୨୨ ବର୍ଷ ପରେ ରାତି ପାହିଗଲା: ସରିଲା ସପ୍ତଦଶ ବିଧାନସଭାର ଅଧିବେଶନ

ଭୁବନେଶ୍ୱର,୪୪(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ୩ୟ ଅଧିବେଶନକୁ ଗୁରୁବାର ଭୋର୍‌ ସମୟରେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବୁଧବାର ଅପରାହ୍ନରେ ଗୃହ ଆରମ୍ଭହେବା ମାତ୍ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ, ୨୦୨୫ ବିଲ୍‌ ଆଗତ କରାଯାଇଥିଲା। ଏହି ୨ ବିଲ୍‌ ଉପରେ ଆଲୋଚନା ପ୍ରାୟ ସାଢେ ୧୫ ଘଣ୍ଟା ଧରି ଚାଲିଥିଲା। ଗୃହ ବନ୍ଦ ହେଲା ବେଳକୁ ସକାଳ ୭ଟା ବାଜି ୬ ମିନିଟ୍‌ ହୋଇଥିଲା। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ କେବଳ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଏହି ବିଲ୍‌ ଆଲୋଚନା ସମୟରେ ବିରୋଧୀ-ଶାସକ କେହି କାହାକୁ ଛାଡ଼ିବା ସ୍ଥିତିରେ ନ ଥିଲେ। ବିଧାନସଭା ସଦସ୍ୟ ଏବଂ କର୍ମଚାରୀମାନଙ୍କ ଲାଗି ଖାଇବାର ବ୍ୟବସ୍ଥା ମଧ୍ୟ ରହିଥିଲା। ସଦସ୍ୟମାନେ ମଧ୍ୟ ପୂରା ସମୟ ଗୃହ ଭିତରେ ଉପସ୍ଥିତ ଥିଲେ। ଏହାପରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଣିଥିବା ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ଆଲୋଚନା ସରି ଏହା ପାରିତହେବା ବେଳକୁ ସକାଳ ୭ଟା ବାଜି ୬ ମିନିଟ୍‌ ହୋଇଯାଇଥିଲା।

ଏହି ଅବସରରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଘମାଘୋଟ ବିତର୍କ ଚାଲିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିଲ୍‌ର ସାଢ଼େ ୧୨ ଘଣ୍ଟା ଆଲୋଚନା ମଧ୍ୟରୁ ବିଜେଡି ସଦସ୍ୟ ଏକୁଟିଆ ୩ଘଣ୍ଟା ୧୦ ମିନିଟ୍‌ ନିଜ ମତ ରଖିଥିଲେ। ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍‌ ନ କରାଇବା ଉପରେ ଜିଦ୍‌ ରଖୁଥିବା ବେଳେ ଶାସକ ସଦସ୍ୟ କିନ୍ତୁ ଏହାର ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଭଳି ପରିସ୍ଥିତିରେ ଗୃହରେ ଦୁଇଟି ଯାକ ବିଲ୍‌ ପାସ୍‌ହେବା ସଙ୍ଗେ ସଙ୍ଗେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସମେତ ୨ ଜଣ ଶାସକ ଦଳ ସଦସ୍ୟ ଆଣିଥିବା ମୋଶନକୁ ବାଚସ୍ପତି ଅନୁମୋଦନ କରିଥିଲେ। ଅପରାହ୍ନରୁ ରାତି ପାହି ସକାଳ ହେବା ଯାଏଁ ବିଲ୍‌ ଉପରେ ଆଲୋଚନା ହେବା ଦୀର୍ଘବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା।
ଗତ ୨୨ ବର୍ଷ ତଳେ ଏଭଳି ଦୀର୍ଘ ସମୟ ଧରି ସକାଳ ପର୍ଯ୍ୟନ୍ତ ବିଲ୍‌କୁ ନେଇ ଚର୍ଚ୍ଚା ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସବୁଆଡ଼େ ଏବେ ଚର୍ଚ୍ଚା ମଧ୍ୟ ହେଉଛି। ଏହା ପୂର୍ବରୁ ୨୦୦୩ ନଭେମ୍ବର ୧୦ ତାରିଖରେ ଓଡ଼ିଶା ଅର୍ବାନ ପୋଲିସ ବିଲ୍‌ ଉପରେ ଗୃହରେ ହୋଇଥିବା ଆଲୋଚନା ଏହାର ଦିନକ ପରେ ୧୧ ତାରିଖ ସକାଳ ୮ଟା ସମୟରେ ଶେଷ ହୋଇଥିଲା। ଏହା ବିଧାନସଭା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଏହାପରେ ବୁଧବାର କରାଯାଇଥିବା ଆଲୋଚନା ମଧ୍ୟ ଦୀର୍ଘ ସମୟ ଧରି ହେବା ଘଟଣା ପରେ ଅନେକ ବିଧାୟକ ଏହା ସପକ୍ଷରେ ମତ ରଖିଛନ୍ତି। ସେପଟେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ବିଧାନସଭା ଅଧିବେଶନ ଫେବୃଆରୀ ୧୩ରୁ ଆରମ୍ଭହୋଇ ୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ମୋଟ୍‌ ୨୫ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି। ୨ ଦିନ ସରକାରୀ କାର୍ଯ୍ୟ ଦିବସ ଭାବେ ପାଳିତ ହୋଇଛି। ଗୋଟିଏ ଦିନ ବେସରକାରୀ କାର୍ଯ୍ୟଦିବସ ପାଳିତ ହୋଇଛି। ୬ ଜଣଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ୩୧୭୪ଟି ତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା। ସେଥିରୁ ୫୪ଟି ପ୍ରଶ୍ନର ଉତ୍ତର ରଖାଯାଇଛି। ୪୨୬୧ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିବା ବେଳେ ୫୬୫୫ଟି ଉତ୍ତର ରଖାଯାଇଛି। ୧୩ଟି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଛି। ୭ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ୪୪ଟି ରୁଲ୍‌ ନୋଟିଫିକେଶନ ଗୃହରେ ଆଗତ କରାଯାଇଛି। ୧୩ଟି ଆର୍ଥିକ ବର୍ଷ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ୪୩ଟି କମିଟିର ରିପୋର୍ଟ ମଧ୍ୟ ଗ୍ରହଣ କରାଯାଇଛି। ୭ ଜଣ ମନ୍ତ୍ରୀ ଗୃହରେ ବିଭିନ୍ନ ବିଷୟ ଉପରେ ବିବୃତି ରଖିଛନ୍ତି। ୩ଟି ସରକାରୀ ବିଲ୍‌ ଗୃହରେ ପାରିତ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଲ୍‌, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ, ୨୦୨୫ ବିଲ୍‌ ପାରିତ କରାଯାଇଛି। ଗୋଟିଏ ସରକାରୀ ରିଜୋଲେସନ ଗ୍ରହଣ କରାଯାଇଛି। ସନ୍ତୋଷ ଖଟୁଆ ଆଣିଥିବା ଏକ ବିଲ୍‌ ଉପରେ ଆଲୋଚନା ହୋଇଛି। ବେସରକାରୀ ସଭ୍ୟଙ୍କ ଦୁଇଟି ସଂକଳ୍ପ ଉପରେ ଆଲୋଚନା ହୋଇଛି। ୨୨ଟି ଖର୍ଚ୍ଚଦାବି ଆଲୋଚନା କରାଯାଇଛି। ଏହାସହ ୪ଟି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି।
ଏହି ଅଧିବେଶନ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବା ଲାଗି ଥିବାବେଳେ ୩ଟି କାର୍ଯ୍ୟଦିବସ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ୨୫ ଏବଂ ୨୬ ତାରିଖରେ ଗୃହରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪ ଜଣ କଂଗ୍ରେସ ସଦସ୍ୟ ଆଉ ଆଲୋଚନାରେ ଭାଗ ନେଇପାରିନାହାନ୍ତି। ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ କଂଗ୍ରେସ ପ୍ରବଳ ସ୍ଳୋଗାନ୍‌ ଦେଉଥିଲା। ହେଲେ ଗୃହରେ ଘଣ୍ଟ, ଘଣ୍ଟା, ତୁରି ବଜାଇ ପ୍ରତିବାଦ କରିବା ଏବଂ ବିଶୃଙ୍ଖଳା କରିବା ଅଭିଯୋଗରେ ପ୍ରଥମେ ୧୨ ଜଣଙ୍କୁ ବାଚସ୍ପତି ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ କରିଥିଲେ। ଏହାର ଦିନକ ପରେ ବାକି ୨ ଜଣଙ୍କୁ ୭ ଦିନ ଲାଗି ଗୃହରୁ ନିଲମ୍ବନ କରାଯାଇଥିଲା। ଏହା ପରଠାରୁ ଗୃହ ବିନା କଂଗ୍ରେସରେ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri