ଯୁବଚାଷୀଙ୍କ ପ୍ରେରଣା ନୀଳକଣ୍ଠ

ନିଶ୍ଚିନ୍ତକୋଇଲି,୨୭ା୧୨(ସ୍ବ.ପ୍ର.): ଦିନକୁ ଦିନ ଚାଷ ଜମି କମି ଯାଉଥିବାବେଳେ ପଲ୍ଲୀରୁ ଦିଲ୍ଲୀ ସବୁଠି କୋଠାବାଡ଼ି ଦେଖିବାକୁ ମିଳୁଛି। ଅପରପକ୍ଷେ ଅଧିକ ଲାଭ ଆଶାରେ କ୍ଷେତରେ ରାସାୟନିକ ସାର, କୀଟନାଶକ ବ୍ୟବହାର କରାଯାଉଛି। ଏହାକୁ ଖାଇ ଲୋକେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି। ଏଭଳିସ୍ଥିତିରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଣତ ବୟସରେ ଛାତ ଉପରେ କିଚେନ ଗାର୍ଡେନ କରି ଯୁବ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଅନ୍ତର୍ଗତ ଗୋପପୁର( ରଙ୍ଗମୁଣ୍ଡାଇ ) ଗ୍ରାମର ନୀଳକଣ୍ଠ ନନ୍ଦ ସରକାରୀ ଚାକିରିରୁ ଅବସର ନେବା ଘରେ ଛାତ ଉପରେ ପରିବା ଚାଷ ପାଇଁ ଇଚ୍ଛା କରିଥିଲେ। ଏନେଇ ବର୍ଜ୍ୟବସ୍ତୁ ଭାବେ ପରିଗଣିତ ପ୍ଲାଷ୍ଟିକ ଡବା, ଟିଣ ଓ ପଲିଥିନକୁ ଏକତ୍ର କରି ଛାତ ଉପରେ ପରିବା ଓ ଫୁଲ ଚାଷ ଆରମ୍ଭ କରିଥିଲେ। ରାସାୟନିକ ସାର ପ୍ରୟୋଗ ନ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିଥିଲେ। ଏବେ ତାଙ୍କ ଘର ଛାତ ଉପରେ କ୍ଷେତ ଭଳି ପନିପରିବା ହୋଇଛି। ଭଲ ପନିପରିବା ହେବା ଯୋଗୁ ଲକ୍‌ଡାଉନ ସମୟରେ ପରିବା ଦର ହୁ ହୁ ହୋଇ ବଢ଼ିଥିବାବେଳେ ନୀଳକଣ୍ଠଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଏହି ସମୟରେ ସେ ପଡ଼ୋଶୀଙ୍କୁ ପନିପରିବା ଦେଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲେ। ତାଙ୍କଠାରୁ ଉତ୍ସାହିତ ହୋଇ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକ ଏବେ ଛାତ ଉପରେ ପରିବା ଚାଷ କରିବା ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ନୀଳକଣ୍ଠ କୁହନ୍ତି, ଛାତ ଉପରେ ଜୈବିକ ପ୍ରଣାଳୀରେ ପରିବା ଚାଷ କଲେ ସତେଜ ପନିପରିବା ଖାଇ ସୁସ୍ଥ ଓ ନୀରୋଗ ରହିବା ସହ ନିଜ ଆର୍ଥତ୍କ ମାନଦଣ୍ଡକୁ ସୁଦୃଢ଼ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri