Posted inଜାତୀୟ

ପ୍ରଦୂଷଣ କରିବାରେ ଭାରତ ଏକ ନମ୍ବର କହିଥିଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି , ଧରାପଡିଲା ମିଛ

ନୂଆଦିଲ୍ଲୀ,୭।୬: ଆମେରିକାରେ ଆଗାମୀ ନିର୍ବାଚନରେ ରିପବ୍ଲିକ ପାର୍ଟିରୁ ରାଷ୍ଟ୍ରପତି ପାର୍ଥୀ ଭାବେ ମନୋନୀତ ହୋଇଥିବା ନିକ୍କି ହେଲି ଭାରତକୁ ସବୁଠାରୁ ଅଧିକ ପ୍ରଦୂଷଣ କରୁଥିବା ଦେଶ ବୋଲି ଦାବି କରିଥିଲେ। ତେବେ ଏହା ମିଛ ବୋଲି ପ୍ରମାଣିତ ହୋଇଛି। ହେଲି ଟ୍ବିଟ୍‌ କରି କହିଥିଲେ ଯେ, ଆମ ସମସ୍ତଙ୍କୁ ପର୍ଯ୍ୟାବରଣକୁ ରକ୍ଷା କରିବାକୁ ହେଲେ ଭାରତ ଏବଂ ଚାଇନାକୁ ଦୃଷ୍ଟି ଦେବାକୁ ପଡିବ। କାରଣ ଏହି ଦୁଇ ଦେଶ ଦ୍ୱାରା ସବୁଠାରୁ ଅଧିକ ପ୍ରଦୂଷଣ ବ୍ୟାପିଥାଏ।

ଏମିଶନ ଗ୍ୟାପ ରିପୋର୍ଟ ୨୦୨୨ ଅନୁଯାୟୀ, ଗ୍ରୀନ ହାଉସ ଗ୍ୟାସ(ଜିଏଚଜି) ନିର୍ଗମନରେ ଚାଇନା ପ୍ରଥମ ଏବଂ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଭାରତର ସ୍ଥାନ ତୃତୀୟ। ପ୍ରତି ବ୍ୟକ୍ତିରେ ଜଣେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ଆମେରିକା ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଦେଖିଲେ ସେହି ହିସାବରେ ୩ଟନ୍‌ରୁ ବି କମ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କରି ଭାରତ ୮ନମ୍ବରରେ ରହିଛି।

ଏଠାରେ କହି ରଖୁଛୁ, ୪ ନଭେମ୍ବର ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ୨୦୧୫ ପ୍ୟାରସ୍‌ ଜଳବାୟୁ ଚୁକ୍ତିନାମାରୁ ଦୂରେଇ ରଖିଥିଲେ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦୨୧ରେ ଏହି ଚୁକ୍ତିନାମାରେ ସାମିଲ୍‌ ହେବା ପାଇଁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?