ବରୁ ଏକ ପତ୍ର ଜାରି କରାଯାଇଥିଲା ଯେ, ନୀଳଗିରି ଲଗାଇବା ଦ୍ୱାରା ଭୂତଳ ଜଳସ୍ତର (Groundwater Level) ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଏହାର ପତ୍ର ମାଟିରେ ପଡ଼ି ଅନ୍ୟ ଚାଷ ପାଇଁ ବାଧା ସୃଷ୍ଟି କରୁଛି । ଏହି ନିର୍ଦ୍ଦେଶ ପରେ ସମସ୍ତ ସରକାରୀ ସଂସ୍ଥା ନୀଳଗିରି ସମ୍ପର୍କିତ ବଡ଼ ଧରଣର ପ୍ରକଳ୍ପ ବନ୍ଦ କରିଦେଇଛନ୍ତି । ସରକାରୀ କଟକଣା ନଥିବାର ସୁଯୋଗ ନେଇ ବିଭିନ୍ନ ବେସରକାରୀ କମ୍ପାନୀମାନେ ଚାଷୀଙ୍କୁ ଋଣ ଏବଂ ଅଧିକ ପଇସାର ଲୋଭ ଦେଖାଇ ବ୍ୟାପକ ଭାବେ ଏହି ଗଛ ଲଗାଉଛନ୍ତି ।

କମ୍ପାନୀଗୁଡ଼ିକ ଚାଷୀଙ୍କ ମାଧ୍ୟମରେ ‘ଚାଷ’ର ରୂପ ଦେଇ ବ୍ୟବସାୟ କରୁଛନ୍ତି, ଫଳରେ ସେମାନଙ୍କୁ କୌଣସି ଆଇନଗତ ବାଧା ରହୁନାହିଁ । ଚାଷୀଙ୍କୁ ମାତ୍ର କିଛି ଟଙ୍କା ମିଳୁଥିବା ବେଳେ ଏହି ବେସରକାରୀ ସଂସ୍ଥାଗୁଡ଼ିକ କୋଟି କୋଟି ଟଙ୍କାର କାଠ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଅଞ୍ଚଳରେ ନୀଳଗିରି ଚାଷ ପାଇଁ କୌଣସି ସ୍ପଷ୍ଟ ନିୟମାବଳୀ ନଥିବାରୁ ଏବଂ ଚାଷୀ ନିଜ ଜମିରେ ଏହା କରୁଥିବାରୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା କଷ୍ଟକର ହେଉଛି । ଯଦିଓ ନୀଳଗିରି ଚାଷ ଦ୍ୱାରା ତତ୍କାଳୀନ ଅର୍ଥ ମିଳୁଛି, କିନ୍ତୁ ଅଣ-ଓଡ଼ିଆ କମ୍ପାନୀଙ୍କ ମାଧ୍ୟମରେ ହେଉଥିବା ଏହି ବ୍ୟାପକ ବୃକ୍ଷରୋପଣ ଥୁଆମୂଳ ରାମପୁରର ଭୂତଳ ଜଳ ସମ୍ପଦକୁ ନଷ୍ଟ କରିଦେବ । ଚାଷୀମାନେ ଅନ୍ଧ ଭାବେ କମ୍ପାନୀର ଶିକାର ନହୋଇ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ଜରୁରୀ । ସରକାରଙ୍କ ପରାମର୍ଶ ଅନୁଯାୟୀ ଏହାକୁ କେବଳ ସୀମିତ ଘରୋଇ ବ୍ୟବହାରରେ ରଖିବା ହିଁ ଶ୍ରେୟସ୍କର ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ରାସ୍ତା ନା କାଦୁଅ ବିଲ…ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ରାସ୍ତା; ଆମ୍ବୁଲାନ୍ସ ଯିବା ବି କଷ୍ଟକର

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ଦୁରେଶପଦର ଶିବମନ୍ଦିର ଛକଠାରୁ ଡୁମୁଲି ନାଳ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ହାତୀ-ମଣିଷ ସଂଘର୍ଷ ହ୍ରାସ ପାଇଁ ଉଦ୍ୟମ: ୭ଟି ବନଖଣ୍ଡରେ ଚାଲିଛି କଦଳୀ ଚାରା ରୋପଣ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ): ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଉପଲବ୍ଧ ନହେବାରୁ ହାତୀପଲ ସମେତ ବିଭିନ୍ନ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି। ଫଳରେ ଜଙ୍ଗଲ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri