ନୀଳାଚଳ ଇସ୍ପାତ୍‌ ଘରୋଇକରଣ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୩ା୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ୍‌ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ କିଣିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ ବିଡର ଭାବେ ବିବେଚିତ ହୋଇଛି। ଏହାପରେ ନୀଳାଚଳ ଇସ୍ପାତ୍‌ କାରଖାନାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଆଶ୍ୱସ୍ତି ହୋଇଛନ୍ତି। କିନ୍ତୁ ଦୀର୍ଘ ଦୁଇ ଦଶନ୍ଧି ଧରି କମ୍ପାନୀରେ କାର୍ଯ୍ୟରତ ୨୨୭୩ ଠିକା ଶ୍ରମିକ ଓ କର୍ମଚାରୀ ଦ୍ୱନ୍ଦରେ ପଡ଼ିଛନ୍ତି। ୩୦ା୩ା୨୦୨୦ରେ ନୀଳାଚଳ ବନ୍ଦ ହେବା ପରେ ସେମାନଙ୍କ ୩ ମାସର ବକେୟା ଦରମା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ ହେଁ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନାହିଁ। ଅନ୍ୟପକ୍ଷେ ସେମାନଙ୍କୁ ଦମନ କରିବା ନୀତିରେ ଜିଲା ପ୍ରଶାସନ ପକ୍ଷରୁ ୩ା୩ା୨୦୨୧ରୁ କାରଖାନା ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଥିବାରୁ ଠିକା ଶ୍ରମିକ ଓ କର୍ମଚାରୀମାନେ ଦରମା ନ ପାଇ ଭୋକ ଉପାସରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

କଳିଙ୍ଗନଗରରେ ୧୯୯୬ରେ ଜନ ସହଯୋଗରେ ନୀଳାଚଳ କାରଖାନା ଗଢ଼ି ଉଠିଥିଲା । ମାତ୍ର ଏହି କମ୍ପାନୀ ଅର୍ଥାଭାବ ଆଳରେ ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟାଠାରୁ ଦୂରେଇ ଯାଇଛି । ପୋଲିସ ଓ ପ୍ରଶାସନର ସହଯୋଗରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଠିକା ଶ୍ରମିକ ଓ କର୍ମଚାରୀଙ୍କ ଦାବି ହାସଲ ପାଇଁ ଆନ୍ଦୋଳନ କରି ଆସୁଥିବା କଳିଙ୍ଗନଗର ମଜଦୁର ୟୁନିୟନର ସମ୍ପାଦକ ବିଭୂତିଭୁଷଣ ଜେନା ଓ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଠିକାଶ୍ରମିକଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି । ସରକାରୀ ଶିଳ୍ପ ସଂସ୍ଥା ହୋଇଥିବାରୁ ଏହି କମ୍ପାନୀ ଆଇନ କାନୁନକୁ ମଧ୍ୟ ଅଣଦେଖା କରି ଚାଲିଥିଲା। ଏଥିରେ ପ୍ରଶାସନ ବି ଏକପ୍ରକାର ସହଯୋଗ କରିଥିବାରୁ ଶ୍ରମିକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି ।

ନୀଳାଚଳ ଇସ୍ପାତ୍‌ ନିଗମ ଲିମିଟେଡ ପାଖରେ ଚାହିଦା ପୂରଣ କରିବାର ସମ୍ବଳ ରହିଛି । ଉନ୍ନତ ଭିତ୍ତିଭୂମିର ବି ଅଭାବ ନାହିଁ । ୨୫୦୦ ଏକର ନିଜସ୍ବ ଜମି ରହିଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଓଡ଼ିଶା ସରକାରଙ୍କ ଉଦ୍ୟୋଗ ଇପିକଲ ଏବଂ ଓଏମ୍‌ସିର ଯୌଥ ପରିଚାଳନାରେ ଥିବା ଏହି କମ୍ପାନୀର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ୮୨୪ ହେକ୍ଟର ପରିମିତ ନିଜସ୍ବ ସ୍ବତନ୍ତ୍ର ଲୌହ ଖଣି ରହିଛି । ଏହାବାଦ୍‌ କେନ୍ଦୁଝର ଓ ଯାଜପୁର ଜିଲାରେ ସରକାରୀ ଭାବେ ପର୍ଯ୍ୟାପ୍ତ ପରିମାଣର ଲୌହ ପଥର ମଧ୍ୟ ମହଜୁଦ ରହିଛି । କାରଖାନାକୁ ରେଳପଥ ସଂଯୋଗ, ଜାତୀୟ ରାଜପଥ ଓ ବନ୍ଦର ସୁବିଧା ମଧ୍ୟ ରହିଛି । ଅନେକ କମ୍ପାନୀର ନିଜସ୍ବ ଖଣି ନ ଥାଇ ଅନ୍ୟ ଉପରେ ନିର୍ଭର କରି ସୁରୁଖୁରୁରେ ଚାଲୁଥିବାବେଳେ ଏହି ସରକାରୀ କମ୍ପାନୀ କିନ୍ତୁ ଦୁର୍ଦ୍ଦିନରେ ଗତି କରି ଶେଷରେ ବନ୍ଦ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଏବଂ ପରିଚାଳନାଗତ ତ୍ରୁଟି ଏଥିପାଇଁ ଦାୟୀ ବୋଲି କର୍ମଚାରୀ ମହଲରେ ଅଭିଯୋଗ ହୋଇଥିଲା। ଏଥିରେ ସରକାର ଓ କମ୍ପାନୀବାଲାଙ୍କ କୌଣସି କ୍ଷତି ହେଉ ନ ଥିବାବେଳେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି।

କଳିଙ୍ଗନଗର ମଜଦୂର ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏକ ବିବୃତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ବ୍ୟବସାୟିକ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଗୁରୁତ୍ୱାରୋପ କରିଛନ୍ତି। ନିୟମିତ ନିଯୁକ୍ତି ଏବଂ ବକେୟା ଦେୟ ପ୍ରଦାନ କରିବା ସହିତ ଠିକାଦାରୀ କରୁଥିବା ସମସ୍ତ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଇ ତୁରନ୍ତ କାରଖାନାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ସେ କରିଛନ୍ତି। କଳିଙ୍ଗନଗର ମଜଦୁର ୟୁନିୟନର ସମ୍ପାଦକ ଜେନା ଓ କାର୍ଯ୍ୟକାରୀ ସଭାପତି ସାହୁ କୁହନ୍ତି, ତୁରନ୍ତ ଠିକା ଶ୍ରମିକ ଓ କର୍ମଚାରୀଙ୍କ ବକେୟା ଦରମା ସହିତ ନିୟମିତ ନିଯୁକ୍ତି କରା ନ ଗଲେ ବଡ଼ଧରଣର ଆନ୍ଦୋଳନ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri