କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳୀ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ମୁଖ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ରହିବା ପାଇଁ ନାଇଟ୍‌ ସେଲ୍‌ଟର(ରାତ୍ର ଆଶ୍ରୟସ୍ଥଳୀ) ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ରାତିରେ ଖୋଲା ଆକାଶ କିମ୍ବା ଫୁଟପାଥ୍‌ରେ ନ ରହିବାକୁ ଜିଲା ପ୍ରାଶସନ ପକ୍ଷରୁ ଚିଠି ନଂ.୨୪୯୪/୪ ଡିସେମ୍ବରରେ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ବାରିପଦା ପୌରାଞ୍ଚଳରେ ଆବଶ୍ୟକତାକୁ ଲକ୍ଷ୍ୟ କରି ଅଧିକ ୬ଟି ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଅଯାଇଛି। ମାତ୍ର ୨୦୧୨ରେ ବାରିପଦା ପୌର ପରିଷଦ ଦ୍ୱାରା ନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟର ଆଶ୍ରୟସ୍ଥଳୀ ଏବେ ଭୂତକୋଠି ପାଲଟିଥିବା ବେଳେ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଫଳରେ ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ସରକାରଙ୍କ ଜନାଭିମୁଖି ଯୋଜନାର ସୁଫଳ ଲୋକେ ପାଇ ପାରୁନାହାନ୍ତି।
ପିଆର୍‌ଏମ୍‌ ମେଡିକାଲ କଲେଜ ଓ ଡାକ୍ତରଖାନା ପାର୍ଶ୍ୱ ୱାର୍ଡ ନଂ.୯ରେ ନିର୍ମାଣ କରାଯାଇଥିବା ଏହି ଆଶ୍ରୟସ୍ଥଳୀର ଦାୟିତ୍ୱ ଏକ ସ୍ବେଚ୍ଛାସେବୀ ସଂସ୍ଥା ନେବା ପରେ ୨୦୧୭ରେ ଏହାର ଅବଧି ସମ୍ପୂର୍ଣ୍ଣ ହୋଇଥିଲା। ଏହା ପରଠାରୁ ଅଦ୍ୟାବଧି ଏହି ଆଶ୍ରୟସ୍ଥଳୀକୁ କୌଣସି ସଂସ୍ଥାକୁ ପ୍ରଦାନ କରାଯାଇ ନ ଥିବାରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଆଶ୍ରୟହୀନ ଭାବେ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ, ଫୁଟ୍‌ପାଥ, ଦୋକାନ ବାରଣ୍ଡା ଓ ଗଛମୂଳ ଆଦି ସ୍ଥାନରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଥିବା ବେଳେ ୫୦ଲୋକଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ରହିଛି। ରୋଜଗାର କରୁଥିବା ବ୍ୟକ୍ତିମାନେ ଏଠାରେ ସର୍ବନିମ୍ନ ୨୦ଟଙ୍କା ଦେଇ ୨୪ଘଣ୍ଟା ରହିବାର ସୁବିଧା କରାଯାଇଥିବା ବେଳେ ଦିବ୍ୟାଙ୍ଗ ଓ ଅନାଥଙ୍କ ପାଇଁ ମାଗଣା ରହିବାର ବ୍ୟବସ୍ଥା ରହିଛି। ମାତ୍ର ଆଶ୍ରୟସ୍ଥଳୀଟି ଦୀର୍ଘ ୩ବର୍ଷ ହେଲା ବନ୍ଦ ପଡ଼ିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏପରିକି ପିଆର୍‌ଏମ୍‌ ମେଡିକାଲକୁ ଆସୁଥିବା ଗରିବ ରୋଗୀ ଓ ସମ୍ପର୍କୀୟମାନେ ଫୁଟ୍‌ପାଥରେ ରାତି କଟାଉଥିବା ରୋଗୀ ସମ୍ପର୍କୀୟ ଧର୍ମପଦ ସିଂ ଓ ବିଶୁ ହେମ୍ବ୍ରମ କହିଛନ୍ତି। ସେହିପରି ଶିମିଳିପାଳ ପାଦଦେଶରୁ ଅଫିସ ଓ ଦୈନନ୍ଦିନ କାର୍ଯ୍ୟରେ ବାରିପଦା ଆସି ଲୋକେ ଘରକୁ ଫେରିପାରୁ ନ ଥିବାରୁ ବାଧ୍ୟ ହୋଇ ବସ୍‌ଷ୍ଟାଣ୍ଡ, ଦୋକାନ ପିଣ୍ଡା କିମ୍ବା ରାସ୍ତା କଡ଼ ଖୋଲା ଆକାଶ ତଳେ ଶୀତକାକରରେ ରାତ୍ରୀଯାପନ କରୁଛନ୍ତି। ଅଦରକାରୀ ଭାବେ ପଡ଼ିରହିଥିବା ଆଶ୍ରୟସ୍ଥଳୀକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ଦାବି କରିଛନ୍ତି। ଏ ସମ୍ପର୍କରେ ସଦର ଉପଜିଲାପାଳ ତଥା ପୌର ପରିଷଦର ନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡିଙ୍କୁ ପଚାରିବାରୁ ପୌର ପରିଷଦ ପକ୍ଷରୁ ଉକ୍ତ ଆଶ୍ରୟସ୍ଥଳୀର ମରାମତି କାର୍ଯ୍ୟ ଚାଲୁଅଛି। ଖୁବ୍‌ଶୀଘ୍ର ଏହା ପୁନଃକାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri