Posted inଜାତୀୟ

‘ନୀତିଶ କୁମାରଙ୍କ ନାଁ ବି ବଦଳିଯିବ’

ପାଟନା,୨୧।୮: ପାଟନାରେ ଏକ ପାର୍କର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଏହାକୁ ରାଜନୀତି ସରଗରମ ହୋଇଛି। କଙ୍କଡବାଗରେ ଅବସ୍ଥିତ ଏକ ପାର୍କର ନାମ ପୂର୍ବରୁ କୋକନଟ୍‌ ପାର୍କ ଥିଲା କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଅଟଳ ପାର୍କ ରଖାଯାଇଥିଲା। ଏବେ ପୁଣି ଏହାର ନାମ କୋକନଟ୍‌ ପାର୍କ ରଖାଯାଇଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।
ନିତ୍ୟାନନ୍ଦ  କହିଛନ୍ତି ଯେ, ଅଟଳ ବିହାରୀ ବାଜପେୟୀ ଭାରତ ଏବଂ ବିହାରର ହୃଦୟରେ ଅଛନ୍ତି। ସେମାନେ ପାର୍କର ନାମ ପରିବର୍ତ୍ତନ କରି ଅଟଳ ବିହାରୀ ବାଜପେୟୀଙ୍କ ନାମକୁ ଅପବିତ୍ର କରିବାକୁ ଚାହୁଁଛନ୍ତି। ଏହା ଏକ ବଡ ପରିବର୍ତ୍ତନ। ଭାରତ ରତ୍ନ ଅଟଳଜୀଙ୍କ ନାମ ପରିବର୍ତ୍ତନ କରିବା ଅତ୍ୟନ୍ତ ଅପମାନଜନକ। ଯଦି ଏହା ବନ୍ଦ ନ ହୁଏ ତେବେ ତେଜସ୍ବୀ ଯାଦବ ମଧ୍ୟ ଦିନେ ନୀତିଶ କୁମାରଙ୍କ ନାମ ପରିବର୍ତ୍ତନ କରିଦେବେ। ନାଁ ପରିବର୍ତ୍ତନ ନ କରିବାକୁ ନୀତୀଶ କୁମାରଙ୍କୁ ଅନୁରୋଧ କରାଯାଇଛି।
ଜେଡିୟୁ ଜାତୀୟ ସଭାପତି ଲଲନ ସିଂ କହିଛନ୍ତି , ଯଦି ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ରେ ଆସନ୍ତି, ତେବେ ସେ ଆମ୍ବେଦକରଙ୍କ ସମ୍ବିଧାନର ନାମକୁ ‘ନରେନ୍ଦ୍ର ମୋଦି ସମ୍ବିଧାନ’ ରେ ପରିବର୍ତ୍ତନ କରିଦେବେ। ଏହା ଉପରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଲଲନ ସିଂ ଆଦୌ ସମ୍ବିଧାନ ବୁଝନ୍ତି ନାହିଁ। ଆମ୍ବେଦକରଙ୍କ ସମ୍ବିଧାନ ସହିତ ନରେନ୍ଦ୍ର ମୋଦି ସାଢେ ନଅ ବର୍ଷ ମଧ୍ୟରେ ଦେଶ ତଥା ସମାଜର ସେବା କରିଛନ୍ତି।

ଭାରତର ଆଇନ ବ୍ୟବସ୍ଥା ଅପେକ୍ଷା ପାକିସ୍ତାନର ଆଇନ ବ୍ୟବସ୍ଥା ଭଲ ବୋଲି ଜେଡିୟୁ ଅଭିଯୋଗ କରିଛି। ଏହା ଉପରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ଯେ, ଜେଡିୟୁଲୋକ ଥରେ ପାକିସ୍ତାନ ଗସ୍ତ କରିବା ଉଚିତ୍‌। ମୁଦ୍ରାସ୍ଫୀତି, ଆତଙ୍କବାଦର ରାଜତ୍ୱକୁ ଦେଖିବା ଉଚିତ୍‌। ଭାରତର ଲୋକମାନେ ପାକିସ୍ତାନ ମୁର୍ଦାବାଦ କୁହନ୍ତି କିନ୍ତୁ ଜେଡିୟୁ-ଆରଜେଡି ଏବଂ କଂଗ୍ରେସର ଲୋକମାନେ ପାକିସ୍ତାନ ଜିନ୍ଦାବାଦ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri