Posted inଜାତୀୟ

୧୧ ଜଣଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ତେଲଙ୍ଗାନାରେ ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପାଇଁ ଆତଙ୍କବାଦ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣ ତେଲଙ୍ଗାନାର ହୋଇଥିବାବେଳେ ଜଣେ ଆନ୍ଧ୍ରପ୍ରଦେଶର। ହାଇଦ୍ରାବାଦର ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟରେ ଗୁରୁବାର ଏହି ଚାର୍ଜଶିଟ୍‌ ଦାଖଲ ହୋଇଛି। ଗତ ଜୁଲାଇ ୪ରେ ତେଲଙ୍ଗାନା ନିଜାମାବାଦ ଜିଲା ପୋଲିସ ଏହି ମାମଲା ରୁଜୁ କରିଥିବାବେଳେ ଅଗଷ୍ଟ ୨୬ରେ ଏନ୍‌ଆଇଏ ତଦନ୍ତ ହାତକୁ ନେଇ ପୁନର୍ବାର ମାମଲା ଦାଏର କରିଥିଲା। ଅଭିଯୁକ୍ତମାନେ ମୁସଲମାନ ଯୁବକମାନଙ୍କ ମନରେ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଘୃଣା ସୃଷ୍ଟି କରାଇବା ସହ ସେମାନଙ୍କୁ ମୌଳବାଦୀ କରାଇ ପିଏଫ୍‌ଆଇରେ ନିଯୁକ୍ତ କରାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ପିଏଫଆଇରେ ନିଯୁକ୍ତି ପାଇବା ପରେ ସେମାନଙ୍କୁ ତାଲିମ ଦେବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଥିଲା। ଯୋଗଶିକ୍ଷା ଏବଂ ଶାରୀରିକ ଶିକ୍ଷା ବାହାନାରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଉଥିଲା ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ...

ଆଫ୍ରିକାନ୍‌ ସ୍ବାଇନ୍‌ ଫିଭରରେ ମଲେଣି ୧୫ ହଜାର ଘୁଷୁରି

ଗୁଆହାଟୀ,୧୫।୫: ଆସାମରେ ଦେଖାଦେଇଛି ଆଫ୍ରିକାନ୍‌ ସ୍ବାଇନ୍‌ ଫିଭର(ଏଏସ୍‌ଏଫ୍‌)। ଏଥିରେ ୧୫ ହଜାର ଘୁଷୁରି ମଲେଣି। ୩୩ ଜିଲାରୁ ୧୦ ଜିଲାରେ ଏହି ରୋଗ ମାଡ଼ିଚାଲିଛି। ଏହାର...

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୦।୧୦ : ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ...

କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍‌, ଅମରିନ୍ଦରଙ୍କ ସ୍ତ୍ରୀ ପରନୀତ୍‌ ଅଧ୍ୟକ୍ଷ ଡୋର ଧରିବା ନେଇ ଚର୍ଚ୍ଚା…

ଚଣ୍ଡିଗଡ଼,୩୦।୯: ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଧ୍ୟକ୍ଷ ପଦରୁ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ମନାଇବା ସ୍ଥିତିରେ ନାହାନ୍ତିି। ଏବେ ପ୍ଲାନ୍‌-ବି...

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା...

ଭୂପେଶ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୯ା୧୦: ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେଶ ବଘେଲ। ସରକାର ବିରୋଧୀ ହାଓ୍ବାକୁ ନେଇ ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ...

ନାବାଳିକା ଝିଅକୁ ବଳାତ୍କାର କଲେ ସାବତ ବାପା

ନୂଆଦିଲ୍ଲୀ,୨୮।୧୧: ଚିରାଗ ଦିଲ୍ଲୀ ଅଞ୍ଚଳରେ ଝିଅଙ୍କୁ ସାବତ ବାପା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଥାନାରେ ଅଭିଯୋଗ ହୋଇଥିବା ପୋଲିସ ଅଧିକାର...

Advertisement
Archives

Model This Week