୨୨ ବର୍ଷ ପରେ ରାତି ପାହିଗଲା: ସରିଲା ସପ୍ତଦଶ ବିଧାନସଭାର ଅଧିବେଶନ

ଭୁବନେଶ୍ୱର,୪୪(ସୁନିତ୍‌ ମିଶ୍ର):ସପ୍ତଦଶ ବିଧାନସଭାର ୩ୟ ଅଧିବେଶନକୁ ଗୁରୁବାର ଭୋର୍‌ ସମୟରେ ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ବୁଧବାର ଅପରାହ୍ନରେ ଗୃହ ଆରମ୍ଭହେବା ମାତ୍ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ, ୨୦୨୫ ବିଲ୍‌ ଆଗତ କରାଯାଇଥିଲା। ଏହି ୨ ବିଲ୍‌ ଉପରେ ଆଲୋଚନା ପ୍ରାୟ ସାଢେ ୧୫ ଘଣ୍ଟା ଧରି ଚାଲିଥିଲା। ଗୃହ ବନ୍ଦ ହେଲା ବେଳକୁ ସକାଳ ୭ଟା ବାଜି ୬ ମିନିଟ୍‌ ହୋଇଥିଲା। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ କେବଳ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା। ଏହି ବିଲ୍‌ ଆଲୋଚନା ସମୟରେ ବିରୋଧୀ-ଶାସକ କେହି କାହାକୁ ଛାଡ଼ିବା ସ୍ଥିତିରେ ନ ଥିଲେ। ବିଧାନସଭା ସଦସ୍ୟ ଏବଂ କର୍ମଚାରୀମାନଙ୍କ ଲାଗି ଖାଇବାର ବ୍ୟବସ୍ଥା ମଧ୍ୟ ରହିଥିଲା। ସଦସ୍ୟମାନେ ମଧ୍ୟ ପୂରା ସମୟ ଗୃହ ଭିତରେ ଉପସ୍ଥିତ ଥିଲେ। ଏହାପରେ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଣିଥିବା ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ଆଲୋଚନା ସରି ଏହା ପାରିତହେବା ବେଳକୁ ସକାଳ ୭ଟା ବାଜି ୬ ମିନିଟ୍‌ ହୋଇଯାଇଥିଲା।

ଏହି ଅବସରରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଘମାଘୋଟ ବିତର୍କ ଚାଲିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିଲ୍‌ର ସାଢ଼େ ୧୨ ଘଣ୍ଟା ଆଲୋଚନା ମଧ୍ୟରୁ ବିଜେଡି ସଦସ୍ୟ ଏକୁଟିଆ ୩ଘଣ୍ଟା ୧୦ ମିନିଟ୍‌ ନିଜ ମତ ରଖିଥିଲେ। ବିରୋଧୀ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍‌ ନ କରାଇବା ଉପରେ ଜିଦ୍‌ ରଖୁଥିବା ବେଳେ ଶାସକ ସଦସ୍ୟ କିନ୍ତୁ ଏହାର ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଭଳି ପରିସ୍ଥିତିରେ ଗୃହରେ ଦୁଇଟି ଯାକ ବିଲ୍‌ ପାସ୍‌ହେବା ସଙ୍ଗେ ସଙ୍ଗେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସମେତ ୨ ଜଣ ଶାସକ ଦଳ ସଦସ୍ୟ ଆଣିଥିବା ମୋଶନକୁ ବାଚସ୍ପତି ଅନୁମୋଦନ କରିଥିଲେ। ଅପରାହ୍ନରୁ ରାତି ପାହି ସକାଳ ହେବା ଯାଏଁ ବିଲ୍‌ ଉପରେ ଆଲୋଚନା ହେବା ଦୀର୍ଘବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା।
ଗତ ୨୨ ବର୍ଷ ତଳେ ଏଭଳି ଦୀର୍ଘ ସମୟ ଧରି ସକାଳ ପର୍ଯ୍ୟନ୍ତ ବିଲ୍‌କୁ ନେଇ ଚର୍ଚ୍ଚା ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସବୁଆଡ଼େ ଏବେ ଚର୍ଚ୍ଚା ମଧ୍ୟ ହେଉଛି। ଏହା ପୂର୍ବରୁ ୨୦୦୩ ନଭେମ୍ବର ୧୦ ତାରିଖରେ ଓଡ଼ିଶା ଅର୍ବାନ ପୋଲିସ ବିଲ୍‌ ଉପରେ ଗୃହରେ ହୋଇଥିବା ଆଲୋଚନା ଏହାର ଦିନକ ପରେ ୧୧ ତାରିଖ ସକାଳ ୮ଟା ସମୟରେ ଶେଷ ହୋଇଥିଲା। ଏହା ବିଧାନସଭା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଏହାପରେ ବୁଧବାର କରାଯାଇଥିବା ଆଲୋଚନା ମଧ୍ୟ ଦୀର୍ଘ ସମୟ ଧରି ହେବା ଘଟଣା ପରେ ଅନେକ ବିଧାୟକ ଏହା ସପକ୍ଷରେ ମତ ରଖିଛନ୍ତି। ସେପଟେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ବିଧାନସଭା ଅଧିବେଶନ ଫେବୃଆରୀ ୧୩ରୁ ଆରମ୍ଭହୋଇ ୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ମୋଟ୍‌ ୨୫ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି। ୨ ଦିନ ସରକାରୀ କାର୍ଯ୍ୟ ଦିବସ ଭାବେ ପାଳିତ ହୋଇଛି। ଗୋଟିଏ ଦିନ ବେସରକାରୀ କାର୍ଯ୍ୟଦିବସ ପାଳିତ ହୋଇଛି। ୬ ଜଣଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ୩୧୭୪ଟି ତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା। ସେଥିରୁ ୫୪ଟି ପ୍ରଶ୍ନର ଉତ୍ତର ରଖାଯାଇଛି। ୪୨୬୧ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିବା ବେଳେ ୫୬୫୫ଟି ଉତ୍ତର ରଖାଯାଇଛି। ୧୩ଟି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଛି। ୭ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ୪୪ଟି ରୁଲ୍‌ ନୋଟିଫିକେଶନ ଗୃହରେ ଆଗତ କରାଯାଇଛି। ୧୩ଟି ଆର୍ଥିକ ବର୍ଷ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ୪୩ଟି କମିଟିର ରିପୋର୍ଟ ମଧ୍ୟ ଗ୍ରହଣ କରାଯାଇଛି। ୭ ଜଣ ମନ୍ତ୍ରୀ ଗୃହରେ ବିଭିନ୍ନ ବିଷୟ ଉପରେ ବିବୃତି ରଖିଛନ୍ତି। ୩ଟି ସରକାରୀ ବିଲ୍‌ ଗୃହରେ ପାରିତ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଲ୍‌, ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଏବଂ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ, ୨୦୨୫ ବିଲ୍‌ ପାରିତ କରାଯାଇଛି। ଗୋଟିଏ ସରକାରୀ ରିଜୋଲେସନ ଗ୍ରହଣ କରାଯାଇଛି। ସନ୍ତୋଷ ଖଟୁଆ ଆଣିଥିବା ଏକ ବିଲ୍‌ ଉପରେ ଆଲୋଚନା ହୋଇଛି। ବେସରକାରୀ ସଭ୍ୟଙ୍କ ଦୁଇଟି ସଂକଳ୍ପ ଉପରେ ଆଲୋଚନା ହୋଇଛି। ୨୨ଟି ଖର୍ଚ୍ଚଦାବି ଆଲୋଚନା କରାଯାଇଛି। ଏହାସହ ୪ଟି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି।
ଏହି ଅଧିବେଶନ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବା ଲାଗି ଥିବାବେଳେ ୩ଟି କାର୍ଯ୍ୟଦିବସ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ୨୫ ଏବଂ ୨୬ ତାରିଖରେ ଗୃହରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪ ଜଣ କଂଗ୍ରେସ ସଦସ୍ୟ ଆଉ ଆଲୋଚନାରେ ଭାଗ ନେଇପାରିନାହାନ୍ତି। ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ ଭିତରେ ଏବଂ ବାହାରେ କଂଗ୍ରେସ ପ୍ରବଳ ସ୍ଳୋଗାନ୍‌ ଦେଉଥିଲା। ହେଲେ ଗୃହରେ ଘଣ୍ଟ, ଘଣ୍ଟା, ତୁରି ବଜାଇ ପ୍ରତିବାଦ କରିବା ଏବଂ ବିଶୃଙ୍ଖଳା କରିବା ଅଭିଯୋଗରେ ପ୍ରଥମେ ୧୨ ଜଣଙ୍କୁ ବାଚସ୍ପତି ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ କରିଥିଲେ। ଏହାର ଦିନକ ପରେ ବାକି ୨ ଜଣଙ୍କୁ ୭ ଦିନ ଲାଗି ଗୃହରୁ ନିଲମ୍ବନ କରାଯାଇଥିଲା। ଏହା ପରଠାରୁ ଗୃହ ବିନା କଂଗ୍ରେସରେ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?