ଆରପାରିରେ ଶିକ୍ଷାବିତ୍‌ ନୀଳାଚଳ ମିଶ୍ର

ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍‌.ଏ.)
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ଦୁଇପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ ଅଛନ୍ତି ା ପାଟଣାଗଡ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡପୁଅ ଲକ୍ଷ୍ମୀକାନ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ ା
୧୯୩୯ ମସିହା ଏପ୍ରିଲ ୧୭ରେ ବଲାଙ୍ଗୀର ନିକଟ ତୁଲଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ଡା. ନୀଳାଚଳ ମିଶ୍ର। ୧୯୬୧ ମସିହାରୁ ବିଭିନ୍ନ ହାଇସ୍କୁଲରେ ଶିକ୍ଷକ ଓ ପ୍ରଧାନଶିକ୍ଷକଭାବେ କାର୍ଯ୍ୟ କରିବା ପରେ ୧୯୬୮ରେ ପାଟଣାଗଡ ଜବାହରଲାଲ ମହାବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ୧୯୯୯ ମସିହାରେ ସେ ବେଲପଡା କଲେଜର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ଡ. ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ୍‌, କଳା ଓ ଶିକ୍ଷା ବିଭାଗ, କଲେଜ ଉନ୍ନୟନ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗର ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଏବଂ କଣ୍ଡକ୍‌ଟିଂ ବୋର୍ଡ ଅଫ୍‌ ଏକ୍‌ଜାମିନର୍ସର ସଦସ୍ୟ ରହିଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେ ପାଟଣାଗଡ ସାଂସ୍କୃତିକ ପରିଷଦର ସଭାପତି ରହିଥିଲେ। ଏହା ସହିତ ରବିବାସରୀୟ ସାହିତଚକ୍ର, ପାଟଣେଶ୍ୱରୀ ସାହିତ୍ୟ ସଂସଦର ସଭାପତି ଏବଂ ଅଶୋକ ଚନ୍ଦନ ସ୍ମୃତି ସମିତିର ଉପସଭାପତି ରହିଥିଲେ। ଜଣେ ଉଚ୍ଚକୋଟୀର ସାହିତି୍ୟକ ଓ ସଂସ୍କୃତି ଗବେଷକଭାବେ ତାଙ୍କର ସୁନାମ ରହିଥିଲା ା ତାଙ୍କର ବହୁ ପ୍ରବନ୍ଧ, ଆଲୋଚନା, ସମାଲୋଚନା, ସାକ୍ଷାତକାର ଓ କବିତା ଅନେକ ପତ୍ରପତ୍ରିକାରେ ପ୍ରକାଶିତ । ତାଙ୍କର କବିତା ସଙ୍କଳନ ହେ ସାରଥି ଲେଉଟାଅ ରଥ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା ା ଓଡିଶାରେ ମିନି ସାହିତ୍ୟ ଆନ୍ଦୋଳନର ସେ ଜଣେ ଆଗଧାଡିର ସଦସ୍ୟ ଭାବେ ପରିଚିତ ଥିଲେ। ତାଙ୍କରି ସମ୍ପାଦନାରେ ମିନି ସାହିତ୍ୟ ପତ୍ରିକା କୋଶଳିକା ପ୍ରକାଶ ପାଉଥିଲା। ହରିଶଙ୍କର ପତ୍ରିକାର ଉପଦେଷ୍ଟା ଓ ପାଟଣା ସୌରଭର ସେ ମୁଖ୍ୟ ସମ୍ପାଦକ ଥିଲେ ା ବଲାଙ୍ଗୀର ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ଲୋକପ୍ରିୟ ଶୁଣିମା ହେଉ କାର୍ଯ୍ୟକ୍ରମରେ ତାଙ୍କ ବହୁ ଲେଖା ପ୍ରସାରିତ। ତାଙ୍କର ଉପାଦେୟ ଗବେଷଣାତ୍ମକ ସନ୍ଦର୍ଭ କାହ୍ନୁଚରଣଙ୍କ ଉପନ୍ୟାସର ଚରିତ୍ରାନୁଶୀଳନ ପ୍ରକାଶନ ଅପେକ୍ଷାରେ ରହିଛି ା ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri