ଅଫିସରେ ବସି କାମ କରୁଥିଲେ ଆକାଉଣ୍ଟାଣ୍ଟ, ହଠାତ୍‌ ହେଲା ହୃଦଘାତ, ତା’ପରେ…

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ନୀଳକଣ୍ଠ ସ୍ବାଇଁଙ୍କର(୫୨) ସୋମବାର ହୃଦଘାତରେ ପରଲୋକ ଘଟିଛି। ଖବରପାଇ ଭଞ୍ଜନଗର ଉପଜିଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଉମା ଶଙ୍କର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନିତା ଦଳବେହେରା ପ୍ରମୁଖ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାରଦାବର୍ତ୍ତନୂଆଁଗାଁ ଗ୍ରାମର ନୀଳକଣ୍ଠ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ୧୯୯୬ରୁ ଚାକିରି କରନ୍ତି। ବିଗତ କିଛି ମାସ ହେବ ସେ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିଲେ। ଆଜି ଅପରାହ୍ନ ୪ ଟା୫ ମିନିଟରେ କାର୍ଯ୍ୟାଳୟରେ ଥିବା ସମୟରେ ଆସନ୍ତାକାଲିର କାର୍ଯ୍ୟକ୍ରମ ଉପରେ ଗ୍ରୁପରେ ମେସେଜ ପକାଇଥିଲେ। ଏହାପରେ ସେ ବାଥ୍‌ ରୁମ ଯାଇ ସେଠି ପଡ଼ି ଯାଇଥିଲେ। ଏହାପରେ ସେ ନିଜେ ବାଥ୍‌ ରୁମରୁ ଉଠି ଆସି ନିଜ ଚେୟାରରେ ବସି କାମ କରୁଥିଲେ। ଏହି ସମୟରେ ସେ ଚେୟାରରୁ ପୁଣି ତଳେ ପଡ଼ିଯାଇଥିଲେ। ଦୁଇଥର ହୃଦଘାତ ମାରିବା ପରେ ସେ ମୃତ୍ୟୁବରଣ କରିଥିବା କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ହେବାପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri