ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲାଇ ଗାଁକୁ ଆସିଛି ପାର୍ବଣ। କରୋନା କଟକଣା ମଧ୍ୟରେ ଗାଁର ଆବାଳବୃଦ୍ଧବନିତା ମସ୍‌ଗୁଲ ହୋଇଉଠିଛନ୍ତି। ମା’ ଦୁର୍ଗତିନାଶିନୀ ଗାଁର ପୂଜା ମେଢରେ ପଦାର୍ପଣ କରିସାରିଛନ୍ତି। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ଗ୍ରାମବାସୀ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦେଇଥାନ୍ତି। ପୁରୁଷ ପୁରୁଷ ଧରି ପାର୍ବଣର ପରମ୍ପରାକୁ ବଜାୟ ରଖିଥିବା ଏକ ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଜନପଦ, ଯେଉଁଠି ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୋଇଥାଏ।
ଏଠାରେ ବାସ କରୁଥିବା କ୍ଷତ୍ରିୟ ବଂଶର ଦୁଇ ଗୋଷ୍ଠୀ ନିଜ ଜନପଦକୁ ବଡଓଳଗ ଓ ସାନଓଳଗ ଭାବରେ ନାମିତ କରିଛନ୍ତି। ଏହି ଦୁଇ ଗ୍ରାମରେ ସ୍ବତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହୋଇଆସୁଛି। ବଡଓଳଗର ବଡଭାଇ ଗୋଷ୍ଠୀ (ମହାପାତ୍ର)ର ବଂଶଜମାନେ କଳସକୁ ମା’ ଦୁର୍ଗାଙ୍କ ମୂର୍ତ୍ତି ମାନି ମଣ୍ଡପରେ ସ୍ଥାପନ କରି ପୂଜା କରୁଛନ୍ତି। ଏକ ପିତ୍ତଳ କଳସରେ ସ୍ବର୍ଣ୍ଣ ଓ ରୌପ୍ୟ ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ରୋପଣ କରି ସେମାନେ ମା’ଙ୍କୁ ଆରାଧନା କରୁଛନ୍ତି। ସେହିପରି ସାନଓଳଗର ସାନଭାଇ ଗୋଷ୍ଠୀ (ସୁନ୍ଦରରାୟ)ମହଣ ପତ୍ରକୁ ଦେବୀଦୁର୍ଗା ବୋଲି ମାନ୍ୟତା ଦେଇ ପୂଜା କରୁଛନ୍ତି। ସେମାନେ ଏହି ପତ୍ରରେ ରୌପ୍ୟ ଓ ସ୍ବର୍ଣ୍ଣରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଚନା କରୁଥିଲେ। ତେବେ ୪ବର୍ଷ ହେଲା ଏଠାରେ ମା’ଙ୍କର ମୁଖମଣ୍ଡଳ ସହ ଶରୀରର ଏକ ଖୋଳପା ମହଣ ପତ୍ର ଉପରେ ରଖାଯାଇ ଆରାଧନା କରାଯାଉଛି ା
ପବିତ୍ର ଷଷ୍ଠୀ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଜନପଦରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାରମ୍ଭ କରାଯାଇଛି ା ଦୁଇ ଜନପଦର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୁଣ୍ୟତୋୟା ବୈତରଣୀରେ ଘଟ ଉତ୍ତୋଳନ କରିଛନ୍ତି। ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରାଯାଇଛି। ବିଧିପୂର୍ବକ ଏହି କ୍ଷତ୍ରୀୟ ବଂଶଜର ଦାୟାଦମାନେ ନିଜ ନିଜ ଘରେ ଥିବା ବାଡି, ଖଣ୍ଡା, ଧନୁ, ଶର, ତେଣ୍ଟା ଆଦି ହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଛନ୍ତି। ବିନା ଡାକବାଜି ଯନ୍ତ୍ରରେ ଚାଲିଛି ପୂଜା ବେଦୀରେ ପୁରୋହିତଙ୍କ ମନ୍ତ୍ର ପାଠ।
ଶନିବାର ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳଠାରୁ ରାତ୍ରର ଅନ୍ତିମ ପ୍ରହର ଯାଏ ଚଣ୍ଡିପାଠ ସହ ଘୃତାହୁତି ପ୍ରଦାନ କରାଯାଇଛି। ଗ୍ରାମର ସମସ୍ତ ପରିବାରର ସଦସ୍ୟମାନେ ଉପବାସ କରିଛନ୍ତି। ଏହିଦିନ ବଳି ସ୍ବରୁପ ମା’ଙ୍କୁ କୁଷ୍ମାଣ୍ଡ ଅର୍ପଣ କରାଯାଇଛି। ପୂଜା ଶେଷରେ ପରିବାରର ସମସ୍ତ ବ୍ୟକ୍ତି ମା’ଙ୍କ ଚରଣାମୃତ ପାନ କରି ବ୍ରତ ଭଙ୍ଗ କରିଛନ୍ତି। ରବିବାର ମହାନବମୀରେ ମା’ ଙ୍କର ସମସ୍ତ ପୂଜା ବିଧି ମୁତାବକ କରାଯିବ ା ସୋମବାର ଦଶହରା ା ଏହି ଦିନ ପୂର୍ବାହ୍ନରେ ମା’ଙ୍କୁ ଜଳରେ ବିସର୍ଜନ କରାଯିବ ବୋଲି ସ୍ଥୀରିକୃତ ହୋଇଛି।
-ଦୀପ୍ତିରଞ୍ଜନ ନାୟକ, ଆରଡ଼ି


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri