ଦିଲ୍ଲୀରୁ ନାଇଜେରୀୟ ଦମ୍ପତି ଗିରଫ

ବାଲେଶ୍ୱର ଅଫିସ,୨୮।୮: ବାଲେଶ୍ୱର ସହରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇ ୩୦ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଏକ ନାଇଜେରୀୟ ଦମ୍ପତିଙ୍କୁ ସାଇବର ଥାନା ପୋଲିସ ଦିଲ୍ଲୀରୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ସାମସନ୍‌ ଇମିକେ ଏଲିକା ନାମକ ଜଣେ ନାଇଜେରୀୟ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ବୟାନକୁ ଆଧାର କରି ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିବା ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲେଶ୍ୱର ସାଇବର ଥାନା ଆଇଆଇସି ମୀନା ବିନ୍ଧାଣି ସୂଚନା ଦେଇଛନ୍ତି। ଗିରଫ ଦମ୍ପତି ହେଲେ ଇମାନୁଏଲ ଏନ୍ନାମନି ଓ ତାଙ୍କ ସ୍ତ୍ରୀ ସୁଚିମ୍‌ ତିଖିର। ଏମାନଙ୍କଠାରୁ ଲାପଟପ୍‌, କାର୍‌, ଭିଜା ନ ଥିବା ଦୁଇଟି ପାସ୍‌ପୋର୍ଟ, ଏସ୍‌ବିଆଇ ପାସ୍‌ବୁକ୍‌, ୨ଟି ସୁନାଚେନ, ଗୋଟିଏ ମୁଦି ଓ ୭ଟି ମୋବାଇଲ ଫୋନ ଜବତ ହୋଇଛି। ଉଭୟଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।
ଗିରଫ ୩ ଅଭିଯୁକ୍ତ ସାଇବର ଠକେଇରେ ବେଶ୍‌ ସକ୍ରିୟ ଥିଲେ। ବିଦେଶୀ ନାଗରିକ ହୋଇ ଦିଲ୍ଲୀରେ ବସି ଲୁଟ୍‌ ରାକେଟ ଚଳାଉଥିଲେ। ବିଦେଶୀ ସୁନ୍ଦରୀ ଯୁବତୀଙ୍କ ପରିଚୟ ଦେଇ ଫେସ୍‌ବୁକ୍‌ରେ ସମ୍ପର୍କ ସ୍ଥାପନା କରିବା ପରେ ସମ୍ପର୍କକୁ ନିବିଡ଼ କରି ପ୍ରେମ ଜାଲରେ ଫସାଇବା ଓ ଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଦେଶୀ ଦାମୀ ଉପହାର ଦେବା ବାହାନାରେ ପୁଣି କଷ୍ଟମ ଅଫିସର ହୋଇ ପାର୍ସଲ୍‌ ବାବଦକୁ କଷ୍ଟମ ଚାର୍ଜ ଦେବାକୁ କହି ଟଙ୍କା ଠକେଇ କରୁଥିଲେ। ବାଲେଶ୍ୱର ସହର ବାଲିଆ ଅଞ୍ଚଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୩୦ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ସାଇବର ଥାନା ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ମାମଲା (ନଂ. ୪/୨୨) ରୁଜୁ କରି ପୋଲିସ ପ୍ରଥମେ ଅଗଷ୍ଟ ୬ ତାରିଖରେ ଦିଲ୍ଲୀ ପୋଲିସ ସହାୟତାର ସାମସନ୍‌ ଇମିକେ ଏଲିକାଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଗୋଟିଏ ଅବଧି ଶେଷ ହୋଇଥିବା ଭିଜା ସମେତ ଗୋଟିଏ ନକଲି ଭିଜାକୁ ଜବତ କରିଥିଲା। ସେହିପରି ଗୋଟିଏ ଲାପଟପ୍‌ ଜବତ କରିବା ସହ ୬ ଲକ୍ଷ ଟଙ୍କାର ୩ଟି ଆକାଉଣ୍ଟକୁ ଫ୍ରିଜ୍‌ କରିଥିଲା ସାଇବର ପୋଲିସ। ପରେ ଏହି ନେଟଓ୍ବର୍କ ସହ ଆଉ କେଉଁମାନଙ୍କ ଲିଙ୍କ୍‌ ରହିଛି ତାହାର ଅନୁସନ୍ଧାନ କରି ଏକ ସ୍ବତନ୍ତ୍ର ଟିମ୍‌ ଦିଲ୍ଲୀ ଯାଇଥିଲା। ନାଇଜେରୀୟ ଦମ୍ପତିଙ୍କୁ ଦିଲ୍ଲୀର ମଇଦାନଗିରି ନାମକ ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri